ପାକିସ୍ତାନର କରାଚି ଷ୍ଟକ୍ ଏକ୍ସଚେଞ୍ଜ ଉପରେ ବଡ ଆତଙ୍କବାଦୀ ଆକ୍ରମଣ; ୪ ଆତଙ୍କବାଦୀ ନିହତ

Terrorist Attack at Karachi Stock Exchange in Pakistan | ଆତଙ୍କବାଦୀମାନେ କରାଚି ଷ୍ଟକ୍ ଏକ୍ସଚେଞ୍ଜକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିଲେ । ଭିତରକୁ ପଶିବାକୁ ଉଦ୍ୟମ କରିବା ବେଳେ ସେମାନେ ଗେଟ୍ ପାଖରେ ଗ୍ରେନେଡ୍ ଫିଙ୍ଗିଥିଲେ ଓ ଗୁଳି ଚଳାଇଥିଲେ । ପାଞ୍ଚ ଜଣ ସୁରକ୍ଷାକର୍ମୀ ବି ନିହତ ହୋଇଛନ୍ତି ।

ପାକିସ୍ତାନର କରାଚି ଷ୍ଟକ୍ ଏକ୍ସଚେଞ୍ଜ ଉପରେ ବଡ ଆତଙ୍କବାଦୀ ଆକ୍ରମଣ; ୪ ଆତଙ୍କବାଦୀ ନିହତ
ଆତଙ୍କବାଦୀ ଆକ୍ରମଣ ପରେ କରାଚି ଷ୍ଟକ୍ ଏକ୍ସଚେଞ୍ଜ ଫାଟକ ନିକଟର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇସଲାମାବାଦ: ପାକିସ୍ତାନର (Pakistan) କରାଚି ଷ୍ଟକ୍ ଏକ୍ସଚେଞ୍ଜରେ (Karachi Stock Exchange) ଆତଙ୍କବାଦୀମାନେ ଗ୍ରେନେଡ୍‌ରେ ଆକ୍ରମଣ କରିଛନ୍ତି ଓ ଗୁଳି ବି ଚଳାଇଛନ୍ତି (Terrorist Attack) । ଏହି ଆକ୍ରମଣ କରିଥିବା ଚାରି ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଘଟଣାରେ ଜଣେ ପୋଲିସ ଇନ୍ସପେକ୍ଟର ଓ ଚାରି ଜଣ ସୁରକ୍ଷାକର୍ମୀ ବି ନିହତ ହୋଇଥିବା ଜଣାପଡ଼ିଛି । ଛଅ ଜଣ ଆହତ ହୋଇଛନ୍ତି।

ଆତଙ୍କବାଦୀମାନେ ଷ୍ଟକ୍ ଏକ୍ସଚେଞ୍ଜକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିଲେ। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ବଲୁଚ ଲିବରେସନ୍ ଆର୍ମି (ବି.ଏଲ.ଏ.) (Balooch Liberation Army) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଘୋଷଣା କରିଛି । ସୋସିଆଲ ମିଡିଆରେ କେତେକ ଟ୍ୱିଟରେ ତିନି ଜଣ ଆତଙ୍କବାଦୀଙ୍କ ଫଟୋ ମଧ୍ୟ ସେୟାର କରାଯାଉଛି । ଏହି ଆତଙ୍କବାଦୀମାନେ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଦାବି କରାଯାଇଛି।

ଜିଓ ନ୍ୟୁଜ୍ ଏକ ରିପୋର୍ଟରେ କହିଛି ଯେ ଅଜ୍ଞାତ ଆତଙ୍କବାଦୀମାନେ ବିଲ୍ଡିଂର ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଗୁଳି ଚଳାଇଥିଲେ ଓ ଗ୍ରେନେଡ ଫିଙ୍ଗିଥିଲେ। ସିନ୍ଧ୍‌ ରେଞ୍ଜର୍ସର ଅଧିକାରୀମାନେ କହିଛନ୍ତି ଯେ ପୋଲିସ ଏବଂ ରେଞ୍ଜର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରବେଶ ଦ୍ୱାର ନିକଟରେ ଥିବା ଚାରି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ପୋଲିସ କହିଛି ଯେ AK-47 ରାଇଫଲ, ଗ୍ରେନେଡ, ମ୍ୟାଗାଜିନ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ଅସ୍ତ୍ରଶସ୍ତ୍ରରୁ ସ୍ପଷ୍ଟ ହୋଇଛି ଯେ ସେମାନେ ଏକ ବଡ଼ ଆକ୍ରମଣ ଉଦ୍ଦେଶ୍ୟରେ ଆସିଥିଲେ ।

ସୁରକ୍ଷା କର୍ମୀମାନେ ଜବତ ହୋଇଥିବା ଗୋଳାବାରୁଦକୁ ଏକତ୍ର କରୁଛନ୍ତି । (ଏଏଫପି)


