News18 Odia Digital
ପାଟନା: ବିହାରର ବୈଶାଳିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଆହତ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।
ବୈଶାଳି ଜିଲ୍ଲା ଦେଶାରୀ ଥାନା ଅନ୍ତର୍ଗତ ମେହନର ଗ୍ରାମ ରାସ୍ତା କଡ଼ରେ ରବିବାର ରାତି ପ୍ରାୟ ୯ଟାରେ ପୂଜା ଚାଲିଥିବାବେଳେ ଏ ଟ୍ରକ ମାଡ଼ିଯାଇଥିଲା। କୁହାଯାଉଛି ଯେ ଏହି ସମସ୍ତ ଲୋକ ଭୋଜି କରିବା ପରେ ନିଜ ନିଜ ଘରକୁ ଫେରୁଥିଲେ। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଅଧିକାଂଶ ଶିଶୁ ସାମିଲ ଥିଲେ।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲାଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ଘଟଣାସ୍ଥଳରୁ ବହୁ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ ଛାଡ଼ି ଫେରାର ହୋଇଯାଇଥିଲା।
ପୋଲିସର କହିବାନୁଯାୟୀ ମେହନର ହାଜିପୁର ମୁଖ୍ୟ ରାସ୍ତାରେ ଭୁୟାଁ ବାବାଙ୍କୁ ପ୍ରାର୍ଥନା କରିବା ପାଇଁ ଏକ ଗଛ ମୂଳେ ନବତନ ପୂଜା ଚାଲିଥିଲା। ଏହି ପୂଜାରେ ବହୁ ଲୋକ ସାମିଲ ହୋଇଥିଲେ। ଉକ୍ତ ରାସ୍ତାରେ ଦ୍ରୁତ ଗତିରେ ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ ଯାଇ ଗଛକୁ ଧକ୍କା ଦେଇ ସେଠାରେ ଓଲଟି ପଡ଼ିଥିଲା।
ସେପଟେ ବୈଶାଳୀ ଏସପି ମନିଶ କୁମାର କହିଛନ୍ତି ଯେ, ପ୍ରାୟ ୧୫ଜଣ ଲୋକ ଉପରୋକ୍ତ ପୂଜା ପାଇଁ ଏକ ଓସ୍ତ ଗଛ ମୂଳେ ଛିଡ଼ା ହୋଇଥିଲେ।
ପ୍ରଧାନମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତିଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃପ୍ରକାଶ କରିଛନ୍ତି। ଏହା ସହିତ ସେ ମୃତ ଓ ଆହତମାନଙ୍କୁ ମଧ୍ୟ ସହାୟତା ଘୋଷଣା କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତିଏଥି ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏକ ଟ୍ବିଟରେ ସେ ଲେଖିଛନ୍ତି, ‘‘ବିହାରର ବୈଶାଳିରେ ଏକ ସଡ଼କ ଦୁର୍ଘଟଣାରେ ପିଲାମାନଙ୍କ ସମେତ ଅନେକ ଆହତଙ୍କ ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି।"
ଉତ୍ତରାଖଣ୍ଡର ଜୋଶିମଠରେ ମଧ୍ୟ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛିଏହାପୂର୍ବରୁ ଉତ୍ତରାଖଣ୍ଡର ଜୋଶିମଠରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। SDRF ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି ଯେ, ଖାଲକୁ ଓହ୍ଲାଇବା ପରେ ଗାଡ଼ିରେ ଥିବା ୨ ମହିଳା ଏବଂ ୧୦ ଜଣ ପୁରୁଷଙ୍କ ମୃତଦେହ ଉଦ୍ଧାର କରାଯାଇ ଖାତରୁ ବାହାର କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।