News 18 Odia Digital
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ଷଡ଼ଯନ୍ତ୍ରକୁ ରୋକିବାରେ ସଫଳ ହୋଇଛି ଭାରତୀୟ ସେନା । ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ( ଏଲ୍ଓସି)ରେ ସୁରକ୍ଷା ବାହିନୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁ କାଶ୍ମୀର ପୋଲିସ ଗୁରୁବାର ଏହି ସୂଚନା ଦେଇଛି। ଜଣେ ଆତଙ୍କବାଦୀ ମଧ୍ୟ ଜୀବନ୍ତ ଧରାପଡ଼ିଛି।
ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ନାନକ ପୋଷ୍ଟ ନିକଟରେ ଅନୁପ୍ରବେଶକାରୀଙ୍କ ଷଡ଼ଯନ୍ତ୍ର ବିଫଳ ହୋଇଛି। କାଶ୍ମୀର ପୋଲିସ ଏକ ଟ୍ୱିଟି କରି କହିଛି ଯେ ଉରିର କମଲକୋଟ ସେକ୍ଟରର ନାନକ ପୋଷ୍ଟ ନିକଟରେ ସେନା ଓ ବାରାମୁଲ୍ଲା ପୋଲିସ ତିନିଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଛି। ଏହାପୂର୍ବରୁ ସେନା ଆଖନୁର୍ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ରୋକିବାରେ ସଫଳ ହୋଇଥିଲା।
ଆଜି ଆଖନୁର୍ ସେକ୍ଟରରେ ଅନୁପ୍ରବେଶକାରୀଙ୍କ ଷଡ଼ଯନ୍ତ୍ର ବିଫଳ ହୋଇଛିଜାମ୍ମୁ କାଶ୍ମୀରର ଆଖନୁର୍ ସେକ୍ଟରରେ ସୀମାର ଅନ୍ୟପଟରୁ ଆସିଥିବା ଆତଙ୍କବାଦୀଙ୍କୁ ସେନାର କର୍ମଚାରୀମାନେ ରୋକିବାରେ ସଫଳ ହୋଇଛନ୍ତି। ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସକୁ ସୈନିକମାନେ ରୋକିବାରେ ସଫଳ ହୋଇଛନ୍ତି। ଗତକାଲି ରାତିରେ ଆତଙ୍କବାଦୀମାନେ ନାଉଶେରା ସେକ୍ଟରରେ ମଧ୍ୟ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହା ସେନା ମଧ୍ୟ ରୋକିବା ସଫଳ ହୋଇଥିଲେ।
ନାଉଶେରା ସେକ୍ଟର ଅଞ୍ଚଳରେ ଜଣେ ଆତଙ୍କବାଦୀ ଜୀବନ୍ତ ଧରାପଡ଼ିଥିବା ବେଳେ ବିସ୍ଫୋରଣରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଗଷ୍ଟ ୨୧ ସକାଳେ ନାଉଶେରା ଝାଙ୍ଗାର ସେକ୍ଟର ପୋଷ୍ଟର ଏଲ୍ଓସି ରେ ୨-୩ ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।