J&Kରେ ପାକିସ୍ତାନୀ ଡ୍ରୋନକୁ ତଳକୁ ଖସାଇଲେ ସୁରକ୍ଷା ବାହିନୀ, ନଷ୍ଟ କଲେ ବିସ୍ଫୋରକ ସାମଗ୍ରୀ

ଜାମ୍ମୁର କାନାଚକ୍ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ୍ ଜବତ କଲା ଜାମ୍ମୁର ସୁରକ୍ଷା ବଳ । ଗତ ଜୁନ ୨୭ରେ ଜାମ୍ମୁ ଏୟାର ଫୋର୍ସ ଷ୍ଟେସନକୁ ଦୁଇଟି ଆଇ.ଇ.ଡି. ଦ୍ବାରା ଆକ୍ରମଣ କରାଯାଇଥିଲା, ଯେଉଁଠାରେ ଡ୍ରୋନ୍ ବ୍ୟବହାର କରି ଛଡ଼ା ଯାଇଥିଲା । ହେଲେ ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟି ନଥିଲା କିନ୍ତୁ ଆକ୍ରମଣରେ ଏୟାର ଫୋର୍ସ ଷ୍ଟେସନ ଭିତରେ କିଛି ସଂରଚନା ନଷ୍ଟ ହୋଇଥିଲା ।

ପାକିସ୍ତାନୀ ଡ୍ରୋନ୍ ଜବତ କଲା ଜାମ୍ମୁ ସୁରକ୍ଷା ବାହିନୀ

ପାକିସ୍ତାନୀ ଡ୍ରୋନ୍ ଜବତ କଲା ଜାମ୍ମୁ ସୁରକ୍ଷା ବାହିନୀ

  • Share this:
New18 Odia Digital

ଜାମ୍ମୁ କାଶ୍ମୀର: ଜାମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ସଫଳ ହୋଇଛି  । ଜାମ୍ମୁ-କାଶ୍ମୀର ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଅଖନୁର ସେକ୍ଟରର କାନାଚକ୍ ଅଞ୍ଚଳରେ ଏକ ଡ୍ରୋନ୍ ଉପରେ ଗୁଳି ବିନିମୟ କରି ତଳକୁ ଖସାଇ ଦେଇଥିଲା । ଡ୍ରୋନ୍ ଭାରତୀୟ ସୀମା ଭିତରେ ଛଅରୁ ସାତ କିଲୋମିଟ ଦୂରରେ ପ୍ରବେଶ କରିଥିଲା ଓ ପ୍ରାୟ ପାଞ୍ଚ କିଲୋଗ୍ରାମ Improvised Explosive Devices (IED) ବିସ୍ଫୋରକ ସାମଗ୍ରୀ ଆଣିଥିଲା ।

ଏହି ମାମଲାରେ ଆଲୋଚନା କରି ଜଣେ ବରିଷ୍ଠ ପୋଲିସ ଅଧିକାରୀ  ସି.ଏନ.ଏନ. ନ୍ୟୁଜ ୧୮କୁ କହିଛନ୍ତି, ‘‘ଜାମ୍ମୁ-କାଶ୍ମୀରର ପୋଲିସ କର୍ମଚାରୀମାନେ ସକ୍ରିୟ ହେକ୍ସାକାପ୍ଟରକୁ ଗୁଳି କରି ନଷ୍ଟ କରିଦେଇଛନ୍ତି, ଯେଉଁଥିରେ IED ପ୍ୟାକିଂ ସାମଗ୍ରୀରେ ପ୍ୟାକ କରାଯାଇଥିଲା  । ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା  । ଏହାର ତଦନ୍ତ ବର୍ତ୍ତମାନ ଆରମ୍ଭ ହୋଇଯାଇଛି  ଓ ଆମେ ସେହି ଅଞ୍ଚଳର ସର୍ଚ୍ଚ ଜାରି ରଖିଛୁ  ଏହା ଜାଣିବା ପାଇଁ ଯେ ଏହି IED କେଉଁ ସ୍ଥାନରେ ବିସ୍ଫୋରଣ ଘଟାଇଥାଆନ୍ତା ।’’

