ଶିକ୍ଷକଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ
- News18 Odia
- Last Updated :
- Other, India
News18 Odia Digital
ବାରୱାନି: ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରାରେ ଭାଗ ନେଇଥିବାରୁ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟର ଆଦିବାସୀ ବ୍ୟାପାର ବିଭାଗ ଅନ୍ତର୍ଗତ ଜିଲ୍ଲାର କଂସାୟାଠାରେ ଚାଲିଥିବା ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେଶ କନ୍ନୋଜେ ଏହି ଯାତ୍ରାରେ ଅଂଶଗ୍ରହଣ କରିବାର ଗୋଟିଏ ଦିନ ପରେ ନିଲମ୍ବିତ ହୋଇଥିଲେ। ତାଙ୍କ ନିଲମ୍ବନ ଆଦେଶ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ସେବା ଆଚରଣ ବିଧି ଉଲ୍ଲଂଘନ କରିବା ଏବଂ ଏକ ରାଜନୈତିକ ରାଲିରେ ଅଂଶଗ୍ରହଣ କରିଥିବାରୁ ରାଜେଶ କନ୍ନୋଜଙ୍କୁ ନିଲମ୍ବିତ କରାଯାଇଛି ବୋଲି ଆଦିବାସୀ ବ୍ୟାପାର ବିଭାଗର ସହକାରୀ କମିଶନର ଏନଏସ ରଘୁବଂଶୀ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦର୍ଶାଇ ସେ ଛୁଟି ମାଗିଥିଲେ, କିନ୍ତୁ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ସୋସିଆଲ ମିଡିଆରେ ଚିତ୍ର ପୋଷ୍ଟ କରିଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ କନ୍ନୋଜ ନଭେମ୍ବର ୨୪ ରେ ଏକ ରାଜନ ରାଜନୈତିକ ଦଳ ଦ୍ୱାରା ଆୟୋଜିତ ଭାରତ ଯୋଡ ଯାତ୍ରାରେ ଭାଗ ନେଇଥିଲେ।
ଏହି ସମୟରେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗର ସଭାପତି କେ.କେ ମିଶ୍ର ଏକ ଟୁଇଟ୍ରେ କହିଛନ୍ତି ଯେ ଶିବରାଜ ସିଂ ଚୌହାନ ସରକାର କର୍ମଚାରୀମାନଙ୍କୁ ଆରଏସଏସ ଶାଖାରେ ଯୋଗଦେବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଅଣ-ରାଜନୈତିକ ସମାବେଶରେ ଆଦିବାସୀ ରାଜେଶ କନ୍ନୋଜଙ୍କୁ ନିଲମ୍ବିତ କରାଯାଇଥିଲା। ନଭେମ୍ବର ୨୩ ରେ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ପହଞ୍ଚିଥିବା ଭାରତ ଯୋଡ ଯାତ୍ରା ରବିବାର ଦିନ ରାଜସ୍ଥାନରେ ପ୍ରବେଶ କରିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।