News18 Odia Digital
ଶ୍ରୀନଗର: ପୁଣି ଥରେ ଜମ୍ମୁ-କାଶ୍ମୀରରେ ସାଧାରଣ ନାଗରିକମାନେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି । ଗୁରୁବାର ଦିନ ରାଜଧାନୀ ଶ୍ରୀନଗରରେ ଏକ ସ୍କୁଲରେ ଅଚାନକ ଆତଙ୍କବାଦୀମାନେ ପହଞ୍ଚି ଦୁଇ ଜଣ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି (Kashmir school attack)। ଏହି ଘଟଣା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଦିନକ ପୂର୍ବରୁ ଆତଙ୍କବାଦୀମାନେ କଶ୍ମୀରରେ ତିନି ଜଣ ସାଧାରଣ ନାଗରିକଙ୍କୁ ଗୁଳି ମାରି ହତ୍ୟା କରିଥିଲେ ।
ସ୍କୁଲ୍ ଚାଲିଥିବା ବେଳେ ବନ୍ଧୁକଧାରୀ ଅଜ୍ଞାତ ଆକ୍ରମଣକାରୀମାନେ ସେଠାରେ ପହଞ୍ଚିଥିଲେ ଓ ସ୍କୁଲର ପ୍ରଧାନଶିକ୍ଷିକା ଓ ଜଣେ ପୁରୁଷ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ (Srinagar school attack)। ଆକ୍ରମଣକାରୀମାନେ ଆତଙ୍କବାଦୀ ଥିଲେ ବୋଲି କୁହାଯାଉଛି । ଏହି ଘଟଣା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ମୃତ ଶିକ୍ଷକ ଦୀପକ ଚାନ୍ଦ
ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITR ତଥ୍ୟ ଲିକ୍ ମାମଲା: ପାକିସ୍ତାନରେ ରହି ଫେସବୁକ୍ ଆକାଉଣ୍ଟ୍ ଚଳାଉଥିଲେ ସେହି ଯୁବତୀ
ମୃତ ଦୁଇ ଜଣ ଶିକ୍ଷକ ଶିଖ୍ ଓ କଶ୍ମୀରୀ ପଣ୍ଡିତ ସମୁଦାୟର । ସେମାନେ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ସତୀନ୍ଦର୍ କୌର ଓ ଶିକ୍ଷକ ଦୀପକ ଚାନ୍ଦ । କୁହାଯାଉଛି ଯେ ଉଭୟ ଗୁଳି ଲାଗିବା ପରେ ଦୁହିଁଙ୍କୁ ଆହତ ଅବସ୍ଥାରେ ସୌରାର SKIMS ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତରମାନେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ (Srinagar terrorist attack)।

ମୃତ ପ୍ରଧାନ ଶିକ୍ଷୟିତ୍ରୀ ସତୀନ୍ଦର୍ କୌର
ଏହା ବି ପଢ଼ନ୍ତୁ | Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେ
କୁହାଯାଉଛି ଯେ ଆତଙ୍କବାଦୀମାନେ ସ୍କୁଲରେ ପହଞ୍ଚି ସବୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଗୋଟିଏ ଧାଡ଼ିରେ ଠିଆ କରେଇଥିଲେ ଓ ସେମାନଙ୍କ ମୋବାଇଲ୍ ଫୋନ୍ ଛଡ଼େଇନେଇଥିଲେ । ତା’ ପରେ ସେମାନଙ୍କ ପରିଚୟ ପତ୍ର ଦେଖି ମୁସଲମାନ୍ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସେଠାରୁ ଯିବାକୁ ଦେଇଥିଲେ ।
ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ହାଇଦର୍ର ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା
ଦିନକ ପୂର୍ବରୁ କଶ୍ମୀରରେ (Kashmir) ଆତଙ୍କବାଦୀମାନେ ତିନି ଜଣ ଲୋକଙ୍କୁ ହତ୍ୟା କରିଥିଲେ । ସେମାନେ ଥିଲେ ଶ୍ରୀନଗରର ୭୦ ବର୍ଷୀୟ ଔଷଧ ଦୋକାନୀ ମାଖନ ଲାଲ୍ ବିନ୍ଦ୍ରୁ, ଖାଦ୍ୟ ଷ୍ଟଲ୍ ଚଳାଉଥିବା ବୀରେନ୍ଦ୍ର ପାସୱାନ ଓ ଟ୍ୟାକ୍ସି ଷ୍ଟାଣ୍ଡର ଚେୟାରମ୍ୟାନ୍ ମହମ୍ମଦ ଶାଫି ଲୋନ୍ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ମାତ୍ର ତିନି ଘଣ୍ଟା ମଧ୍ୟରେ ଏହି ତିନୋଟି ହତ୍ୟାକାଣ୍ଡ ଘଟାଇଥିଲେ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମହାନଦୀରେ ଅଘଟଣ: ସମ୍ବଲପୁରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ଜଣ
ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତ ବିନ୍ଦ୍ରୁଙ୍କୁ ପଏଣ୍ଟ୍ ବ୍ଲାଙ୍କ୍ ରେଞ୍ଜରୁ ଗୁଳି ମାରିଥିଲେ । ଆତଙ୍କବାଦୀମାନେ ଶ୍ରୀନଗରର ମଦିନା ଚୌକ୍ ଲାଲବଜାର ନିକଟରେ ଫୁଡ୍ ଷ୍ଟଲ୍ ଚଳାଇଥିବା ବିହାରର ଭାଗଲପୁରର ବାସିନ୍ଦା ବୀରେନ୍ଦ୍ର ପାସୱାନଙ୍କୁ ଟାର୍ଗେଟ କରିଥିଲେ। କଶ୍ମୀର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆତଙ୍କବାଦୀମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ତୃତୀୟ ଘଟଣାରେ ଆତଙ୍କବାଦୀମାନେ ଉତ୍ତର କଶ୍ମୀରର ବାନ୍ଦିପୋରା ଜିଲ୍ଲାର ନାଇଡଖାଇ ନିବାସୀ ଲୋନଙ୍କୁ ହତ୍ୟା କରିଥିଲେ।
ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJDର ଭୋଟ୍ ଶେୟାର୍ ବଢ଼ିଲା; BJP ଓ କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭ
ଏହି ବର୍ଷ କଶ୍ମୀରରେ ୨୩ ଜଣ ସାଧାରଣ ନାଗରିକ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀନଗରର ଆଠ ଜଣ, ପୁଲୱାମାର ଚାରି ଜଣ, ଅନନ୍ତନାଗର ଚାରି ଜଣ, କୁଲଗାମର ତିନି ଜଣ, ବାରମୁଲ୍ଲାର ଦୁଇ ଜଣ, ବଡ଼ଗାମର ଜଣେ ଓ ବାନ୍ଦିପୋରାରେ ଆଠ ଜଣ ।
ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ
ଏହି ୨୩ ଜଣଙ୍କ ମଧ୍ୟରୁ ତିନି ଜଣ ଅନ୍ୟ ରାଜ୍ୟରୁ ଆସିଥିଲେ ଓ ଦୁଇ ଜଣ କଶ୍ମୀରୀ ପଣ୍ଡିତ ଥିଲେ। ଅକ୍ଟୋବର ୫ ତାରିଖ ସୁଦ୍ଧା ୧୮ ଜଣ ମୁସଲମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ସଦ୍ୟ ଘଟଣାକୁ ମିଶାଇ ଶ୍ରୀନଗରରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି ।