Bihar Election Results: ତେଜଶ୍ୱୀଙ୍କ ମହାଗଠବନ୍ଧନ ଜିତିଥିବା ଦାବି କଲା, ଠକେଇର ଅଭିଯୋଗ କଲା
Bihar Election Results 2020: ବିହାର ନିର୍ବାଚନରେ NDA ପୁଣି ଥରେ କ୍ଷମତାକୁ ଫେରୁଥିବା ଦେଖାଯାଉଛି । ହେଲେ ମୁଖ୍ୟ ବିରୋଧୀ ଦଳ RJD ଦାବି କରିଛି ଯେ ତାଙ୍କର ୧୧୯ ଜଣ ଜିତିଥିବା ପ୍ରାର୍ଥୀଙ୍କୁ ହାରିଯାଇଛନ୍ତି ବୋଲି କୁହାଯାଉଛି ।

ନୀତୀଶ କୁମାରଙ୍କ (ଡାହାଣ) ବିରୋଧରେ ସଙ୍ଗୀନ ଆରୋପ ଲଗାଇଛନ୍ତି ତେଜଶ୍ୱୀ ଯାଦବ ।
- News18 Odia
- Last Updated: November 10, 2020, 11:58 PM IST
ପଟନା: ବିହାର ବିଧାନସଭା ନିର୍ବାଚନ (Bihar Assembly Elections) ଫଳାଫଳରେ ବିପକ୍ଷ ମହାଗଠବନ୍ଧନର ମୁଖ୍ୟ ଦଳ ରାଷ୍ଟ୍ରିୟ ଜନତା ଦଳ (RJD) ନିଜ ଗଠବନ୍ଧନର ୧୧୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରି କହିଛି ଯେ ସେହି ପ୍ରାର୍ଥୀମାନେ ନିଜ ନିଜ ଆସନରେ ଜିତିଛନ୍ତି କିନ୍ତୁ ଜିଲ୍ଲାପାଳମାନେ ସେମାନଙ୍କୁ ଜିତିବାର ସାର୍ଟିଫିକେଟ୍ ଦେଉନାହାଁନ୍ତି ।
ତେଜଶ୍ୱୀ ଯାଦବଙ୍କ (Tejashwi Yadav) ନେତୃତ୍ୱାଧୀନ ରାଷ୍ଟ୍ରିୟ ଜନତା ଦଳ (RJD) ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛି, ‘‘ଏହା ହେଉଛି ସେହି ୧୧୯ଟି ଆସନର ତାଲିକା ଯେଉଁଠି ଗଣନା ଶେଷ ହେବା ପରେ ଆମ ଗ୍ରାଣ୍ଡ ଆଲାଇନ୍ସ (Arand Alliance) ପ୍ରାର୍ଥୀମାନେ ଜିତିଛନ୍ତି । ରିଟର୍ଣ୍ଣିଂ ଅଫିସର ତାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ପ୍ରମାଣପତ୍ର ଦେଉ ନାହାଁନ୍ତି ଆଉ ଆପଣ ହାରିଯାଇଛନ୍ତି ବୋଲି କହୁଛନ୍ତି । ECI ୱେବସାଇଟରେ ସେମାନେ ଜିତିଥିବା ମଧ୍ୟ ଦେଖାଯାଇଛି । ଗଣତନ୍ତ୍ରରେ ଏଭଳି ଲୁଟ୍ କାମ କରିବ ନାହିଁ ।’’
ଏହା ବି ପଢ଼ନ୍ତୁ | ବାଲେଶ୍ୱରରେ ମମତାଙ୍କ ପରାଜୟର କାରଣ? ‘‘BJD ଓ BJPର ଟଙ୍କା ବଣ୍ଟା ଓ Congressର ଦୁର୍ବଳ ସଙ୍ଗଠନ’’
