ଟିମ୍ ଇଣ୍ଡିଆ ମିଳିଗଲା ନୂଆ ଅନିଲ କୁମ୍ବଲେ; BCCI ଭିଡିଓ ପୋଷ୍ଟ କରି ଦେଲ ସୂଚନା!
ବିସିସିଆଇ ଶନିବାର ଜସପ୍ରୀତ ବୁମ୍ରାଙ୍କ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ବୁମ୍ରା ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କ ଶୈଳୀରେ ବୋଲିଂ କରୁଥିବାର ଦେଖିବାକୁ ମିଳିଛି ।

ଟିମ୍ ଇଣ୍ଡିଆ ମିଳିଗଲା ନୂଆ ଅନିଲ କୁମ୍ବଲେ!
- News18 Odia
- Last Updated: January 30, 2021, 7:56 PM IST
ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ନିଜର ଦ୍ରୁତ ୟର୍କର୍ ବଲ୍ ପାଇଁ ଜଣାଶୁଣା । ବୁମ୍ରାଙ୍କ ବଲକୁ ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍ ମାନେ ଖେଳିନ ପାଇଁ ଆଉଟ ହୋଇଯାଇଥାନ୍ତି । କିନ୍ତୁ ବର୍ତ୍ତମାନ ଜସପ୍ରୀତ ବୁମ୍ରା ଜଣେ ଲେଗ୍ ସ୍ପିନର ହୋଇ ଯାଇଛନ୍ତି । ତାହା ବି ଅନିଲ କୁମ୍ବଲେଙ୍କ ଶୈଳୀରେ ବୋଲିଂ କରିବା ଆରମ୍ଭ କରିଛନ୍ତି । ବିସିସିଆଇ ଶନିବାର ଦିନ ସୋସିଆଲ ମିଡିଆରେ ବୁମ୍ରାଙ୍କର ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ସେ ଅନିଲ କୁମ୍ବଲେଙ୍କ ଶୈଳୀକୁ ଅନୁକରଣ କରୁଥିବାର ଦେଖିବାକୁ ମିଳିଥିଲା । ଜସପ୍ରୀତ ବୁମ୍ରା କୁମ୍ବଲେଙ୍କ ଢ଼ଙ୍ଗରେ ଠିକ୍ ବୋଲିଂ କରିଥିଲେ ଓ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ତାଙ୍କର ଲାଇନ ଓ ଲେନ୍ଥ ମଧ୍ୟ ସଠିକ୍ ଥିଲା ।
We have all seen @Jaspritbumrah93's fiery yorkers and sharp bouncers. Here’s presenting a never-seen-before version of the fast bowler.
Boom tries to emulate the legendary @anilkumble1074's bowling action and pretty much nails it! pic.twitter.com/wLmPXQGYgC
— BCCI (@BCCI) January 30, 2021
କୁମ୍ବଲେଙ୍କ ପରି ବୁମ୍ରା ମଧ୍ୟ ଟିମ୍ ଇଣ୍ଡିଆର ଏକ ବଡ଼ ମ୍ୟାଚ୍ ବିଜେତା
ଅନିଲ କୁମ୍ବଲେ ଭାରତର ସବୁଠୁ ବଡ ମ୍ୟାଚ୍ ବିଜେତା ମଧ୍ୟରୁ ଜଣେ ଥିଲେ । ଏହି କିମ୍ବଦନ୍ତୀ ଲେଗ୍ ସ୍ପିନର ତାଙ୍କ ନାମରେ ୬୧୯ ଟି ଟେଷ୍ଟ ୱିକେଟ୍ ନେଇଥିଲେ । ତାଙ୍କ ନାମ ରହିଛି ଗୋଟିଏ ଇନିଂସରେ ୧୦ ଟି ୱିକେଟ୍ ନେବାର ରେକର୍ଡ । ୧୯୯୯ ମସିହାରେ ଅନିଲ କୁମ୍ବଲେ ଫିରୋଜେଶା କୋଟଲା ଗ୍ରାଉଣ୍ଡରେ ଏହି ରେକର୍ଡ଼ କରିଥିଲେ । କୁମ୍ବଲେଙ୍କ ପରି ବର୍ତ୍ତମାନ ଜସପ୍ରୀତ ବୁମ୍ରା ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଜଣେ ମ୍ୟାଚ୍ ବିଜେତା ହୋଇଛନ୍ତି ।
ବୁମ୍ରା ଟେଷ୍ଟ, ODI ଓ ଟି -୨୦ ଫର୍ମାଟରେ ବିସ୍ଫୋରକ ବୋଲିଂ ସହ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ୧୭ ଟି ଟେଷ୍ଟରେ ବୁମରା ୭୯ ୱିକେଟ୍ ନେଇଛନ୍ତି । ୬୭ ଟି ODI ରେ ସେ ୧୦୮ ଓ ୫୦ ଟି -୨୦ ରେ ୫୯ ୱିକେଟ୍ ନେଇଛନ୍ତି । ଅଷ୍ଟ୍ରେଲିଆ ସିରିଜରେ ବୁମ୍ରା ମଧ୍ୟ ଚମତ୍କାର ବୋଲିଂ କରିଥିଲେ ଓ ବର୍ତ୍ତମାନ ତାଙ୍କୁ ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିବ । ଜସପ୍ରୀତ ବୁମ୍ରା ତାଙ୍କର ସମସ୍ତ ୧୭ ଟି ଟେଷ୍ଟ ବିଦେଶୀ ମାଟିରେ ଖେଳିଛନ୍ତି । ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ବୁମ୍ରାଙ୍କ ପ୍ରଥମ ଘରୋଇ ମ୍ୟାଚ୍ ହେବ ।