ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ ଦଳ ଘୋଷିତ; ଫେରିଲେ ରୋହିତ, ଗୋଟିଏ ମ୍ୟାଚ ଖେଳି ବାଦ୍ ପଡ଼ିଲେ ସଞ୍ଜୁ ସାମସନ୍

୨୪ ଜାନୁଆରୀରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଥିବାବେଳେ ଦଳ ସେଠାରେ ଘରୋଇ ଟିମ୍ ବିରୋଧରେ ପାଞ୍ଚଟି ଟି-ଟ୍ବେଣ୍ଟି, ୩ଟି ଏକ ଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ ।

ମ୍ୟାଚର ଏକ ଉଲ୍ଲସିତ ମୁହୁର୍ତ୍ତରେ ଭାରତୀୟ ଖେଳାଳି (ପ୍ରତୀକାତ୍ମକ ଫଟୋ)

ମ୍ୟାଚର ଏକ ଉଲ୍ଲସିତ ମୁହୁର୍ତ୍ତରେ ଭାରତୀୟ ଖେଳାଳି (ପ୍ରତୀକାତ୍ମକ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଟି-ଟ୍ବେଣ୍ଟି ମ୍ୟାଚ ଲାଗି ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମାତ୍ର ଗୋଟିଏ ମ୍ୟାଚ ଖେଳିଥିବା ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଥିବାବେଳେ ମହମ୍ମଦ ସାମୀ ଏବଂ ରୋହିତ ଶର୍ମା ଆରାମ ପରେ ଟିମ୍କୁ ଫେରିଛନ୍ତି । ନ୍ୟୁଜିଲାଣ୍ଡ ଗସ୍ତ ଚଳିତ ବର୍ଷ ଭାରତୀୟ ଦଳ ଲାଗି ପ୍ରଥମ ବିଦେଶ ଗସ୍ତ ହେବ । ସେଠାରେ ଦଳ ୫ଟି ଟି-ଟ୍ବେଣ୍ଟି, ୩ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟମ୍ୟାଚ ଖେଳିବ । ୨୪ ଜାନୁଆରୀରୁ ଏହି ଗସ୍ତ ଆରମ୍ଭ ହେଉଥିବାବେଳେ ଟିମ୍ ଇଣ୍ଡିଆ ଧଳା ବଲରେ ୮ଟି ମ୍ୟାଚ ଖେଳିବ । ତେବେ କ୍ରିକେଟର ଏହି ଛୋଟ ଫର୍ମାଟ ଲାଗି ଦଳରେ ବେଶି କିଛି ପରିବର୍ତ୍ତନ ହେବ ବୋଲି କ୍ରୀଡ଼ାପ୍ରେମୀ ଆଶା କରୁନଥିଲେ ।

ସଞ୍ଜୁ ସାମସନ ବହୁତ ସମୟ ଧରି ଭାରତୀୟ ଦଳ ରହିଥିବାବେଳେ ପ୍ଲେଇଂ ଇଲେଭେନରେ ସ୍ଥାନ ଅଧିକାର କରିପାରୁନଥିଲେ । ଶ୍ରୀଲଙ୍କା ବିପକ୍ଷରେ ପୁଣେଠାରେ ଗୋଟିଏ ମାତ୍ର ମ୍ୟାଚ ଖେଳିଥିବାବେଳେ ସେପରି କିଛି କମାଲ କରିପାରିନପାରି ୨ଟି ବଲରେ ମାତ୍ର ୬ରନ୍ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ଲାଗି ଦଳରେ ୪ଜଣ ପେସ ବୋଲର, ୪ଜଣ ସ୍ପିନର, ଜଣେ ମିଡିୟମ ପେସ ଅଲରାଉଣ୍ଡର ଏବଂ ୬ଜଣ ବ୍ୟାଟସମ୍ୟାନ ସ୍ଥାନ ପାଇଛନ୍ତି ।

ଏହି ଗସ୍ତରେ ପୂର୍ବ ଅନୁମାନ ମୁତାବକ ଧୋନିଙ୍କୁ ସ୍ଥାନ ମିଳିନଥିବାବେଳେ କେଏଲ୍ ରାହୁଲ ରିଷଭ ପନ୍ଥଙ୍କ ବ୍ୟାକଅପ୍ ଉଇକେଟ କିପର ଭାବେ କାର୍ଯ୍ୟ ତୁଲାଇବେ । ଏହି ଗସ୍ତରେ ଦଳ ରାହୁଲଙ୍କୁ ଉଇକେଟ କିପିଂ କରାଇପାରେ ଯାହା ଫଳରେ ଜଣେ ଅତିରିକ୍ତ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିପାରିବ । ସେହିପରି ଟିମ୍ ଇଣ୍ଡିଆା ଏ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ବିଜୟ ଶଙ୍କରଙ୍କୁ ସ୍ଥାନ ମିଳିଛି । ପାଣ୍ଡ୍ୟାଙ୍କୁ ଠିକ୍ ହେବା ଲାଗି ଅଧିକ ସମୟ ଲାଗୁଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ ଦଳ:

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାବନ, ଶ୍ରେୟସ ଆୟର, ଯୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଜସପ୍ରୀତ ବୁମରା, ନବଦୀପ ସୈନୀ, ଓ୍ବାଶିଂଟନ ସୁନ୍ଦର, ଶିବମ ଦୁବେ, ରିଷଭ ପନ୍ଥ ଏବଂ କୁଲଦୀପ ଯାଦବ ।
Published by:Durgamadhab Rath
First published: