ପାର୍ଥ ଚାଟାର୍ଜୀଙ୍କ ଗିରଫକୁ ନେଇ ମୁହଁ ଖୋଲିଲେ ମମତା ବାନାର୍ଜୀ
News18 Odia Digital
Teacher Recruitment Scam: ପଶ୍ଚିମବଙ୍ଗରେ ସ୍କୁଲ ଶିକ୍ଷକ ନିଯୁକ୍ତି ସ୍କାମ ମାମଲାକୁ ନେଇ ରାଜନୀତିରେ ହଇଚଇ ଦେଖିବାକୁ ମିଳୁଛି। ଏହି ଘୋଟାଲାରେ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବା ପରେ ବର୍ତ୍ତମାନ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି।
ସେ କହିଛନ୍ତି ଯେ ଯଦି କେହି ଦୋଷୀ, ତେବେ ତାଙ୍କୁ ଦଣ୍ଡ ଦିଆଯାଉ। ଏକ କଠୋର ମନୋଭାବ ପ୍ରଦର୍ଶନ କରି ମମତା କହିଛନ୍ତି, ‘‘ସେ ଆଜୀବନ କାରାଗାରରେ ରହିଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ।’’
ତେବେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀକୁ ବିଜେପିର ଷଡ଼ଯନ୍ତ୍ର ବୋଲି ମମତା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଯଦି ବିଜେପି ପାଖରେ କାଦୁଅ ଅଛି, ତା’ହେଲେ ଆମ ପାଖରେ ପିଚୁ ଅଛି ଯାହାର ଦାଗ ଧୋଇ ହେବନାହିଁ।
ଏଥି ସହିତ ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଏଭଳି ଅନେକ ବଡ଼ ସ୍କାମ ଅଛି, ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। କେତେକ ମାମଲାରେ ଟ୍ରାଏଲ ସମୟରେ ଲୋକ ମୃତ୍ୟୁ ବରଣ କରିଥିବାବେଳେ କେତେକ କ୍ଷେତ୍ରରେ ଏହି ରାୟ ଆସିବାକୁ ଦଶନ୍ଧି ସମୟ ଲାଗିଯାଉଛି।
ପାର୍ଥଙ୍କୁ କୋଲକାତାରେ ନେଇ ପହଞ୍ଚିଲା ଇଡି ଟିମ
ଆଜି ଇଡି ଟିମ୍ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱରରୁ ନେଇ କୋଲକାତାରେ ପହଞ୍ଚିଛି। ପାର୍ଥ ଓ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ।
ଅର୍ପିତା ମୁଖାର୍ଜୀଙ୍କ ଘରେ ହୋଇଥିବା ଚଢ଼ାଉ ସମୟରେ ଇଡି ୨୦ କୋଟି ଟଙ୍କା ଜବତ କରିଥିଲା, ପଚରାଉଚରା ବେଳେ ସେ କହିଥିଲେ ଯେ ଏହି ଅର୍ଥ ପାର୍ଥ ଚାଟାର୍ଜୀଙ୍କର। ଅର୍ପିତା ମୁଖାର୍ଜୀ ୧୨ଟି ସେଲ କମ୍ପାନୀରେ ଟଙ୍କା ବିନିଯୋଗ କରିଥିବା ଅଭିଯୋଗ ହୋଇଛି।
ଇଡି ଏପର୍ଯ୍ୟନ୍ତ ଜାଣିବାକୁ ପାଇଛି...
ଏଥି ସହିତ, ଇଡି ଅନୁଯାୟୀ, ସେମାନେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ଚାଟାର୍ଜୀଙ୍କ ମିଳିତ ସମ୍ପତ୍ତି ସହ ଜଡିତ ଡକ୍ୟୁମେଣ୍ଟ ପାଇଛନ୍ତି। ଇଡି କହିଛି ଯେ ଏହି ସମ୍ପତ୍ତି ପାର୍ଥ ୨୦୧୨ରେ କିଣିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।