News18 Odia Digital
ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଖାଦ୍ୟ ଓ ଔଷଧର ଅଭାବକୁ ପୂରଣ କରିବା ପାଇଁ ମହିଳାମାନେ ବାଧ୍ୟ ହୋଇ ଯୌନ କର୍ମରେ ନିଜକୁ ନିୟୋଜିତ କରୁଛନ୍ତି ବୋଲି ସୂଚନା ମିଳିଛି।
ସ୍ପା ସେଣ୍ଟର ନାମରେ ଏଠାରେ ମହିଳାମାନେ ଯୌନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏହି ସ୍ପା ସେଣ୍ଟରଗୁଡ଼ିକ ଗ୍ରାହକଙ୍କ ପାଇଁ ପରଦା ଓ ଶଯ୍ୟା ଲଗାଇ ଅସ୍ଥାୟୀ ସ୍ଥାନ ତିଆରି କରାଯାଇଛି। ଏଠାକୁ ଆସୁଥିବା ଅଧିକାଂଶ ମହିଳା ବୟନ ଶିଳ୍ପରୁ ଆସୁଛନ୍ତି। ଏହି ସବୁ କ୍ଷେତ୍ରରେ ଜାନୁଆରୀ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିଲା, କିନ୍ତୁ ଏହା ପରେ ଦେଶର ଅର୍ଥନୀତି ଖରାପ ହେତୁ ତାଙ୍କୁ ଏହି ବ୍ୟବସାୟକୁ ଆସିବାକୁ ପଡିଲା ବୋଲି ସେମାନେ କହିଛନ୍ତି।
ଶ୍ରୀଲଙ୍କାର ଦୈନିକ ଖବରକାଗଜ ଦି ମର୍ନିଂ ଅନୁଯାୟୀ, ବୟନ ଶିଳ୍ପରେ ନିୟୋଜିତ ମହିଳାମାନେ ଚାକିରି ହରାଇବା ଭୟ ତଥା ଦେଶର ଖରାପ ଅର୍ଥନୀତି ହେତୁ ବିକଳ୍ପ ରୋଜଗାର ଭାବରେ ବେଶ୍ୟା ଵ୍ୟବସାୟକୁ ବାଛି ନେଇଛନ୍ତି। ଏହି କାରଣରୁ ବୟନ ଶିଳ୍ପକ୍ଷେତ୍ର ଖରାପ ହେବାରେ ଲାଗିଛି।
ଦେଶର ଅର୍ଥନତିକ ସଙ୍କଟ ହେତୁ ଆମେ ଚାକିରି ହରାଇଛୁ ଓ ବେଶ୍ୟା କର୍ମୀ ଭବରେ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ଜଣେ ମହିଳା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବୟନ ଶିଳ୍ପ କାର୍ଯ୍ୟରେ ଆମର ମାସିକ ଦରମା ପ୍ରାୟ ୨୮,୦୦୦ ଟଙ୍କା ଥିଲା ଓ ଅଧିକ ସମୟ କାମ କଲେ ଆମକୁ ସର୍ବାଧିକ ୩୫,୦୦୦ ଟଙ୍କା ମିଳୁଥିଲା। କିନ୍ତୁ ଯୌନ କାର୍ଯ୍ୟରେ ଲିପ୍ତ ରହି ଆମକୁ ପ୍ରତିଦିନ ପ୍ରାୟ ୧୫,୦୦୦ ଟଙ୍କା ମିଳୁଛି।
ସେହିପରି ବ୍ରିଟେନର ଦି ଟେଲିଗ୍ରାଫ୍ ମଧ୍ୟ ଏକ ରିପୋର୍ଟରେ ଦାବି କରିଛି ଯେ ଚଳିତ ବର୍ଷ ଜାନୁଆରୀରୁ କଲମ୍ବୋରେ ଯୌନ କାର୍ଯ୍ୟରେ ନିୟୋଜିତ ମହିଳାଙ୍କ ସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି।
କଲମ୍ବୋର ବାନ୍ଦରାନାଇକେ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଶିଳ୍ପାଞ୍ଚଳରେ ଗଣଦୁଷ୍କର୍ମ କାରବାରକୁ ପ୍ରୋତ୍ସାହିତ କରାଯାଉଥିବା ଜଣାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।