ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣ: ୫ ଯବାନ ସହିଦ
- News18 Odia
- Last Updated :
- Jammu and Kashmir, India
News 18 Odia Digital
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର (jammu kashmir)ରେ ଆତଙ୍କୀ ଆକ୍ରମଣ ହୋଇଛି । ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଜଣେ ଆହତ ଯବାନଙ୍କୁ ହସ୍ପିଟାଲ (hospital)ରେ ଭର୍ତ୍ତି କରାଯାଇଛି । ବର୍ଷା (rain)ର ସୁଯୋଗ ନେଇ ଆତଙ୍କବାଦୀ ଆକ୍ରମଣ କରିଥିବା କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଗ୍ରେନେଡ୍ (grenade) ମାଡ଼ରେ ଗାଡ଼ି ଜଳିଯାଇଛି । ମୃତ ଯବାନମାନେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ (rashtriya rifles unit)ର ବୋଲି ଜଣାପଡିଛି । କାଶ୍ମୀରର ପୁଞ୍ଛ୍ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି । ଗାଡ଼ିଟି ଭିମ୍ବର ଗଲିରୁ ସାଙ୍ଗିଓତ୍ ଯାଉଥିଲା । ଘଟଣା ପରେ ସଂମ୍ପୃକ୍ତ ଅଞ୍ଚଳରେ ଖାନତଲାସି ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ସେନାମୁଖ୍ୟ ।
ଜାମ୍ମୁରେ ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପୁଅ ଅଛନ୍ତି । ସହିଦ ଓଡ଼ିଆ ଯବାନଙ୍କ ନାମ ଦେବାଶିଷ ବିଶ୍ବାଳ । ଘର ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ । ସେନା ମୁଖ୍ୟାଳୟରୁ ଫୋନ୍ ଆସିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।ଦେବାଶିଷଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ବାଳ, ମା’ ମମତା ବିଶ୍ବାଳ । ୨୦୨୧ ମସିହା ଅକ୍ଷୟ ତୃତୀୟାରେ ବିବାହ କରିଥିଲେ ଦେବାଶିଷ । ତାଙ୍କ ପତ୍ନୀଙ୍କ ନାମ ସୁଶ୍ରୀ ସଙ୍ଗୀତା ବିଶ୍ବାଳ । ଦେବାଶିଷଙ୍କ ୭ ମାସର କନ୍ୟା ସନ୍ତାନ ଅଛି ।
ଏହି ଖବର ପଢ଼ନ୍ତୁ -
କଳିଙ୍ଗ ଷ୍ଟାଡିୟମରେ ସ୍କିଲ ଓଡ଼ିଶା କନକ୍ଲେଭ: ଆରମ୍ଭ ହେଲା 'ନୂଆ ଓଡ଼ିଶା ଯୋଜନା'Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।