News18 Odia Digital
ନୂଆ ଦିଲ୍ଲୀ: ଦକ୍ଷିଣ କଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀମାନେ ବିଜେପି ନେତା ଜାଭେଦ୍ ଅହମ୍ମଦ ଡାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି (Kashmir BJP leader murder) । ଜାଭେଦଙ୍କୁ ଆତଙ୍କବାଦୀମାନେ ତାଙ୍କ ହୋମଶାଲିବାଗସ୍ଥିତ ଘର ବାହାରେ ମଙ୍ଗଳବାର ଅପରାହ୍ଣରେ ଗୁଳି ମାରି ହତ୍ୟା କରିଛନ୍ତି । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ସପ୍ତାହକ ମଧ୍ୟରେ ଦକ୍ଷିଣ କାଶ୍ମୀରରେ ବିଜେପି ନେତାଙ୍କ ଏହା ଦ୍ୱିତୀୟ ହତ୍ୟା ।
୩୦ ବର୍ଷୀୟ ଡାରଙ୍କ ଦେହରେ ଏକାଧିକ ଗୁଳି ଲାଗିଥିବା ସ୍ପଷ୍ଟ ହୋଇଛି । ଘଟଣା ସ୍ଥଳରେ ଉପସ୍ଥିତ ନ ଥିବାରୁ ଡାରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀକୁ (PSO) ନିଲମ୍ବିତ କରାଯାଇଛି । ଏହି ହତ୍ୟାକାଣ୍ଡ ପାଇଁ ଟି.ଆର.ଏଫ. ନାମକ ସଙ୍ଗଠନ ନିଜକୁ ଦାୟୀ ବୋଲି କହିଛି । ଜାଭେଦ୍ ଅହମଦ ଡାର୍ (Javed Ahmed Dar murder) କୁଲଗାମ ଜିଲ୍ଲାର ବିଜେପି କିସାନ ମୋର୍ଚ୍ଚାର ସଭାପତି ଥିଲେ ଓ ଜିଲ୍ଲାର ରେଡୱାନି ଗାଁର ସରପଞ୍ଚ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ପତ୍ନୀ ମଧ୍ୟ ସେହି ଗାଁର ପଞ୍ଚାୟତର ସଦସ୍ୟ ଥିଲେ।
ଏହା ବି ପଢ଼ନ୍ତୁ | ସାବଧାନ! ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ଅଛି; ସେଥିରୁ ୨ଟି ଓଡ଼ିଶାରେ; ଦେଖନ୍ତୁ ପୂରା ତାଲିକାଏହି ଘଟଣା ପରେ ନ୍ୟାସନାଲ୍ କନଫେରେନ୍ସ (National Conference) ପାର୍ଟିର ସଭାପତି ଓମାର ଅବଦୁଲ୍ଲା ଏହାକୁ ଖୁବ୍ ନିନ୍ଦା କରିଛନ୍ତି। ସେ ଏକ ଟ୍ୱିଟ୍ କରି କହିଛନ୍ତି, ‘‘କୁଲଗାମରୁ ଖରାପ ଖବର ଆସିଛି । ଜାଭେଦ ଅହମଦ ଡାରଙ୍କୁ ହତ୍ୟା କରାଯାଇଛି । ମୁଁ ଏହି ଆତଙ୍କବାଦୀମାନଙ୍କ ଏହି କାର୍ଯ୍ୟକୁ ଦୃଢ଼ ଓ ନିର୍ଭୀକଭାବେ ନିନ୍ଦା କରୁଛି । ଜାଭେଦଙ୍କ ପରିବାର ଓ ସହଯୋଗୀମାନଙ୍କୁ ମୋ’ର ସମବେଦନା ଜଣାଉଛି । ଆଲ୍ଲା ସେମାନଙ୍କୁ ସ୍ୱର୍ଗରେ ସ୍ଥାନ ଦିଅନ୍ତୁ ।’’
ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ କ’ଣ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?ବିଜେପି ନେତା ଜାଭେଦ ଅହମ୍ମଦ ଡାରଙ୍କ ହତ୍ୟା ଖବରକୁ ବିଜେପିର ମୁଖପାତ୍ର ଅଲତାଫ ଠାକୁର ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଅହମ୍ମଦ ଡାର ଦଳର ଜଣେ ଯୁବ ନେତା ଥିଲେ ଓ କୁଲଗାମ ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱରେ ଥିଲେ । ଠାକୁର ଡାରଙ୍କ ହତ୍ୟାକୁ ଏକ ବର୍ବର କାର୍ଯ୍ୟ ବୋଲି କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | TVରେ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍ ଜିତିବା ଦେଖି କେମିତି ଖୁସିରେ ତାଳିମାରୁଥିଲେ CM ନବୀନ ପଟ୍ଟନାୟକ‘‘ହତ୍ୟାକାରୀମାନଙ୍କୁ ଶୀଘ୍ର ଧରାଯିବା ଉଚିତ ଓ ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । ଆତଙ୍କବାଦୀମାନେ ନିରାଶ ଅନୁଭବ କରୁଛନ୍ତି ଓ ନିର୍ଦ୍ଦୋଷମାନଙ୍କୁ ଟାର୍ଗେଟ କରୁଛନ୍ତି । ଅସ୍ତ୍ରହୀନ ଲୋକଙ୍କୁ ହତ୍ୟା କରି କିଛି ହେବ ନାହିଁ । ଅଗଷ୍ଟ ୧୦ରେ ବିଜେପି ସରପଞ୍ଚ ଗୁଲାମ ରସୁଲ ଦର ଓ ତାଙ୍କ ପତ୍ନୀ ଜବାହୀରା ବାନୋ ଅନନ୍ତନାଗ ସହରରେ ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିଲେ,’’ କହିଛନ୍ତି ଠାକୁର ।
ବିଜେପି ଦାବି କରିଛି ଯେ ୨୦୨୦ ମସିହାରେ ଦଳର ୧୯ ଜଣ ନେତାଙ୍କୁ ହତ୍ୟା କରାଯାଇଥିଲା ଓ ଏ ପର୍ଯ୍ୟନ୍ତ କଶ୍ମୀରରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ବିଜେପିର ୨୧ ଜଣ ନୋତା ଓ କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଅଧିକାଂଶ ବିଜେପି ନେତାଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଇଛନ୍ତି ଏବଂ ସେମାନେ ସୁରକ୍ଷିତ ସ୍ଥାନରେ ରୁହନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।