ବରଫବାବୃତ ପାହଡ଼ରେ ନିଜ ପ୍ରେମିକାଙ୍କ ସହ ମସ୍ତି କରୁଥିବା ଫଟୋ ସେୟାର କଲେ ଋଷଭ ପନ୍ଥ

ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ଥ ନିଜ ଗାର୍ଲଫ୍ରେଣ୍ଡ ଇଶାନେଗିଙ୍କ ସହ ବିଦେଶରେ ନୂଆବର୍ଷ ପାଳନ କରିଛନ୍ତି । ତେବେ ପନ୍ଥ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ବରଫବାବୃତ ପାହଡ଼ରେ ନିଜ ପ୍ରେମିକାଙ୍କ ସହ ମସ୍ତି କରୁଥିବା ଫଟୋ ସେୟାର କଲେ ଋଷଭ ପନ୍ଥ
ଋଷଭ ପନ୍ଥ ନିଜ ଗାର୍ଲଫ୍ରେଣ୍ଡ ଇଶା ନେଗିଙ୍କ ସହ
  • News18 Odia
  • Last Updated: January 3, 2020, 3:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ଥ ଶ୍ରୀଲଙ୍କା ସହ ହେବାକୁ ଥିବା ଟି ଟ୍ବେଣ୍ଟି ସିରଜି ପୂର୍ବରୁ ନିଜ ଗାର୍ଲଫ୍ରେଣ୍ଡ ଇଶା ନେଗିଙ୍କ ସହ ବିଦେଶରେ ନୂଆବର୍ଷ ପାଳନ କରିଛନ୍ତି । ପନ୍ଥ ନୂଆବର୍ଷ ଭେକେସନର ଏକ ସୁନ୍ଦର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏବଂ ଇଶା ବହୁତ ସୁନ୍ଦର ଦେଖାଯାଉଥିବାବେଳେ ଚାରି ପାର୍ଶ୍ବ ବରଫାବୃତ୍ତ ହୋଇ ରହିଛି । ପନ୍ଥ ଇଶା ନେଗିଙ୍କ ସହ ବହୁ ପୂର୍ବରୁ ରିଲେଶନସିପରେ ରହିଥିବା କଥା ସ୍ବୀକାର କରିସାରିଥିବାବେଳେ ଅଧିକାଂଶ ସମୟରେ ଦୁହିଁଙ୍କୁ ସାଙ୍ଗରେ ଦେଖିବାକୁ ମିଳିଥାଏ । ପନ୍ଥ ଫଟୋ ତଳେ ‘‘ ଯେବେ ମୁ୍ଁ ତୁମ ସାଥିରେ ରହିଥାଏ ସେତେବେଳେ ନିଜକୁ ଅଧିକ ପସନ୍ଦ କରିଥାଏ’’ ବୋଲି ଲେଖିଛନ୍ତି ।

ପନ୍ଥ ନିଜ ଇନଷ୍ଟା ଆକାଉଣ୍ଟରୁ ଏହାକୁ ପୋଷ୍ଟ କରିଥିଲେ ମଧ୍ୟ ଏହାର କମେଣ୍ଟ ସେକ୍ସନକୁ ବନ୍ଦ କରିଦେଇଛନ୍ତି । ତେବେ ଏହି ଫଟୋ କାରଣରୁ ତାଙ୍କୁ କାଳେ ଟ୍ରୋଲ ହେବାକୁ ପଡ଼ିପାରେ ସେଥିପାଇଁ ପନ୍ଥ ଏଥିରେ ଥିବା କମେଣ୍ଟ ସେକ୍ସନକୁ ବନ୍ଦ କରିଦେଇଛନ୍ତି ।

କ୍ରିକେଟ ପଡ଼ିଆରେ ଲଗାତାର ଖରାପ ପ୍ରଦର୍ଶନ କାରଣରୁ ସମାଲୋଚନାର ଶିକାର ହେଉଥିବା ପନ୍ଥ ନିକଟରେ ଦୁବାଇରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ବସିଥିବାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ମାତ୍ର ଗାର୍ଲଫ୍ରେଣ୍ଡ ଇଶା ନେଗିଙ୍କ ସହ ସେୟାର କରିଥିବା ଫଟୋକୁ ଅଧିକ ଲୋକ ପସନ୍ଦ କରୁଛନ୍ତି ।

ଗତ ବର୍ଷ ପନ୍ଥ ଜାନୁଆରୀରେ ସେ ଇଶା ନେଗିଙ୍କୁ ଭଲପାଉଥିବା ନେଇ ଏକ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଥିଲେ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ‘‘ ମୁଁ କେବଳ ତୁମକୁ ଖୁସି ରଖିବାକୁ ଚାହେଁ କାହିଁକି ନା ତୁମେ ମୋର ଖୁସି ରହିବାର କାରଣ’’ । ଏହା ପରେ ଇଶ ନେଗି ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ‘‘ମୋର ହମସଫର, ମୋର ଭଲ ସାଙ୍ଗ ଏବଂ ମୋର ଜୀବନର ଭଲପାଇବା’’ ଲେଖିଥିଲେ । ଇଶାଙ୍କର ଏହି ପୋଷ୍ଟ ଉପରେ ପନ୍ଥ କମେଣ୍ଟ କରି ମୁଁ ତୁମକୁ ଭଲପାଏ ବୋଲି ଲେଖିଥିଲେ ।

ଋଷଭ ପନ୍ଥ ନିଜ ଗାର୍ଲଫ୍ରେଣ୍ଡ ଇଶା ନେଗିଙ୍କ ସହ


 

ଫିଲ୍ମ ଲକ୍ଷ୍ମୀ ବମର ନିର୍ଦ୍ଦେଶକ ରାଘବ ଲୋରେନ୍ସ ଥିବାବେଳେ ଏହା ଆଗାମୀ ୫ ଅପ୍ରେଲରେ ମୁକ୍ତିଲାଭ କରୁଛି । ଏହି ଫିଲ୍ମଟି ତାମିଲ ଫିଲ୍ମର ରିମେକ ଅଟେ ।

 
Published by: Mohit Singh
First published: January 3, 2020, 12:52 PM IST
corona virus btn
corona virus btn
Loading