ବିମାନରେ ସହଯାତ୍ରୀ ଅସୁସ୍ଥ ହେବାରୁ ଷ୍ଟେଥସ୍କୋପ୍ ଧରି ଆଗେଇ ଆସିଲେ ତେଲେଙ୍ଗାନା ରାଜ୍ୟପାଳ

ଇଣ୍ଡିଗୋ ଏୟାରଲାଇନ୍ ବିମାନରେ ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଆଇପିଏସ୍ ଅଧିକାରୀ ଅସୁସ୍ଥ ହୋଇପଡ଼ିଥିଲେ । ସେହି ସମୟରେ ବିମାନରେ ଉପସ୍ଥିତ ଥିବା ତେଲେଙ୍ଗାନା ରାଜ୍ଯପାଳ ତାଙ୍କ ସେବା କରିବାକୁ ଆଗେଇ ଆସିଥିଲେ ।

ସେବା କରିବାକୁ ଆଗେଇ ଆସିଲେ ତେଲେଙ୍ଗାନା ରାଜ୍ୟପାଳ (ପ୍ରତୀକାତ୍ମକ ଛବି)

ସେବା କରିବାକୁ ଆଗେଇ ଆସିଲେ ତେଲେଙ୍ଗାନା ରାଜ୍ୟପାଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶୁକ୍ରବାର ରାତିରେ ଇଣ୍ଡିଗୋ ଏୟାର୍‌ଲାଇନ୍‌ ବିମାନରେ ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଜଣେ ଅତିରକ୍ତ ପୋଲିସ ମହାନିର୍ଦେଶକ ପାହ୍ୟାର ଆଇପିଏସ୍‌ ଅଧିକାରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ତେଲେଙ୍ଗାନାର ରାଜ୍ୟପାଳ ତମିଲିସୈ ସୌନ୍ଦରରାଜନ୍‌ ଷ୍ଟେଥସ୍କୋପ୍‌ ଧରି ଆଗେଇ ଆସିଥିଲେ।

ଉଡ଼ନ୍ତା ବିମାନରେ ଅସୁସ୍ଥ ହୋଇପଡ଼ିଥିବା ଉକ୍ତ ପୁଲିସ ଅଧିକାରୀ ହେଉଛନ୍ତି ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ହେଉଛନ୍ତି କୃପାନନ୍ଦ ତ୍ରିପାଠୀ ଉଜେଲା।

ଆନ୍ଧ୍ରପ୍ରଦେଶ କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀ ଉଜେଲା ଏବେ ସଡ଼କ ନିରାପତ୍ତାର ଅତିରିକ୍ତ ଡି.ଜି. ଭାବେ ନିଯୁକ୍ତି ପାଇଛନ୍ତି। ଡେଙ୍ଗୁଜ୍ବରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମ୍ପ୍ରତି ସେ ହାଇଦ୍ରାବାଦର ଗୋଟାଏ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଶନିବାର ଦିନ ହାଇଦ୍ରାବାଦ୍‌ରୁ ଫୋନ୍‌ ଯୋଗେ ଉଜେଲା ସମ୍ବାଦ ସରବରାହ ସଂସ୍ଥାନ ପିଟିଆଇକୁ କହିଛନ୍ତି, ମାଡାମ୍‌ ଗଭର୍ଣ୍ଣର୍‌ ମୋ ଜୀବନ ରକ୍ଷା କରିଛନ୍ତି। ଜଣେ ମାଆ ଭଳି ସେ ମୋର ଯତ୍ନ ନେଇଛନ୍ତି। ନଚେତ ମୁଁ ଡାକ୍ତରଖାନାକୁ ମଧ୍ୟ ଆସିପାରି ନ ଥାନ୍ତି।
Published by:Soumya Das
First published: