News18 Odia Digital
ଗୋଆ: ବଳାତ୍କାର ମାମଲାରେ ସାମ୍ବାଦିକ ତଥା ‘ତେହେଲକା’ (Tehelka) ପତ୍ରିକାର ପୂର୍ବ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ଗୋଆର ସେସନ୍ସ କୋର୍ଟ (Goa sessions court) ଆରୋପମୁକ୍ତ କରିଛନ୍ତି । ଆଠ ବର୍ଷ ତଳର ଏହି ବହୁଚର୍ଚ୍ଚିତ ମାମଲାରେ କୋର୍ଟ ତରୁଣ ତେଜପାଲଙ୍କୁ (Tarun Tejpal) ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
୨୦୧୩ ମସିହାରେ ଗୋଆରେ ଏକ ହୋଟେଲର ଲିଫ୍ଟ ଭିତରେ ଜଣେ ମହିଳା ସହକର୍ମୀଙ୍କୁ ତରୁଣ ତେଜପାଲ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ଏହି ମାମଲାରେ ‘ତେହେଲକା’ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଗୋଆ ପୋଲିସ (Goa Police) ନଭେମ୍ବର ୨୦୧୩ରେ ଏକ ମାମଲା ରୁଜୁ କରିଥିଲା ଓ ତାଙ୍କୁ କିରଫ କରିଥିଲା । ତରୁଣ ତେଜପାଲ ମେ ୨୦୧୪ରୁ ଜାମିନରେ ଜେଲରୁ ବାହାରିଥିଲେ ଓ ସେବେ ଠାରୁ ବାହାରେ ହିଁ ଅଛନ୍ତି ।
ମାମଲାର ବିଚାର କରି କୋର୍ଟ କହିଛନ୍ତି ଯେ ତରୁଣ ତେଜପାଲଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ଥିଲା । ଏହା ପରେ ତେଜପାଲ କହିଛନ୍ତି, ‘‘ସତ୍ୟର ବିଜୟ ହୋଇଛି ।’’ (Tarun Tejpal rape case)
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ଆଉ ଏବେ ବଡ଼ ପୁଅ
ଫେବୃଆରୀ ୨୦୧୪ରେ ଗୋଆ ପୋଲିସ ତେଜପାଲଙ୍କ ବିରୋଧରେ ୨,୮୪୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ତେଜପାଲଙ୍କ ବିରୋଧରେ ମକଦ୍ଦମା ଭାରତୀୟ ଦଣ୍ଡ ସଂହିତାର (IPC) ଏହି ସବୁ ଦଫା ଅଧୀନରେ ଚାଲିଥିଲା: ୩୪୧ (ଖରାପ ଉପାୟରେ କାହାକୁ ଅଟକାଇବା), ୩୪୨ (କାହାକୁ ଅଟକାଇ ରଖିବା), ୩୫୪ (କାହାରି ଗାରିମା ଉଲ୍ଲଙ୍ଘନ କରିବା ଉଦ୍ଦେଶ୍ୟରେ ନିର୍ଯାତନା ଦେବା), ୩୫୪-କ (ଯୌନ ଉତ୍ପୀଡ଼ନ), ୩୫୪-ଖ (ମହିଳାଙ୍କୁ ନିର୍ଯାତନା ବା ଆପରାଧିକ ବଳ ପ୍ରୟୋଗ) ବଳ), ୩୭୬ (୨) (F) (ଉଚ୍ଚ ପଦରେ ଥିବା ବ୍ୟକ୍ତି ଦ୍ୱାରା ମହିଳାଙ୍କ ବିରୋଧରେ ଅପରାଧ) ଏବଂ ୩୭୬ (୨) (K) (ଉଚ୍ଚ ପଦରେ ଥିବା ବ୍ୟକ୍ତିଙ୍କ ଦ୍ୱାରା ବଳାତ୍କାର) ।
ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବାର କାରଣ
କଥିତ ବଳାତ୍କାର ଘଟଣା ‘ତେହେଲକା’ ପତ୍ରିକା ଦ୍ୱାରା ଗୋଆରେ ଆୟୋଜିତ ଏକ ସମାରୋହ ସମୟରେ ଘଟିଥିଲା ବୋଲି ଅଭିଯୋଗରେ କୁହାଯାଇଥିଲା । ତରୁଣ ତେଜପାଲଙ୍କ ସହକର୍ମୀ ଥିବା ୨୭-ବର୍ଷୀୟା ମହିଳା ସାମ୍ବାଦିକ ଅଭିଯୋଗ କରିଥିଲେ ଯେ ସେହି ଇଭେଣ୍ଟ ସମୟରେ ରାତିରେ ଜଣେ ଅତିଥିଙ୍କୁ ତାଙ୍କ କୋଠରୀରେ ଛାଡି଼ ସେ ଫେରୁଥିବା ବେଳେ ହୋଟେଲର ବ୍ଲକ୍ ୭ର ଲିଫ୍ଟ ନିକଟରେ ତରୁଣ ତେଜପାଲଙ୍କ ସହ ତାଙ୍କର ଦେଖାହୋଇଥିଲା ।
ଏହା ବି ପଢ଼ନ୍ତୁ | ଓଡ଼ିଆ କ୍ରିକେଟର୍ ପ୍ରଶାନ୍ତ ମହାପାତ୍ରଙ୍କୁ ଛଡ଼େଇ ନେଲା କରୋନା; ୧୦ ଦିନ ତଳେ ବାପାଙ୍କ ଜୀବନ ନେଇଥିଲା; ସଚିନ ତେନ୍ଦୁଲକର ଦୁଃଖିତ
ତେଜପାଲ ହଠାତ୍ ସେହି ଅତିଥିଙ୍କୁ ଡାକିବାର ଆବଶ୍ୟକତା ଅଛି ବୋଲି କହି ମହିଳା ସାମ୍ବାଦିକଙ୍କୁ ଲିଫ୍ଟ ଭିତରକୁ ଟାଣି ନେଇଥିଲେ । ଏହା ପରେ ସେ ଲିଫ୍ଟକୁ ଅଧା ରାସ୍ତାରେ ଅଟକାଇ ତାଙ୍କ ସହ ଯାହା କରିଥିଲେ ତାହା ନିଜ ଅଭିଯୋଗରେ କହିଥିଲେ ଓ ତାହା ତରୁଣ ତେଜପାଲଙ୍କ ଜେଲ୍ ଯିବାର କାରଣ ହୋଇଥିଲା ।
ଏହି ମାମଲାର ବିଚାର ସରିବା ପରେ ଏପ୍ରିଲ ୨୭ ତାରିଖରେ ରାୟ ଘୋଷଣା ହେବାର ଥିଲା । କିନ୍ତୁ କରୋନା ଜନିତ କାରଣରୁ କର୍ମଚାରୀ ଅଭାବ ଯୋଗୁଁ ଏହାର ରାୟ ଶୁଣାଣି ତାରିଖ ବାରମ୍ବାର ଘୁଞ୍ଚାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।