ଲାଲୁ ଯାଦବଙ୍କ ଘରକୁ ଆସିଲା କୁନି ଅତିଥି; ବାପା ହେଲେ ବିହାର ଉପମୁଖ୍ଯମନ୍ତ୍ରୀ

ଯାଦବ ପରିବାରରେ ଖେଳିଳା ଖୁସିରେ ଲହରୀ । ବାପା ହେବା ପରେ ଏମିିତି କହିଲେ ତେଜସ୍ୱୀ...

ବାପା ହେଲେ ତେଜସ୍ୱୀ ଯାଦବ

ବାପା ହେଲେ ତେଜସ୍ୱୀ ଯାଦବ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Tejashwi Yadav Baby:  ବିହାର ଉପମୁଖ୍ଯମନ୍ତ୍ରୀ ତେଜସ୍ୱୀ ଯାଦବ(Tejashwi Yadav)ଙ୍କ ଘରକୁ ଆସିଲା ଖୁସିଖବର । ଆରଜେଡ଼ି(RJD) ନେତା ତେଜସ୍ୱୀ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ରାଜଶ୍ରୀ ଏକ କନ୍ଯା ସନ୍ତାନକୁ ଜନ୍ମ ଦେଇଛନ୍ତି । ନିଜେ ତେଜସ୍ୱୀ ଟ୍ୱିଟରରେ ଏହି ଖୁସିର କଥା ସେୟାର କରିଛନ୍ତି । ଶିଶୁ କନ୍ଯାକୁ ନେଇ ସେ ବେଶ ଖୁସି ଥିବାର ପ୍ରକାଶ ମଧ୍ଯ କରିଛନ୍ତି । ଇଶ୍ୱର ତାଙ୍କୁ ଉପହାର ଦେଇଛନ୍ତି ବୋଲି କହିଛନ୍ତି ତେଜସ୍ୱୀ ।


ଏହି ଖବର ଶୁଣିବା ପରେ ବିହାର ପୂର୍ବତନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ଓ ରାବିଡ଼ି ଦେବୀ ଭାବୁକ ହୋଇଯାଇଛନ୍ତି । ତେଜସ୍ୱୀ ନିଜ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଶିଶୁ କନ୍ଯାକୁ କୋଳରେ ଧରିଥିବାର ନଜର ଆସିଛି । ଭଗବାନ ଖୁସି ହୋଇ ଉପହାର ଭାବେ କନ୍ଯା ରତ୍ନକୁ ଆମ ପାଖକୁ ପଠାଇଛନ୍ତି ବୋଲି କହିଛନ୍ତି ତେଜସ୍ୱୀ ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଦାବା ହେଉଥିଲା ଯେ, ତେଜସ୍ୱୀ ଏକ ଶିଶୁ କନ୍ଯାର ବାପା ହୋଇଛନ୍ତି । କିନ୍ତୁ ବିହାର ବିଧାନସଭାରେ ଏହି କଥାରେ ସତ୍ଯତା ନାହିଁ ବୋଲି ନିଜେ ତେଜସ୍ୱୀ କହିଥିଲେ । କିନ୍ତୁ ଝିଅ ହେଲେ ସେ ବହୁତ ଖୁସି ହେବେ ବୋଲି ଜଣାଇଥିଲେ । ଏବେ ଝିଅ ହେବା ପରେ ନିଜ ଖୁସି ଜାହିର କରିଛନ୍ତି ବିହାର ଉପମୁଖ୍ଯମନ୍ତ୍ରୀ ।

ସୂଚନାଯୋଗ୍ୟ, ବିହାର ଡେପୁଟି ସିଏମ ତେଜସ୍ୱୀଙ୍କର ବିବାହ ୨୦୨୧ରେ ରାଜଶ୍ରୀଙ୍କ ସହ ହୋଇଥିଲା । ରାଜଶ୍ରୀ ଓ ରେଚଲଙ୍କୁ ନେଇ ଏକ ବିବାଦ ମଧ୍ଯ ସାମ୍ନାକୁ ଆସିଥିଲା । କିନ୍ତୁ ବିବାହ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ଆଜି ଲାଲୁଙ୍କ ପରିବାରେ କନ୍ଯା ସନ୍ତାନ ଜନ୍ମ ନେଇଛି । ଯାହାକୁ ନେଇ ପୂରା ପରିବାରରେ ଏକ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି ।
Published by:Soumya Das
First published: