ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଜଣେ ପୋଲିସ ସହିଦ ସହ ଦୁଇଜଣ ଯବାନ ଆହତ ହେଲେ

ବାରାମୁଲ୍ଲା ଜିଲ୍ଲାର କ୍ରେରୀ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ ସହିଦ ଓ ଦୁଇ ଜଣ CRPF କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଜଣେ ପୋଲିସ ସହିଦ ସହ ଦୁଇଜଣ ଯବାନ ଆହତ ହେଲେ
ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ (ଫାଇଲ ଫଟୋ)
  • News18 Odia
  • Last Updated: August 17, 2020, 12:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର (Jammu Kashmir) ବାରାମୁଲ୍ଲାରେ(Baramulla) CRPF ର ନାକା ପାର୍ଟିରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ଏହି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ CRPF କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନାନୁସାରେ ଆତଙ୍କବାଦୀମାନେ ବାରାମୁଲ୍ଲାରେ କ୍ରେରି ଅଞ୍ଚଳରେ ଥିବା ନାକା ପାର୍ଟିରେ ଥିବା CRPF ର ଦୁଇଜଣ ସୈନିକଙ୍କୁ ନିଜର ଟାର୍ଗେଟ କରିଥିଲେ । ଆତଙ୍କବାଦୀମାନେ ଏହି ଆକ୍ରମଣ କରିବା ପରେ ଫେରାର ହୋଇ ଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଓ CRPF ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସମ୍ପୁର୍ଣ୍ଣ ଅଞ୍ଚଳକୁ ସିଲ କରିଥିଲେ । ଖବର ଅନୁସାରେ ଆତଙ୍କବାଦୀ ଆକ୍ରମଣ କରିବା ପରେ ସେ ଗାଁର କୌଣସି ସ୍ଥାନରେ ଲୁଚି ରହିଛନ୍ତି ।





ଏହି ଆକ୍ରମଣରେ ଆହତ ହୋଇଥିବା ପୋଲିସ କର୍ମଚାରୀ ଓ ଦୁଇ ଜଣ CRPF ଯବାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ପୋଲିସ କର୍ମଚାରୀଙ୍କର ସହିଦ ଘୋଷଣା କରାଯାଇଥିଲା ଓ ଉଭୟ ସେନା କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି ।

ଅଗଷ୍ଟ ୧୨ ତାରିଖରେ ଆତଙ୍କବାଦୀମାନେ ବାରାମୁଲ୍ଲାରେ ସେନାର ପାଟ୍ରୋଲିଂ ପାର୍ଟିକୁ ଟାର୍ଗେଟ କରିଥିଲେ । ଏହା ପରେ ଆତଙ୍କବାଦୀମାନେ ସୋପୋରର ହାଇଗାମ ଅଞ୍ଚଳରେ ପାଟ୍ରୋଲିଂ ପାର୍ଟିକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ଜଣେ ସୈନିକ ଆହତ ହୋଇଥିଲେ । ଆହତ ଯବାନ ୧୫ ଗରୱାଲ ରେଜିମେଣ୍ଟର ବୋଲି କୁହାଯାଉଛି, ଯାହାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Published by: Jagdish Barik
First published: August 17, 2020, 12:11 PM IST
corona virus btn
corona virus btn
Loading