ये उन 119 सीटों की सूची है जहाँ गिनती संपूर्ण होने के बाद महागठबंधन के उम्मीदवार जीत चुके है। रिटर्निंग ऑफ़िसर ने उन्हें जीत की बधाई दी लेकिन अब सर्टिफ़िकेट नहीं दे रहे है कह रहे है कि आप हार गए है। ECI की वेबसाइट पर भी इन्हें जीता हुआ दिखाया गया। जनतंत्र में ऐसी लूट नहीं चलेगी। pic.twitter.com/puUvIagyDz
— Rashtriya Janata Dal (@RJDforIndia) November 10, 2020
ଏନଡିଏ ୧୧୬ଟି ଆସନ ଜିତିବା ପୂର୍ବରୁ ଆରଜେଡି ନେତା ମନୋଜ କୁମାର ଝା କହିଥିଲେ ଯେ ପୋଷ୍ଟାଲ୍ ବ୍ୟାଲଟ୍ ଗଣନା ଅଧାରୁ ରୋକିଦିଆଯାଇଛି । ସେ ଅଭିଯୋଗ କରିଥିଲେ ଯେ ମୁଖ୍ୟ ମନ୍ତ୍ରୀ ବାରମ୍ବାର ରିଟର୍ଣ୍ଣିଂ ଅଫିସରମାନଙ୍କୁ (RO) ଫୋନ୍ କରି ଗଣତିକୁ ମନ୍ଥର ହେବାକୁ ଦିଅନ୍ତୁ ବୋଲି କହୁଛନ୍ତି ।
ଏହା ବି ପଢ଼ନ୍ତୁ | ନାବାଳିକା ଦୁଷ୍କର୍ମ ଓ ସାରୁଅ ଜମି ହଡ଼ପ ମାମଲା: OTVର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ହେଲେ
ଆରଜେଡି ଦ୍ୱାରା ଲଗାତାର ଅଭିଯୋଗ ଆସୁଛି ଯେ ମୁଖ୍ୟ ମନ୍ତ୍ରୀ ଭୋଟ ଗଣନା ଉପରେ ପ୍ରଭାବ ପକାଉଛନ୍ତି । ଭୋଟ୍ ଗଣନାରେ ଠକେଇ ହେଉଥିବା ଅଭିଯୋଗ କରି ଆରଜେଡିର ଏକ ପ୍ରତିନିଧୀ ମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି । ନିର୍ବାଚନ ଆୟୋଗଙ୍କୁ ଭେଟିବା ପରେ ମନୋଜ ଝା କହିଛନ୍ତି ଯେ ଆୟୋଗ ସେମାନଙ୍କୁ କହିଛନ୍ତି ଯେ ମହାଗଠବନ୍ଧନର ଯେଉଁଠି ଦାବି ଅଛି ଆୟୋଗ ସେଠି ପୁନର୍ବାର ଭୋଟ୍ ଗଣନା କରାଇପାରିବେ ।
ନଭେମ୍ବର ୭ ତାରିଖରେ ଶେଷ ପର୍ଯ୍ୟାୟର ଭୋଟ୍ ପଡ଼ିବା ପରେ ବାହାରିଥିବା ଏକଜିଟ୍ ପୋଲରେ ଗ୍ରାଣ୍ଡ ଆଲାଇନ୍ସ ବା ମହାଗଠବନ୍ଧନ ଏକ ବମ୍ପର ବିଜୟ ହାସଲ କରିବ ବୋଲି କୁହାଯାଇଥିଲା । କିନ୍ତୁ ମଙ୍ଗଳବାର ଗଣନା ଦିନ ପ୍ରାରମ୍ଭିକ ଧାରା ଓ ଫଳାଫଳ ଓଲଟପାଲଟ ହୋଇ ଏନଡିଏ ବିଜୟ ହାସଲ କରିବାରେ ଲାଗିଲା । ଏହା ପରେ ଆରଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରି ବିହାରରେ ବିଜୟ ହାସଲ କରିଥିବା ଦାବି କରିଛି ।