ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଏବଂ ସିରିଜ ଜିତିବା ପରେ ଟ୍ରଫି ସହ ବିରାଟ କୋହଲି ଏବଂ ଅନ୍ୟମାନେ
News18 Odia Digital
ନୂଆ ଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଟିମ୍ ତିନିଟି ଫର୍ମାଟରେ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି । ଏକଦୀବସୀୟ ଏବଂ ଟେଷ୍ଟ ମ୍ୟାଚରେ ଶୀର୍ଷ ଦୁଇଟି ସ୍ଥାନରେ ଦଳ ରହିଥିବାବେଳେ ଟିଟ୍ବେଣ୍ଟିରେ ଦଳ ପଞ୍ଚମସ୍ଥାନରେ ରହିଥିଲେ ବି ଭାରତ ୧୦ତାରିଖରେ ପୁଣେଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଜିତି ସିରିଜ କବଜା କରିବା ସହ ଟିଟ୍ବେଣ୍ଟିରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ଼ ନିଜ ନାମରେ କରିଛି । ପୂର୍ବରୁ ଏହି ରେକର୍ଡ଼ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ଥାନ ନାମର ରହିଥିଲା । ଶ୍ରୀଲଙ୍କା ବିରୋଧରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟିଟ୍ବେଣ୍ଟି ସିରିଜକୁ ୨-୦ରେ ନିଜ ନାମରେ କରିଛି । ୧୦ ତାରିଖରେ ଖେଳାଯାଇଥିବା ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୭୮ ରନରେ ପରାସ୍ତ କରିଥିଲା ।
ଶ୍ରୀଲଙ୍କାକୁ ପରାଜିତ କରିବା ପରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଟିଟ୍ବେଣ୍ଟିରେ ସର୍ବାଧିକ ବିଜୟ ୬୨.୭୯ ହାସଲ କରିଛି । ସେହିପରି ଭାରତ ତଳକୁ ପାକିସ୍ଥାନ ୬୧.୦୭ ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ରହିଛି । ଦକ୍ଷିଣଆଫ୍ରିକା ୬୦.୦୦ ପ୍ରତିଶତ ସହ ତୃତୀୟ, ଅଷ୍ଟ୍ରେଲିଆ ୫୩.୨୮ ପ୍ରତିଶତ ସହ ଚତୁର୍ଥ, ଇଂଲଣ୍ଡ ୫୦.୮୮ ପ୍ରତିଶତ ସହ ଷଷ୍ଠ, ୫୦.୦୦ ପ୍ରତିଶତ ସହ ନ୍ୟୁଜିଲାଣ୍ଡ ସପ୍ତମ, ୪୭.୬୨ ପ୍ରତିଶତ ସହ ଶ୍ରୀଲଙ୍କା ଅଷ୍ଟମ, ୪୪.୫୪ ପ୍ରତିଶତ ସହ ଓ୍ବେଷ୍ଟଇଣ୍ଡିଜ ନବମ ଏବଂ ୩୨.୬୧ ପ୍ରତିଶତ ସହ ବାଂଲାଦେଶ ଦଶମ ସ୍ଥାନରେ ରହିଛି ।
ଚଳିତ ବର୍ଷ ଟିଟ୍ବେଣ୍ଟି ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାରୁ ଭାରତ ଚାମ୍ପିଅନ ହେବା ଲାଗି ପ୍ରବଳ ଦାବିଦାର ରହିଛି । ଏହା ପୂର୍ବରୁ ଏହି ସିରିଜ ମହତ୍ବପୂର୍ଣ୍ଣ ଥିଲା । ଏହି ସିରିଜ ବିଶ୍ବକପ ଲାଗି ଖେଳାଳି ଚୟନ କରିବାରେ ସାହାଯ୍ୟ କରିବ । ଶ୍ରୀଲଙ୍କା ବିରୋଧରେ ତୃତୀୟ ଟିଟ୍ବେଣ୍ଟି ପୂର୍ବରୁ ଆଘାତପ୍ରାପ୍ତ ଶିଖର ଧାବନ ଏବଂ ଜସପ୍ରୀତ ବୁମାର ଦଳକୁ ଫେରିଥିଲେ । ଧାବନ ଅର୍ଦ୍ଧଶତକ ହାସଲ କରି ଟିଟ୍ବେଣ୍ଟି ଦଳରେ ନିଜର ସ୍ଥାନ ପକ୍କା କରିବା ଲାଗି ଇଛୁକ ଥିବା ଜଣାଇଦେଇଛନ୍ତି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।