ଆଜି ପ୍ରସାରିତ ହେବ ‘ମନ୍‌ କୀ ବାତ୍’ର ୧୦୦ତମ ଅଧ୍ୟାୟ

'ମନ୍ କି ବାତ୍‌'ର 100 ତମ ଏପିସୋଡ଼ରେ ଦେଶବାସୀଙ୍କ ସହ ମତବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତିସଂଘ ମୁଖ୍ୟାଳୟରେ ହେବ ସିଧା ପ୍ରସାରଣ ।

ଆଜି ପ୍ରସାରିତ ହେବ ‘ମନ୍‌ କୀ ବାତ୍’

ଆଜି ପ୍ରସାରିତ ହେବ ‘ମନ୍‌ କୀ ବାତ୍’

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Maan Ki Baat @100 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ'ର ୧୦୦ ତମ ପର୍ଯ୍ୟାୟରେ ଆଜି ଦେଶର ଲୋକଙ୍କୁ ସମ୍ବୋଧିତ କରିବେ। ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବା ପରଠାରୁ ଏହି ରେଡିଓ କାର୍ଯ୍ୟକ୍ରମ ୫୨ ଟି ଭାଷାରେ କ୍ରମାଗତ ଭାବରେ ପ୍ରସାରିତ ହେଉଛି। ଆଜି ୧୦୦ ତମ ଏପିସୋଡ ମଧ୍ୟ ଜାତିସଂଘ ମୁଖ୍ୟାଳୟରେ ସିଧା ପ୍ରସାରଣ ହେବ। ଏଥି ସହିତ ଭାରତୀୟ ଜନତା ପାର୍ଟି ମଧ୍ୟ ୧୦୦ ତମ ପର୍ଯ୍ୟାୟ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି।

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ 'ମନ୍ କି ବାତ' ଏହାର ୧୦୦ ତମ ପର୍ଯ୍ୟାୟରେ ପହଞ୍ଚିଛି ଓ ଲୋକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହେଉଛି ଏକ ସୂଚକ ଯେ ଲୋକମାନେ ଏହାକୁ ପ୍ରଶଂସା କରିଛନ୍ତି ଓ ପିଏମ ମୋଦିଙ୍କ ସାମାଜିକ କାର୍ଯ୍ୟରେ ଅବଦାନ ରହିଛି। ଆଜି ୪ଲକ୍ଷ ସ୍ଥାନରେ ବିଜେପି ଏହି କାର୍ଯ୍ୟ ଆୟୋଜିତ ହେବ।

ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ମିଶନ ଟୁଇଟ୍ କରି କହିଛି ଯେ ଏକ ଏଇତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ରୁହ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତର ୧୦୦ ତମ ଏପିସୋଡ ୩୦ ଏପ୍ରିଲରେ ଜାତିସଂଘ ମୁଖ୍ୟାଳୟରେ ପ୍ରସାରିତ ହେବ।

ମେ ରେ ହେବ ୪ ଗ୍ରହର ପରିବର୍ତ୍ତନ; ୫ ରାଶିଙ୍କ ପାଇଁ ବରଦାନ ସଦୃଶ!

ଅନ୍ୟପଟେ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରସାର ଭାରତୀ ଓ ପିଆଇବି ପକ୍ଷରୁ ଆୟୋଜନ କରାଯାଉଥିବା ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ପ୍ରସାରିତ ‘ମନ୍ କି ବାତ୍’ ଅଧ୍ୟାୟଗୁଡ଼ିକରେ ଓଡ଼ିଶାର ଯେଉଁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିଷୟରେ ଆଲୋଚନା କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂକୁ ଆମନ୍ତ୍ରିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଓ ମନ୍ କି ବାତ୍‌ର ନିୟମିତ ଶ୍ରୋତା ଅଂଶଗ୍ରହଣ କରିବେ। ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ମନ୍ କି ବାତ୍’ ଏବଂ ସ୍ବାଧୀନତାର ଅମୃତ ମହୋତ୍ସବକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସାମାଜିକ ପରିବର୍ତ୍ତନ ଆଣିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଆଲୋଚନା କରିସାରିଛନ୍ତି ସେହି ସବୁ ବିଷୟ ପ୍ରଦର୍ଶନୀରେ ସ୍ଥାନ ପାଇବ।
Published by:Soumya Das
First published: