ରାଜସ୍ୱ ବଢ଼ିଲା, ହେଲେ Tech Mahindra ୫,୦୦୦ BPO ଷ୍ଟାଫଙ୍କୁ ବାହାର କରିଦେବ; ଜାଣନ୍ତୁ କାରଣ
ଏହା ପୂର୍ବରୁ ଡିସେମ୍ବର ତ୍ରୈମାସରେ ୨,୫୦୦ କର୍ମଚାରୀ ସଂଖ୍ୟା ହ୍ରାସ କରିବ ବୋଲି କମ୍ପାନୀ ଘୋଷଣା କରିଥିଲା । କମ୍ପାନୀ କହିଥିଲା ଯେ ଅଧିକାଂଶ ବନ୍ଦ ହେଉଥିବା ଚାକିରି ବିପିଓ ବ୍ୟବସାୟରେ ଅଛି ।

ଟେକ୍ ମହିନ୍ଦ୍ରାର ଏକତ୍ରିତ ଶୁଦ୍ଧ ଲାଭ (Net Profit) ୧୪.୩ ପ୍ରତିଶତ ବୃଦ୍ଧି ପାଇଛି ।
- News18 Odia
- Last Updated: January 31, 2021, 9:10 PM IST
ନୂଆ ଦିଲ୍ଲୀ: ଦେଶର ଆଇଟି (IT) କ୍ଷେତ୍ରର ବଡ଼ କମ୍ପାନୀ ଟେକ୍ ମହିନ୍ଦ୍ରା (Tech Mahindra) ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ବୃଦ୍ଧି ସତ୍ତ୍ୱେ ନିଜ ବିଜିନେସ୍ ପ୍ରସେସ୍ ସର୍ଭିସେଜ୍ (Business Process Services) ବ୍ୟବସାୟରେ କର୍ମଚାରୀଙ୍କ ସଂଖ୍ୟା ୫,୦୦୦ କମ୍ କରିବାକୁ ନିଷ୍ପତ୍ତି ନେଇଛି । ଏହି କର୍ମଚାରୀମାନେ ଚାଲିଯିବା ପରେ କମ୍ପାନୀ ପାଖରେ ୩୮,୦୦୦ ଷ୍ଟାଫ୍ ରହିବେ ।
ଚେକ୍ ମହିନ୍ଦ୍ରା କମ୍ପାନୀର ଏହି ନିଷ୍ପତ୍ତିର ଏକ ବଡ଼ କାରଣ ହେଉଛି ସ୍ୱୟଂଚାଳିତ କାର୍ଯ୍ୟ ବା ଅଟୋମେସନ୍ (automation) ଓ କୃତ୍ରିମ ଇଣ୍ଟେଲିଜେନ୍ସ (Artificial Intelligence ବା AI) । ବାସ୍ତବରେ କମ୍ପାନୀର ଅନେକ କାର୍ଯ୍ୟ ଏବେ ଏହି ଦୁଇ ମାଧ୍ୟମରେ ସମ୍ପନ୍ନ ହେଉଥିବାରୁ ତାକୁ ଆଉ ପୂର୍ବ ପରି ଅଧିକ କର୍ମଚାରୀଙ୍କ ଆବଶ୍ୟକତା ନାହିଁ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି
‘‘ଆମର ବିପିଓ ବ୍ୟବସାୟରେ ୨୦୧୯-୨୦୨୦ ବର୍ଷ ଶେଷରେ ପ୍ରାୟ ୪୩,୦୦୦ କର୍ମଚାରୀ ଥିଲେ । ମୁଁ ଆଶା କରୁଛି ଯେ ବିତ୍ତୀୟ ବର୍ଷ ୨୦୨୦-୨୧ର ଶେଷରେ ଆମର ଏହି ବ୍ୟବସାୟରେ ପ୍ରାୟ ୩୮,୦୦୦ କର୍ମଚାରୀ ରହିବେ । ଏହାର କାରଣ ହେଉଛି ଯେ ଆମର ଉତ୍ପାଦକତା ବୃଦ୍ଧି ପାଇଛି ଓ ରାଜସ୍ୱ ବି ବଢ଼ିଛି,’’ କହିଛନ୍ତି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ (Tech Mahindra CEO and MD) ସିପି ଗୁରନାନୀ ।
ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଓ ଅନ୍ୟମାନଙ୍କୁ ଦୋଷ ଦେଲେ
ଉଲ୍ଲେଖନୀୟ ବିଷୟ ହେଉଛି ଯେ ଡିସେମ୍ବର ୨୦୨୦ରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଟେକ୍ ମହିନ୍ଦ୍ରାର ଏକତ୍ରିତ ଶୁଦ୍ଧ ଲାଭ (Net Profit) ୧୪.୩ ପ୍ରତିଶତ ବୃଦ୍ଧି ପାଇ ୧,୩୦୯.୮ କୋଟି ଟଙ୍କାରେ ପହଞ୍ଚିଛି । ଏହି ମୁମ୍ବାଇ-ଭିତ୍ତିକ କମ୍ପାନୀ ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ୧,୧୪୫.୯ କୋଟି ଟଙ୍କାର ନେଟ୍ ଲାଭ କରିଥିଲା ।
ଏହା ବି ପଢ଼ନ୍ତୁ | ଯୁକ୍ତ୨ର ନୂଆ ପ୍ରଶ୍ନ ପତ୍ର ଢାଞ୍ଚା ଉପରେ ଉଠିଲା ପ୍ରଶ୍ନ; ଶିକ୍ଷକ ସଙ୍ଘ ଓ ଶିକ୍ଷାବିତମାନେ ବିରୋଧ କଲେ
ଟେକ୍ ମହିନ୍ଦ୍ରା ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛି ଯେ ଏହି ତ୍ରୈମାସିକରେ ଏହାର ଅପରେଟିଂ ଆୟ ପ୍ରାୟ ୯,୬୪୭.୧ କୋଟି ଟଙ୍କା ରହିଛି । ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ଏହା ୯,୬୫୪.୬ କୋଟି ଟଙ୍କା ଥିଲା ।
ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ତ୍ରୈମାସିକ ତୁଳନାରେ ଟେକ୍ ମହିନ୍ଦ୍ରାର ନେଟ୍ ଲାଭ ୨୩ ପ୍ରତିଶତ ବୃଦ୍ଧି ପାଇଛି । ସେପ୍ଟେମ୍ବର ତ୍ରୈମାସରେ କମ୍ପାନୀର ନେଟ୍ ଲାଭ ୧,୦୬୪.୬ କୋଟି ଟଙ୍କା ଥିଲା ।