୧୪ ବର୍ଷର ଝିଅ ପେଟରେ ୩କେଜି ଚୁଟି; ୨ଘଣ୍ଟା ଚାଲିଲା ଅପରେସନ

ଝିଅଟି ନିଜ ମୁଣ୍ଡ ଚୁଟିକୁ ଛିଣ୍ଡାଇ ଖାଇ ପକାଉଥିଲା । ତାଙ୍କ ପେଟରେ କିଛି ଜାଗା ନଥିଲା, ସବୁଆଡେ କେବଳ ଚୁଟି ହିଁ ଚୁଟି ଥିଲା ।

୧୪ ବର୍ଷର ଝିଅ ପେଟରେ ୩କେଜି ଚୁଟି

୧୪ ବର୍ଷର ଝିଅ ପେଟରେ ୩କେଜି ଚୁଟି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଅନେକ ଲୋକଙ୍କର କେଶ ଖାଇବା ଅଭ୍ୟାସ ଅଛି। ନିକଟରେ ମୁମ୍ବାଇରୁ ଏହି ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ଏହି ରୋଗ ସହ ଜଡିତ ଆଉ ଏକ ମାମଲା ଚାଇନାରୁ ସାମ୍ନାକୁ ଆସିଛି।  ଜଣେ ୧୪ ବର୍ଷ ଝିଅ ପେଟରୁ ପ୍ରାୟ ୩ କିଲୋଗ୍ରାମ କେଶ ବାହାରିଛି। ଦୀର୍ଘ ଦିନର ଅସ୍ତ୍ରୋପଚାର ପରେ ଡାକ୍ତରଙ୍କ ଏକ ଟିମ୍ ପେଟରୁ ଏହି କେଶକୁ ବାହାର କରିବାରେ ସଫଳ ହୋଇଥିଲେ।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ ଝିଅଟିର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲା। ସେ ନିଜ ଚୁଟି ଛିଣ୍ଡାଇ ଖାଉ ଥିଲା। ଶିଶୁର ଲାଳନପାଳନ ଦାୟିତ୍ୱ ତାଙ୍କ ଜେଜେବାପା ନେଇଥିଲେ।  ବାସ୍ତବରେ ତାଙ୍କ ପିତାମାତା କାମ ପାଇଁ ଚୀନର ଅନ୍ୟ ଏକ ସ୍ଥାନକୁ ଯାଇଥିଲେ। ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ସିଆନ୍ ଡ୍ୟାସିଂ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ କହିଛନ୍ତି ଯେ ଝିଅଟି ପେଟରେ କୌଣସି ଜାଗା ନାହିଁ। ସବୁଆଡ଼େ ଖାଲି ଚୁଟି ଭର୍ତ୍ତି ହୋଇଛି। ସେଥିପାଇଁ ଖାଦ୍ୟ ଓ ପାନୀୟ ଅଭାବରୁ ସେ ଅସୁସ୍ଥ ହୋଇପଡିଥିଲେ।

ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ଡାକ୍ତରମାନେ ଝିଅର ପେଟ ଓ ଅନ୍ତନଳୀରୁ ଏତେ କେଶ କାଢିଥିଲେ ଯେ ଏହା ୩ କିଲୋ ଓଜନ ବିଶିଷ୍ଟ ଏକ ଇଟା ଆକାରର ଥିଲା । ଡାକ୍ତରମାନେ କହିଥିଲେ, 'ସେ ଖାଇ ନ ଥିବାରୁ ସେ ଆମ ପାଖକୁ ଆସିଥିଲେ।  ତା’ପରେ ଆମେ ଜାଣିଲୁ ଯେ ତାଙ୍କ ପେଟ କେଶରେ ଭର୍ତ୍ତି ଥିଲା ଯେ ଖାଦ୍ୟ ପାଇଁ ଅଧିକ ସ୍ଥାନ ନଥିଲା, ଅନ୍ତନଳୀ ମଧ୍ୟ ଅବରୋଧ ହୋଇଯାଇଥିଲା।
Published by:Soumya Das
First published: