ବଲିଉଲ୍ଲାହ ଖାନ (ପ୍ରତୀକାତ୍ମକ ଛବି)
News18 Odia Digital
୨୦୦୬ରେ ଉତ୍ତରପ୍ରଦେଶର ବାରାଣସୀରେ ହୋଇଥିବା ସିରିଜ ବିସ୍ଫୋରଣ ମାମଲାରେ ବଲିଉଲ୍ଲାହ ଖାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଗାଜିଆବାଦ କୋର୍ଟ । ଗୋଟିଏ ବିସ୍ଫୋରଣ ମାମଲାରେ ବଲିଉଲ୍ଲାହକୁ ନିର୍ଦ୍ଦୋଶରେ ଖଲାସ କରିଥିବା ସହ ୨ଟି ବ୍ଲାଷ୍ଟିଂ ମାମଲାରେ ବଲିଉଲ୍ଲାହକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।
୧୬ ବର୍ଷ ଆଗରୁ ଘଟିଥିବା ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ବଲିଉଲ୍ଲାହ ଶନିବାର ଅପରାହ୍ନରେ ଜିଲ୍ଲା କୋର୍ଟରେ ହାଜର ହୋଇଥିଲା। ଅପରାହ୍ନ ୩.୩୦ ସମୟରେ ଜିଲ୍ଲା ଜଜ ଜିତେନ୍ଦ୍ର କୁମାର ସିହ୍ନା ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ସଙ୍କଟମୋଚାନ ମନ୍ଦିରରେ ବିସ୍ଫୋରଣ ଓ ଦଶାଶ୍ୱମେଧ ଘାଟରେ କୁକର ବୋମା ମିଳିବା ମାମଲାରେ ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ହେଲେ ଅନ୍ୟ ଏକ ବିସ୍ଫୋରଣ ମାମଲାରେ ପ୍ରମାଣ ନମିଳିବାରୁ କୋର୍ଟ ବଲିଉଲ୍ଲାହଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।