News18 Odia Digital
ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀର ଗସ୍ତର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଦ୍ୱାରା ୪ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସୈନିକ ସହିଦ ହୋଇଛନ୍ତି ଓ ୪ ଜଣ ସୈନିକ ଆହତ ହୋଇଛନ୍ତି।
ଜାମ୍ମୁର ସୁଞ୍ଜୱାନ ଅଞ୍ଚଳରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି। ଜାମ୍ମୁ ପୋଲିସର ଏଡିଜିପି ଅନୁଯାୟୀ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ପାଇବା ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା।
ଜାମ୍ମୁ ପୋଲିସର ସୂଚନାନୁସାରେ ରାତିରେ ଜାମ୍ମୁର ବାଥୀଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଖବର ମିଳିଥିଲା। ଏହା ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଗତିବିଧିକୁ ଦେଖିବା ମାତ୍ରେ ସେମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ। ଏହା ପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ସୈନିକ ସହିଦ ହୋଇଛନ୍ତି ଓ ୪ ସୈନିକ ଆହତ ହୋଇଛନ୍ତି।
ଜାମ୍ମୁ ଏଡିଜିପି ମୁକେଶ ସିଂଙ୍କ ଅନୁଯାୟୀ, ଆମେ ରାତିରେ ଏହି ଅଞ୍ଚଳକୁ କର୍ଡନ କରିଥିଲୁ, ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ପାଇଥିଲୁ। ସକାଳେ ଗୁଳି ବିନିମୟରେ ହୋଇଥିଲା ଯେଉଁଥିରେ ଜଣେ ସୁରକ୍ଷା ବାହିନୀ ଯବାନ ସହିଦ ହୋଇଛନ୍ତି ଓ ୪ ଜଣ ସୈନିକ ଆହତ ହୋଇଥିଲେ। ଏନକାଉଣ୍ଟର ଏବେବି ଚାଲିଛି। ଆତଙ୍କବାଦୀମାନେ କିଛି ଘରେ ଲଚିଥିବା ପରି ଦେଖାଯାଉଛି।
ଏହାପୂର୍ବରୁ କାଶ୍ମୀରର ବାରାମୁଲ୍ଲା ଅଞ୍ଚଳରେ ସୁରକ୍ଷା ବାହିନୀକୁ ବହୁତ ସଫଳତା ମିଳିଥିଲା। ଏଠାରେ ହୋଇଥିବା ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ୧୨ ଲକ୍ଷ ପୁରସ୍କାର ଥିବା ଆତଙ୍କବାଦୀ ୟୁସୁଫ କନ୍ତରୁ ସେନା କର୍ମଚାରୀମାନେ ହତ୍ୟା କରିଥିଲେ। ଏହା ସହିତ ଅନ୍ୟ ୪ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ନିହତ କରାଯାଇଥିଲା। ଏହି ଆତଙ୍କବାଦୀଙ୍କ ମଧ୍ୟରେ ତିନିଜଣ ବିଦେଶୀ ଆତଙ୍କବାଦୀ ମଧ୍ୟ ଥିଲେ।
ସୂଚନା ଅନୁଯାୟୀ ୟୁସୁଫ୍ କନ୍ତରୁ ଲଶ୍କାରର ସର୍ବୋଚ୍ଚ କମାଣ୍ଡର ଥିଲା ଓ ଉପତ୍ୟକାରେ ୧୨ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲା। ସୁରକ୍ଷା ବାହିନୀ ଦୀର୍ଘ ସମୟ ଧରି ୟୁସୁଫଙ୍କୁ ଖୋଜୁଥିଲେ। ନିକଟରେ ବୁଦ୍ଧଗାମରେ ହୋଇଥିବା ହତ୍ୟା ପଛରେ ୟୁସୁଫ ମଧ୍ୟ ଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।