- News18 Odia
- Last Updated :
News 18 Odia Digital
ନୂଆଦିଲ୍ଲୀ: ଉଜବେକିସ୍ତାନର ରାଷ୍ଟ୍ରପତି ସୌକତ ମଜିୟୋଏଭ୍ଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫-୧୬ ସେପ୍ଟେମ୍ବରକୁ ସେଠାକୁ ଯିବାର ଯୋଜନା କରିଛନ୍ତି। ସେ ସମରକନ୍ଦଠାରେ ସଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶୀର୍ଷସ୍ତରୀୟ ବୈଠକରେ ଭାଗ ନେବେ ଓ ସେଠାରେ କିଛି ନେତାଙ୍କ ସହ ତାଙ୍କ ଦ୍ବିପାକ୍ଷିକ ବୈଠକ ମଧ୍ୟ ହେବ। ପ୍ରାଚୀନ ସିଲ୍କ ରୋଡରେ ଥିବା ଉଜବେକିସ୍ତାନର ସମରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କିଛି ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି।
୨୦୧୯ ରେ ବ୍ରିକ୍ସ (ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା) ରେ ବ୍ରାଜିଲିଆରେ ସାକ୍ଷାତ ପରେ ଏହା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗ ମୁହାଁମୁହିଁ ହେବେ। ବେଜିଂ-ମୁଖ୍ୟାଳୟ ଏସସିଓ ଚୀନ୍, ଋଷ, ଭାରତ, ପାକିସ୍ଥାନ ଏବଂ ଚାରୋଟି ମଧ୍ୟ ଏସୀୟ ଦେଶ - କାଜାଖସ୍ତାନ, କିର୍ଗିଜସ୍ଥାନ, ଉଜବେକିସ୍ତାନ ଏବଂ ତାଜିକିସ୍ତାନକୁ ନେଇ ଗଠିତ। ଏହା ହେଉଛି ବିଶ୍ଵର ସର୍ବବୃହତ ଆଞ୍ଚଳିକ ସଂଗଠନ, ୟୁରୋସିଆର ପ୍ରାୟ ୬୦% ଅଞ୍ଚଳ, ବିଶ୍ଵ ଜନସଂଖ୍ୟାର ୪୦% ଏବଂ ବିଶ୍ବ ଜିଡିପିର ୩୦% ରୁ ଅଧିକ।
ସମ୍ମିଳନୀରେ ଉପସ୍ଥିତ ହେବାକୁ ଥିବା ପର୍ଯ୍ୟବେକ୍ଷକ ଦେଶର ନେତାମାନେ ହେଉଛନ୍ତି ବେଲାରୁସ୍ର ରାଷ୍ଟ୍ରପତି ଆଲେକ୍ଜେଣ୍ଡର୍ ଲୁକାସେଁକୋ, ଇରାନୀ ରାଷ୍ଟ୍ରପତି ଇବ୍ରାହିମ୍ ରାୟସୀ ଏବଂ ମଙ୍ଗୋଲିଆର ରାଷ୍ଟ୍ରପତି ଉଖନାଗିନ୍ ଖୁରେଲସୁଖ। ଯେଉଁ ନେତାମାନଙ୍କୁ ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ତୁର୍କୀ ରାଷ୍ଟ୍ରପତି ରେସପ ତଇପ ଏର୍ଦୋନ୍, ଅଜରବୈଜାନ୍ ରାଷ୍ଟ୍ରପତି ଇଲ୍ହାମ୍ ଅଲିୟେବ, ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ୍ ଏବଂ ତୁର୍କମେନିସ୍ତାନର ରାଷ୍ଟ୍ରପତି ସର୍ଦାର ବର୍ଦିମୁହାମେଦା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।