ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର ଲଞ୍ଚ କରିବ ଟାଟା ମୋଟର୍ସ; ୧୨ ଲକ୍ଷ ତଳେ ରହିବ ମୂଲ୍ୟ

ଭାରତର ସବୁଠାରୁ ଅଗ୍ରଣୀ ଗାଡ଼ି ନିର୍ମାତା କମ୍ପାନୀ ଟାଟା ମୋଟର୍ସ ସବୁଠାରୁ ଶସ୍ତା ବୈଦ୍ୟୁତିକ କାର ଲଞ୍ଚ କରିବାକୁ ଯୋଜନା କରୁଛି ଏବଂ ଏହାର ମୂଲ୍ୟ ୧୨.୫ ଲକ୍ଷ ଟଙ୍କା ତଳେ ରଖିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର ଲଞ୍ଚ କରିବ ଟାଟା ମୋଟର୍ସ; ୧୨ ଲକ୍ଷ ତଳେ ରହିବ ମୂଲ୍ୟ

ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର ଲଞ୍ଚ କରିବ ଟାଟା ମୋଟର୍ସ; ୧୨ ଲକ୍ଷ ତଳେ ରହିବ ମୂଲ୍ୟ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଭାରତର ସବୁଠାରୁ ଅଗ୍ରଣୀ ଗାଡ଼ି ନିର୍ମାତା କମ୍ପାନୀ ଟାଟା ମୋଟର୍ସ ସବୁଠାରୁ ଶସ୍ତା ବୈଦ୍ୟୁତିକ କାର ଲଞ୍ଚ କରିବାକୁ ଯୋଜନା କରୁଛି ଓ ଏହାର ମୂଲ୍ୟ ୧୨.୫ ଲକ୍ଷ ଟଙ୍କା ତଳେ ରଖିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।

ସିଏନବିସି ଟିଭି-୧୮ ସହିତ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଟାଟା ମୋଟର୍ସର ଯାତ୍ରୀବାହୀ ଗାଡି ବ୍ୟବସାୟ ୟୁନିଟର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ଚନ୍ଦ୍ର କହିଛନ୍ତି କମ୍ପାନୀ ଟାଇଗର ଇଭି ଠାରୁ କମ୍ ସେଗମେଣ୍ଟରେ ଏକ ଵୈଦ୍ୟୁତିକ କାର ଲଞ୍ଚ ହେବ। ଟାଟା ମୋଟର୍ସ ଟାଇଗର୍ ଇଭିର ପ୍ରାରମ୍ଭିକ ମୂଲ୍ୟ ୧୨.୫ ଲକ୍ଷ ଟଙ୍କା - ତେଣୁ ଆଶା କରାଯାଇପାରେ ଯେ ପରବର୍ତ୍ତୀ କାରର ମୂଲ୍ୟ ତା’ଠାରୁ କମ୍ ହେବ ।

ସେ କହିଛନ୍ତି ୨୦୨୩ ଆର୍ଥିକ ବର୍ଷରେ କମ୍ପାନୀ ୫୦,୦୦୦ ଵୈଦ୍ୟୁତିକ କାର ବିକ୍ରୟ କରିବାକୁ ଲକ୍ଷ୍ୟ ରଖିଛି । ଟାଟା ମୋଟର୍ସ ଇଭି ବିକ୍ରିରେ ୧୭,୦୦୦ ୟୁନିଟ୍ ବିକ୍ରୟ କରିଛି ଏବଂ ବର୍ତ୍ତମାନ କମ୍ପାନୀ ୨୦୨୩ ରେ ୫୦,୦୦୦ ଵୈଦ୍ୟୁତିକ ଗାଡି ବିକ୍ରିକୁ ଟାର୍ଗେଟ କରିଛି ବୋଲି ଚନ୍ଦ୍ର କହିଛନ୍ତି ।

୨୦୨୨ ଆରମ୍ଭରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ଘରୋଇ ବଜାରରେ ଗ୍ରାହକ ମାନେ ଵୈଦ୍ୟୁତିକ ଗାଡି କିଣିବା ପାଇଁ ବହୁତ ଆଗ୍ରହୀ ଥିଲେ । ମୁମ୍ବାଇ ସ୍ଥିତ ଅଟୋମେକର ଇଭି ପରିସରରେ ଫେବୃଆରୀରୁ ଏପ୍ରିଲ୍ ପର୍ଯ୍ୟନ୍ତ ହାରାହାରି ୫୫୦୦-୬୦୦୦ ବୁକିଂ ହୋଇଥିଲା ।

କମ୍ପାନୀ ