ଆସାମ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ ମଞ୍ଚକୁ ଚଢି ମାଇକ ଭାଙ୍ଗିଲେ ବ୍ୟକ୍ତି; ଦେଖନ୍ତୁ ଭିଡି଼ଓ

ଆସାମ ମୁଖ୍ୟମନ୍ତ୍ରୀ ବୈଠକ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଚଢି ମାଇକ ଛଡେଇବାକୁ ଚେଷ୍ଟା କରିଥିଲେ। ଉତ୍ତେଜନା ପରେ ଉକ୍ତ ବ୍ୟକ୍ତିଙ୍କୁ ମଞ୍ଚରୁ ଓହ୍ଲାଇ ଦିଆଯାଇଥିଲା।

ଆସାମ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ ମଞ୍ଚକୁ ଚଢି ମାଇକ ଭାଙ୍ଗିଲେ ବ୍ୟକ୍ତି

ଆସାମ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ ମଞ୍ଚକୁ ଚଢି ମାଇକ ଭାଙ୍ଗିଲେ ବ୍ୟକ୍ତି

  • News18 Odia
  • Last Updated :
  • Share this:
News18 Odia Digital

ହାଇଦ୍ରାବାଦ: ହାଇଦ୍ରାବାଦରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବୈଠକରେ ଏକ ଉତ୍ତେଜନା ନଜର ଆସିଛି ହୋଇଥିଲା। ବୈଠକ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଚଢି ଜୋର ଜବରଦସ୍ତ ମାଇକ ଛଡେଇବାକୁ ଚେଷ୍ଟା କରିଥିଲେ। ଉତ୍ତେଜନା ପରେ ଉକ୍ତ ବ୍ୟକ୍ତିଙ୍କୁ ମଞ୍ଚରୁ ଓହ୍ଲାଇ ଦିଆଯାଇଥିଲା। ଏହି ବ୍ୟକ୍ତି ତେଲେଙ୍ଗାନାର ଶାସକ ଦଳ ଟିଆରଏସ ବୋଲି କୁହାଯାଉଛି।

ଆସାମ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ତେଲେଙ୍ଗାନା ଗସ୍ତରେ ଅଛନ୍ତି। ଶୁକ୍ରବାର ଦିନ ସେ ହାଇଦ୍ରାବାଦର ବେଗମ୍ ବଜାର ଅଞ୍ଚଳରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ସେହି ସମୟରେ ବ୍ୟକ୍ତି ଜଣକ ମଞ୍ଚକୁ ଆସି ମାଇକକୁ ବୁଲାଇ ଦେଇଥିଲେ। ତା’ପରେ ସେ ହିମନ୍ତ ବିଶ୍ୱଶର୍ମାଙ୍କୁ କିଛି କଥା ମଧ୍ୟ କହିଥିଲେ। ସେତେବେଳେ ଲୋକମାନେ ତାଙ୍କୁ ଧରି ମଞ୍ଚରୁ ଓହ୍ଲାଇଦେଇଥିଲେ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଉତ୍ତେଜନା ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ନନ୍ଦ କିଶୋର ବ୍ୟାସ(ନନ୍ଦୁ)। ସେ ଟିଆରଏସ ପାର୍ଟି ସହିତ ଜଡିତ ଅଛନ୍ତି।  ସେ ହେଉଛନ୍ତି ତେଲେଙ୍ଗାନାର ଗୋଶାମାହାଲ ବିଧାନସଭାର ବିଧାନସଭା ଇନଚାର୍ଜ।

ପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା। ଏହି ସମୟରେ ନନ୍ଦ କିଶୋର ବ୍ୟାସ କହିଛନ୍ତି ଯେ ସେ (ହିମନ୍ତ) ଗଣେଶଙ୍କୁ ଦେଖିପାରିବେ, ଭାଷଣ ମଧ୍ୟ ଦେଇପାରିବେ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଙ୍କ (KCR) ପାଇଁ ଯେଉଁ ଅପମାନଜନକ ଭାଷା ବ୍ୟବହାର କରିଥିଲେ, ଆମେ ଏହାକୁ ବରଦାସ୍ତ କରିବୁ ନାହିଁ।

ଜନ ସଭା ପୂର୍ବରୁ ହିମନ୍ତ ବିଶ୍ବା ଶର୍ମା ମଧ୍ୟ ମହାଲକ୍ଷ୍ମୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେ କହିଛନ୍ତି ଯେ ସରକାର କେବଳ ଦେଶ ଓ ଲୋକଙ୍କ ପାଇଁ ହେବା ଉଚିତ୍। ସରକାର କଦାପି ପରିବାର ପାଇଁ ହେବା ଉଚିତ୍ ନୁହେଁ।
Published by:Soumya Das
First published: