Bihar Polls: ତେଜସ୍ୱୀ ଯାଦବ ଭିଡ଼ରେ ଜଣେ ଯୁବକକୁ ଜୋରରେ ଠେଲିଦେଲେ, Video ଭାଇରାଲ୍ ହେଉଛି

କୌଣସି ଏକ ରାଲିକୁ ଯାଉଥିବା ବେଳେ ତେଜସ୍ୱୀ ଯାଦବଙ୍କୁ ତାଙ୍କ ସମର୍ଥକମାନେ ଘେରି ଯାଇଛନ୍ତି ଓ ତାଙ୍କ ସହ ସେଲଫି ନେବାକୁ ଉଦ୍ୟମ କରୁଛନ୍ତି । ତେଜସ୍ୱୀ ଜଣେ ଯୁବକଙ୍କୁ ଜୋରରେ ଟାଣି ଆଣି ପୁଣି ଠେଲିଦେଉଥିବା ଦେଖାଯାଇଛି ।

Bihar Polls: ତେଜସ୍ୱୀ ଯାଦବ ଭିଡ଼ରେ ଜଣେ ଯୁବକକୁ ଜୋରରେ ଠେଲିଦେଲେ, Video ଭାଇରାଲ୍ ହେଉଛି
ତେଜସ୍ୱୀ ଯାଦବ; (ଡାହାଣ) ଭାଇରାଲ୍ ଭିଡିଓର ଏକ ଦୃଶ୍ୟ
  • News18 Odia
  • Last Updated: October 29, 2020, 9:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାଟନା: ବିହାର ବିଧାନ ସଭା ନିର୍ବାଚନର (Bihar Assembly Election) ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮ରେ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତ ହେଉଛନ୍ତି । ଏହି ପର୍ଯ୍ୟାୟ ପାଇଁ ମହାଗଠବନ୍ଧନର ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡିର ତାରକା ପ୍ରଚାରକ ତେଜସ୍ୱୀ ଯାଦବ (Tejashwi Yadav) କ୍ରମାଗତ ଭାବରେ ନିର୍ବାଚନ ରାଲି କରୁଛନ୍ତି । ତେଜସ୍ୱୀଙ୍କ ରାଲିରେ ବିରାଟ ଜନସମାଗମ ହେଉଥିବା ଦେଖାଯାଉଛି । ଏହାକୁ ଆଜେଡିର ନେତାମାନେ ବିହାରରେ ପରିବର୍ତ୍ତନ ହାୱା ବୋଲି କହୁଛନ୍ତି । ଏମିତି ସମୟରେ ସୋସିଆଲ ମିଡ଼ିଆରେ ତେଜସ୍ୱୀଙ୍କର ଗୋଟିଏ ଭିଡିଓ ବହୁତ ଭାଇରାଲ (Viral Video) ହେବାରେ ଲାଗିଛି ଓ ତାଙ୍କୁ ବିହାରର ଶାସକ ଦଳ ଜେଡିୟୁ ଟାର୍ଗେଟ କରିଛି ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ତେଜସ୍ୱୀ ଜଣେ ବ୍ୟକ୍ତିଙ୍କୁ ହାତ ଧରି ଠେଲି ଦେଉଥିବାର ଦେଖାଯାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ କୌଣସି ନିର୍ବାଚନ ରାଲିକୁ ଯାଉଥିବା ବେଳେ ତେଜସ୍ୱୀଙ୍କୁ ତାଙ୍କ ସମର୍ଥକମାନେ ଘେରି ଯାଇଛନ୍ତି ଓ ତାଙ୍କ ସହ ସେଲଫି ନେବା ପାଇଁ ପ୍ରତିଯୋଗିତା କରୁଛନ୍ତି । ଏହି ସମୟରେ କିଛି ଯୁବକ ତେଜସ୍ୱୀଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ତେଜସ୍ୱୀ ସେହି ଯୁବକଙ୍କ ହାତକୁ ଧରି ଟାଣି ଆଣୁଛନ୍ତି ଓ ତାଙ୍କୁ ଜୋରରେ ଠେଲିଦେଉଛନ୍ତି ।

ଦେଖନ୍ତୁ ସେହି ଭିଡିଓ:



ଏହା ବି ପଢ଼ନ୍ତୁ | ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ସିତାମାଢ଼ୀରେ (Sitamarhi) ଘଟିଥିବା ଏହି ଘଟଣାର ଭିଡିଓ ସାମନାକୁ ଆସିବା ପରେ ବିହାର ମୁଖ୍ୟ ମନ୍ତ୍ରୀ ନୀତିଶ କୁମାରଙ୍କ (Nitish Kumar) ଦଳ ଜେଡିୟୁ ଆରଜେଡିର ବଡ଼ ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ପୁଅ ତେଜସ୍ୱୀ ଯାଦବଙ୍କ ଉପରେ ତୀବ୍ର ଆକ୍ରମଣ କରିଛି ।

ଏହା ବି ପଢ଼ନ୍ତୁ | ବାଲେଶ୍ୱରରେ ନିଶାସକ୍ତ ଅବସ୍ଥାରେ ୨ ମାସର ଶିଶୁ କନ୍ୟାର ହାତକୁ ହାଣି ଦୁଇ ଖଣ୍ଡ କରିଦେଲା ପଡ଼ୋଶୀ

‘‘ଯେଉଁମାନେ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇ ପାରୁନାହାନ୍ତି, ସେମାନେ ଜନସାଧାରଣଙ୍କ ପାଇଁ କ’ଣ କରିପାରିବେ? ଏହି ଲୋକେ ଏମିତି,’’ ଏକ ସାମ୍ବାଦିକ ସମ୍ମିଳନୀରେ ଜେଡିୟୁ ମୁଖପାତ୍ର ଅଜୟ ଆଲୋକ କହିଛନ୍ତି । ‘‘ସେମାନେ କ୍ଷମତାକୁ ଆସିବା ପାଇଁ କିଛି ବି କରିପାରିବେ । ୧୦ ଲକ୍ଷ ଚାକିରି ଦେବାର ତେଜସ୍ୱୀଙ୍କ ପ୍ରତିଶ୍ରୁତି ସେ ଦେଇଛନ୍ତି, ହେଲେ ସେ ଚାକିରି ନୁହେଁ ବରଂ ୧୦ ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ନେବେ,’’ କହିଛନ୍ତି ଆଲୋକ ।



ଜେଡିୟୁ କାର୍ଯ୍ୟାଳୟରେ ଏନଡିଏ ସାମ୍ବାଦିକ ସମ୍ମିଳନୀ କରି ମୁଙ୍ଗେରରେ ହୋଇଥିବା ହିଂସାତ୍ମକ ଘଟଣା ପରେ କାର୍ଯ୍ୟାନୁଷ୍ଠାନ କରିଥିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଜଣାଇଛି ।
Published by: Anand Shankar Thankur Das
First published: October 29, 2020, 9:04 PM IST
corona virus btn
corona virus btn
Loading