ଡନ୍‌ ଖବରକାଗଜ ଅନୁଯାୟୀ ସକାଳ ପ୍ରାୟ ୯ଟା ବେଳେ ଏହି ଆତଙ୍କବାଦୀମାନେ ଷ୍ଟକ୍ ଏକ୍ସଚେଞ୍ଜର ଫାଟକ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଭିତରକୁ ପ୍ରବେଶ କରିବା ପାଇଁ ସେମାନେ ଗେଟ ପାଖରେ ଗ୍ରେନେଡରେ ଏକ ବିସ୍ଫୋରଣ କରିଥିଲେ। ଏହି ଗ୍ରେନେଡ ଆକ୍ରମଣ କାରଣରୁ ଦୁଇ ଜଣ ସାଧାରଣ ନାଗରିକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ।

ପୋଲିସ କହିଛି ଯେ ଫାଟକ ପାଖରେ ହିଁ ତିନି ଜଣ ଆତଙ୍କବାଦୀଙ୍କୁ ଗୁଳି କରି ମାରିଦିଆଯାଇଥିଲା ଓ ଆଉ ଜଣେ ଆତଙ୍କବାଦୀକୁ ସେହି ପରିସରରେ ପ୍ରବେଶ କରିବା ପରେ ହତ୍ୟା କରାଯାଇଥିଲା। ପ୍ରାୟ ଛଅ ଜଣ ଆହତ ଲୋକଙ୍କୁ କରାଚି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଆକ୍ରମଣରେ ଚାରି ଜଣ ସୁରକ୍ଷାକର୍ମୀ ଓ ପୋଲିସର ଜଣେ ସବ୍-ଇନ୍ସପେକ୍ଟର ମଧ୍ୟ ନିହତ ହୋଇଛନ୍ତି ।ସେମାନେ କରାଚିର ଆଇଆଇ ଚୁନ୍ଦରିଗର ରୋଡରେ ଥିବା ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀଙ୍କ ପ୍ରବେଶ ଉଦ୍ୟମକୁ ବିଫଳ କରିଥିଲେ ।

ପାକିସ୍ତାନୀ ରେଞ୍ଜର୍ସ ସୈନ୍ୟମାନେ ଷ୍ଟକ୍ ଏକ୍ସଚେଞ୍ଜରେ ପହଞ୍ଚୁଛନ୍ତି । (ଏଏଫପି)


ଡନ୍ ନ୍ୟୁଜ୍ ଏକ ରିପୋର୍ଟରେ କରିଛି ଯେ ଆତଙ୍କବାଦୀମାନେ ଟ୍ରେଡିଂ ହଲରେ ପ୍ରବେଶ କରିପାରି ନ ଥିଲେ ଏବଂ ଏହି ଆକ୍ରମଣ ଯୋଗୁଁ ବ୍ୟବସାୟ ପ୍ରକ୍ରିୟା ବନ୍ଦ ହୋଇନାହିଁ । ଆତଙ୍କବାଦୀଙ୍କ ଗୁଳି ବିନିମୟ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଖବରରେ କୁହାଯାଇଛି ଯେ ବିଲଡିଂ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ପଛ ଦ୍ୱାର ଦେଇ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଜିଓ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କରାଚିର ଇନ୍ସପେକ୍ଟର ଜେନେରାଲ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ସେ କହିଛନ୍ତି ଯେ ରେଞ୍ଜର ଏବଂ ପୋଲିସ କର୍ମଚାରୀମାନେ ବିଲ୍ଡିଂରେ ପ୍ରବେଶ କରି ସର୍ଚ୍ଚ ଅପରେସନ କରୁଛନ୍ତି ।

ଏହି ଆତଙ୍କବାଦୀ ଆକ୍ରମଣର ଲାଇଭ୍‌ ଭିଡିଓ ଦେଖନ୍ତୁ (Watch LIVE VIDEO):

 




ସୂଚନା ଅନୁଯାୟୀ କରାଚି ଷ୍ଟକ୍ ଏକ୍ସଚେଞ୍ଜରେ ପୋଲିସ ମୁତୟନ ହୁଏ ନାହିଁ । ଏଠାରେ ସୁରକ୍ଷାର ଦାୟିତ୍ୱ ଏକ ଘରୋଇ କମ୍ପାନୀ ସହିତ ଅଛି । ଜିଓ ନ୍ୟୁଜ୍ ଚ୍ୟାନେଲର ରିପୋର୍ଟ ଅନୁଯାୟୀ କିଛି ଦିନ ପୂର୍ବରୁ କରାଚିରେ ଆତଙ୍କବାଦୀମାନେ କୌଣସି ବଡ଼ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ବିଭାଗକୁ ଖବର ମିଳିଥିଲା ।
First published: June 29, 2020, 4:00 PM IST
corona virus btn
corona virus btn
Loading