ଗତ ଜୁନ ୨୭ରେ ଜାମ୍ମୁ ଏୟାର ଫୋର୍ସ ଷ୍ଟେସନକୁ ଦୁଇଟି ଆଇ.ଇ.ଡି. ଦ୍ବାରା ଆକ୍ରମଣ କରାଯାଇଥିଲା, ଯେଉଁଠାରେ ଡ୍ରୋନ୍ ବ୍ୟବହାର କରି ଛଡ଼ା ଯାଇଥିଲା । ହେଲେ ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟି ନଥିଲା କିନ୍ତୁ ଆକ୍ରମଣରେ ଏୟାର ଫୋର୍ସ ଷ୍ଟେସନ ଭିତରେ କିଛି ସଂରଚନା ନଷ୍ଟ ହୋଇଥିଲା । ଦୁଇଜଣ ବାୟୁସେନା କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ  ।

ସେହି ଦିନ ସୁରକ୍ଷା ବାହିନୀ ଜାମ୍ମୁର ନରୱାଲ ଅଞ୍ଚଳରୁ ନଦୀମ ନାମକ ଜଣେ ଆତଙ୍କବାଦୀକୁ ଗିରଫ କରିଥିଲା, ଯାହା ପାଖରୁ ପ୍ରାୟ ୫.୫ କେଜି ଓଜନ ବିଶିଷ୍ଟ ଆଇ.ଇ.ଡି. ମିଳିଥିଲା । ଜାମ୍ମୁ ଅଞ୍ଚଳର ଜନହଗହଳ ପୂର୍ଣ୍ଣ ସ୍ଥାନରେ ଏହି ଆଇ.ଇ.ଡି ମାଧ୍ୟମରେ ଆକ୍ରମଣ କରିବା ପାଇଁ ସୀମା ଆରପାର୍ଶ୍ବରୁ ହ୍ୟାଣ୍ଡଲର୍ସ ନଦୀମକୁ ଦାୟିତ୍ବ ଦିଆଯାଇଥିଲା  ।

ନଦୀମକୁ ପଚରାଉଚରା ବେଳେ ସେ ପ୍ରକାଶ କରିଥିଲା ଯେ ସୋସିଆଲ ମିଡ଼ିଆ ଜରିଆରେ ସେ ପାକିସ୍ତାନରେ ଥିବା ତାଙ୍କ ହ୍ୟାଣ୍ଡଲର୍ସଙ୍କ ସହ ଯୋଗାଯୋଗରେ ଅଛନ୍ତି  ଓ ଡ୍ରୋନ୍ ଦ୍ବାରା ତଳକୁ ଖସା ଯିବା ପରେ ସେ ଅନ୍ତରାଷ୍ଟ୍ରୀୟ ସୀମା ପାଖରୁ ଏହି ଆଇ.ଇ.ଡି. ଉଠାଇଥଲା  । ନଦୀମର ସୂଚନା ଅନୁଯାୟୀ ଆଉ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା  । ଜଣକୁ ଶୋପିୟାନରୁ ଓ ଅନ୍ୟ ଜଣକୁ ରାମବାନ ଜିଲ୍ଲାର ବାନିହିଲ  ଅଞ୍ଚଳରୁ ଗିରଫ କରିଥିଲା ପୋଲିସ ।

ଜାମ୍ମୁ ଏୟାର ପୋର୍ସ ଷ୍ଟେସନ ଉପରେ ଆକ୍ରମଣ ପରେ ସେହି ଅଞ୍ଚଳର ଗୁରୁତ୍ବପୂର୍ଣ୍ଣ ସାମରିକ ସ୍ଥାପନ ନିକଟରେ ଏକ ଡଜନରୁ ଅଧିକ ଡ୍ରୋନ୍ ଦେଖିବାକୁ ମିଳିଥିଲା  । ଯାହାକୁ ଦୃଷ୍ଟିରେ ରଖି ଜାମ୍ମୁ-କଶ୍ମୀରରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହା ଉପରେ ଅଧିକ ସତର୍କତା ଅବଲମ୍ବନ କରିଥିଲେ କାରଣ ଅତ୍ୟାଧୁନିତ ଡ୍ରୋନ୍ ବ୍ୟବହାର କରି ଆତଙ୍କବାଦୀମାନେ କେନ୍ଦ୍ର ଶାସିତ ଅଞ୍ଚଳରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି  ।

ଜାମ୍ମୁ ଏୟାର ଫୋର୍ସ ଷ୍ଟେସନରେ ହୋଇଥିବା ଆକ୍ରମଣର ତଦନ୍ତକୁ ଜାତୀୟ ଅନୁସନ୍ଧାନ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି ।
Published by:Lipina Das
First published: