ସୁନା ଓ ରୂପା ଦର ଏହି ମାସରେ ସବୁଠାରୁ ବଡ଼ ହ୍ରାସ; ଗୋଟିଏ ଦିନରେ ଶସ୍ତା ହେଲା ୫୦୦୦ ଟଙ୍କା

Gold Silver Price Today 22 Sep 2020: ମଙ୍ଗଳବାର ଦିନ ସୁନା ଓ ରୂପା ଦର ବହୁତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ମୂଲ୍ୟ ହ୍ରାସ ହେତୁ ଘରୋଇ ବଜାରରେ ମୂଲ୍ୟ ୫୦୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି ।

ସୁନା ଓ ରୂପା ଦର ଏହି ମାସରେ ସବୁଠାରୁ ବଡ଼ ହ୍ରାସ; ଗୋଟିଏ ଦିନରେ ଶସ୍ତା ହେଲା ୫୦୦୦ ଟଙ୍କା
ସୁନା ଓ ରୂପା ଦର ଏହି ମାସରେ ସବୁଠୁ ବଡ଼ ହ୍ରାସ
  • News18 Odia
  • Last Updated: September 22, 2020, 6:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆମେରିକୀୟ ଡଲାରର ମଜବୁତ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ହ୍ରାସ ପାଇଛି । ଏହି କାରଣରୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୭୨ ଟଙ୍କା ହ୍ରାସ ପାଇଛି । ଏଥି ସହିତ ଦିଲ୍ଲୀ ବୁଲିଅନ୍ ବଜାରରେ ଏକ କିଲୋଗ୍ରାମ ରୂପା ମୂଲ୍ୟ ଗୋଟିଏ ଦିନରେ ୫,୭୮୨ ଟଙ୍କା ହ୍ରାସ ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ବୈଦେଶିକ ବଜାରରେ ସୁନା ମୂଲ୍ୟ ୩ ପ୍ରତିଶତରୁ ଅଧିକ ହ୍ରାସ ପାଇ ଏକ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । କୋମାକ୍ସରେ ସୁନା ୧୯୦୦ ଡଲାର ନିମ୍ନ ସ୍ତରକୁ ଯାଇଛି । ଦର ଆଉ ଅଧିକ ହ୍ରାସ ହେବାର କୌଣସି ସମ୍ଭାବନା ନାହିଁ ।

ସୁନା ନୂତନ ଦର (Gold Price on 22nd September 2020) - HDFC ସିକ୍ୟୁରିଟିଜ ଅନୁଯାୟୀ ଦିଲ୍ଲୀର ୯୯.୯ ପ୍ରତିଶତ ଶୁଦ୍ଧତା ସୁନାର ଦର ୬୭୨ ଟଙ୍କା ହ୍ରାସ ପାଇ ୧୦ ଗ୍ରାମରେ ୫୧,୩୨୮ ଟଙ୍କା ହୋଇଛି । ଏହାର ଶେଷ ଅଧିବେଶନରେ ଅର୍ଥାତ୍ ସୋମବାର ଦିନ ସୁନା କାରବାର ଶେଷରେ ୧୦ ଗ୍ରାମ ପିଛା ୫୨,୦୦୦ ଟଙ୍କା ବନ୍ଦ ହୋଇଥିଲା। ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଁ ୧୯୦୦ ଡଲାରରେ ବନ୍ଦ ହୋଇଥିଲା ।

ରୂପାର ନୂତନ ଦର (Silver Price on 22nd September 2020) - ସୁନା ପରି ରୂପା ଦରରେ ମଧ୍ୟ ବହୁତ ହ୍ରାସ ଘଟିଛି । ମଙ୍ଗଳବାର ଦିନ ଏକ କିଲୋଗ୍ରାମ ରୂପା ଡର ୫,୭୮୨ ଟଙ୍କା ହ୍ରାସ ପାଇ ୬୧,୬୦୬ ଟଙ୍କା ହୋଇଛି । ଏଥି ସହିତ ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ରୂପା କିଲୋଗ୍ରାମ ୬୭,୩୮୭ ଟଙ୍କାରେ ବନ୍ଦ ହୋଇଥିଲା ।

ଏହା ବି ପଢ଼ନ୍ତୁ | Moto E7 Plus ଭାରତରେ ଲଞ୍ଚ ହେଲା; ୧୦ ହଜାରରୁ କମ୍ ୪୮ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଏହି ଫୋନର ଦାମ୍

ଏହା ବି ପଢ଼ନ୍ତୁ ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

କାହିଁକି ସୁନା ଓ ରୂପା ଦର ହ୍ରାସ ହୁଏ (Why Gold and Silver Price down in India) - HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟି) ତପନ ପଟେଲ କହିଛନ୍ତି, “ଦିଲ୍ଲୀର ବୁଲିଅନ୍ ସ୍ପଟ୍ ବଜାରରେ ୨୪ କ୍ୟାରେଟ୍ ସୁନା ୬୭୨ ଟଙ୍କା ହ୍ରାସ ପାଇଛି । ଏହା ଆନ୍ତର୍ଜାତୀୟ ବଜାରରେ ବିକ୍ରୟ ଧାରାକୁ ପ୍ରତିଫଳିତ କରେ ।



ତପନ ପଟେଲ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ସ୍ତର ହେବାର ସମ୍ଭାବନା ଥିବାରୁ ନିବେଶକମାନେ ଡଲାରରେ ନିରାପଦ ନିବେଶ କିଣିବା ଆରମ୍ଭ କରିଛନ୍ତି । ସେଥିପାଇଁ ଆମେରିକୀୟ ଡଲାରରେ ଏକ ଦୃଢ଼ ଧାରା ରହିଛି । ଏପରି ସ୍ଥଳେରେ ସୁନା ଦର ଆହୁରି ହ୍ରାସ ପାଇପାରେ ।
Published by: Jagdish Barik
First published: September 22, 2020, 6:25 PM IST
corona virus btn
corona virus btn
Loading