News 18 Odia Digital
ନୂଆ ଦିଲ୍ଲୀ: ଜଣେ ୨୧ ବର୍ଷ ବୟସ୍କ ଯୁବକ ପେଶାଦାର ଅପରାଧି ତା'ର ଅପରାଧିକ କାର୍ଯ୍ୟକଳାପକୁ ଆହୁରି ତିବ୍ର କରିଥିଲା ଯାହା ଦ୍ୱାରା ସେ ତା ଭଉଣୀକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଇଲେକ୍ଟ୍ରିକ୍ ସ୍କୁଟର କିଣି ଉପହାର ଦେଇଥାନ୍ତ। ଅଭିଯୁକ୍ତକୁ ଗିରଫ କରି ସୁଲତାନପୁରୀ ପୋଲିସ ଅଧିକାରୀ ଏଭିଳି କହିଛନ୍ତି।
ଅଭିଯୁକ୍ତ ତରୁଣ ଛଦ୍ମନାମ ରୋହନଙ୍କ ଘର ରୋହିଣୀ ଅଞ୍ଚଳରେ ସୁଲତାନପୁରୀ ଥାନାର ତାଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି। ତାଙ୍କୁ ବିଜୟ ବିହାରରୁ ଗିରଫ କରାଯାଇଛି। ସେ ପୂର୍ବରୁ ଡକାୟତି, ଅସ୍ତ୍ରଶସ୍ତ୍ର ଓ ଚୋରି ମାମଲାରେ ଜଡିତ ଥିବା ପୋଲିସ କହିଛି। ଗିରଫ ହେବା ପରେ ତାଙ୍କ ନିକଟରୁ ତିନୋଟି ଚୋରି ମୋବାଇଲ୍ ଫୋନ୍ ଓ ମୋଟରସାଇକେଲ୍ ମଧ୍ୟ ଜବତ କରିଛି।
ଜୁଲାଇ ୭ରେ ଅଭିଯୋଗକାରୀ ସୁରେନ୍ଦର ତାଙ୍କ ଘରେ ଚୋରି ହୋଇଥିବା ମାମଲା ରୁଜୁ ପରେ ଏହି ମାମଲା ସାମ୍ନାକୁ ଆସିଥିଲା ବୋଲି ପୋଲିସ କହିଛି।
ଡେପୁଟି କମିଶନର ଅଫ୍ ପୋଲିସ୍ ସମୀର ଶର୍ମା କହିଛନ୍ତି ଯେ ଅପରାଧ କରିବା ପରେ ଅଭିଯୁକ୍ତ ଭୁଲରେ ତାଙ୍କ ଫୋନକୁ ସୁରେନ୍ଦରଙ୍କ ଘରେ ଛାଡି ଦେଇଥିଲା। ଯାହା ଫଳରେ ତାକୁ ଧରିବାରେ ସହଜ ହୋଇଥିଲା ।
ପଚରାଉଚରା ବେଳେ ଅଭିଯୁକ୍ତ ଖୁଲାସା କରି କହିଥିଲା ଯେ ସେ କମ୍ ବୟସରେ ଖରାପ ସାଙ୍ଗ ମାନଙ୍କ ସହ ପଡି ନିଶା ସେବନ କରିଥିଲେ। ଏହା ପରେ ସେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଲେ। ସେ ନିଜର ଅପରାଧିକ କାର୍ଯ୍ୟକଳାପକୁ ଜୋରଦାର ଏଥି ପାଇଁ କରୁଥିଲି ଯାହା ଦ୍ୱାରା ସେ ବେଟିରି ସ୍କୁଟ କିଣି ପାରିବେ। ତାଙ୍କ ଭଉଣୀ ପାଇଁ ରାକ୍ଷୀରେ ଉପହାର ସ୍ୱରୂପ ଦେଇପାରିବେ ବୋଲି ପାେଲିସ ଅଧିକାରୀ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।