ହାଇଦ୍ରାବାଦରୁ ୩ ଲଶ୍କର ଆତଙ୍କୀ ଗିରଫ; ଆରଏସଏସ ବିଜେପି ବୈଠକରେ ଗ୍ରେନେଡ ଆକ୍ରମଣର ଥିଲା ଯୋଜନା

ତେଲେଙ୍ଗାନା ପୋଲିସ ରବିବାର ଦିନ ୩ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ତିନିଜଣ ହାଇଦ୍ରାବାଦର ବାସିନ୍ଦା । ଅଭିଯୁକ୍ତଙ୍କ ନିକଟରୁ ଚାରୋଟି ହ୍ୟାଣ୍ଡ ଗ୍ରେନେଡ, ୪ ଲକ୍ଷ ନଗଦ ଟଙ୍କା ଓ ଅପରାଧୀକ ଦସ୍ତାବିଜ ଜବତ କରାଯାଇଛି ।

ହାଇଦ୍ରାବାଦରୁ ୩ ଲଶ୍କର ଆତଙ୍କୀ ଗିରଫ; ଆରଏସଏସ ବିଜେପି ବୈଠକରେ ଗ୍ରେନେଡ ଆକ୍ରମଣର ଥିଲା ଯୋଜନା

ହାଇଦ୍ରାବାଦରୁ ୩ ଲଶ୍କର ଆତଙ୍କୀ ଗିରଫ; ଆରଏସଏସ ବିଜେପି ବୈଠକରେ ଗ୍ରେନେଡ ଆକ୍ରମଣର ଥିଲା ଯୋଜନା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ହାଇଦ୍ରାବାଦ: ତେଲେଙ୍ଗାନା ପୋଲିସ ରବିବାର ଦିନ ୩ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ତିନିଜଣ ହାଇଦ୍ରାବାଦର ବାସିନ୍ଦା । ପୋଲିସର ସୂଚନାନୁସାରେ, ଏହି ଆତଙ୍କବାଦୀମାନେ ସହରରେ ଦଶହରା ତଥା ଧାର୍ମିକ ପ୍ରକ୍ରିୟାରେ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ । ସେମାନେ ମଧ୍ୟ ସଂଘଓ ବିଜେପିର ଵୈଠକରେ ଗ୍ରେନେଡ ଫିଙ୍ଗିବାକୁ ଯୋଜନା କରିଥିଲେ । ସେମାନେ ଆଇଏସ୍ଆଇଏସ୍ ଦ୍ଵାରା ପଠାଯାଇଥିବା ଲୋନ- ଓଲଫ୍ ଦ୍ଵାରା ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ । ରବିବାର ସକାଳେ ପୁରୁଣା ହାଇଦ୍ରାବାଦର ଏସଏମଏଫ ମୁସାରାମବାଗର ମହମ୍ମଦ ଅବଦୁଲ ଜାହେଦ ଓରଫ ମୋଟୁ, ମାଲକପେଟର ମହମ୍ମଦ ସାମିଉଦ୍ଦିନ ଓ ହୁମାୟୁନ ନଗରର ମାଜ ହସନ ଫାରୁକକୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ନିକଟରୁ ଚାରୋଟି ହ୍ୟାଣ୍ଡ ଗ୍ରେନେଡ, ୪ ଲକ୍ଷ ନଗଦ ଟଙ୍କା ଓ ଅପରାଧୀକ ଦସ୍ତାବିଜ ଜବତ କରାଯାଇଛି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଆରଏସଏସ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ରରେ ଏହି ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଲଶ୍କର-ଏ-ତୋଇବାର ଏହି ସ୍ଲିପର ସେଲକୁ ପର୍ଦ୍ଦାଫାସ କରିଥିବା ଷ୍ଟେଟ କାଉଣ୍ଟର-ଇଣ୍ଟେଲିଜେନ୍ସ ସେଲ୍ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) ଅଭିଯୁକ୍ତଙ୍କ ଷ୍ଟେଟମେଣ୍ଟ ବିଷୟରେ ଉଲ୍ଲେଖ କରିନାହାଁନ୍ତି । ପଚରାଉଚରା ବେଳେ ସେମାନେ ସ୍ୱୀକାର କରିଛନ୍ତି ଯେ ଆତଙ୍କବାଦ ବିସ୍ତାର କରିବା, ଆତଙ୍କ ସୃଷ୍ଟି କରିବା ଓ ସାମ୍ପ୍ରଦାୟିକ ବାତାବରଣ ନଷ୍ଟ କରିବା ତାଙ୍କର ଯୋଜନା ଥିଲା।

ଏହି ତିନିଜଣଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA Act) ଅନୁଯାୟୀ ଚାର୍ଜ କରାଯାଇଛି । ପୋଲିସ ଏଫଆଇଆରରେ ଅନ୍ୟ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ରଖିଛି: ଆଦିଲ ଆଫ୍ରୋଜ, ଅବଦୁଲ ହାଡି, ସୋହେଲ କୁରେଶି ଏବଂ ଅବଦୁଲ କାଲିମ ଓରଫ ହାଡି । ଏମାନେ ସମସ୍ତେ ଫେରାର ଅଛନ୍ତି । ପୋଲିସର ପଚରାଉଚରା ବେଳେ ମୁଖ୍ୟ ଷଡଯନ୍ତ୍ରକାରୀ ଜାହିଦ କହିଛି ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସୀମା ପାର୍ଶ୍ୱରେ ଥିବା ଲଶ୍କର ଅପରେଟର ଓ ହାଇଦ୍ରାବାଦର ୩ ସନ୍ଦିଗ୍ଧ ଆତଙ୍କବାଦୀ, ଫରହାତୁଲ୍ଲା ଘୋରୀ, ସିଦ୍ଦିକି ବିନ୍ ଉସମାନ ଓ ଅବଦୁଲ ମାଜିଦଙ୍କ ସହ ଯୋଗାଯୋଗରେ ଅଛି ।
Published by:Soubhagya Mishra
First published: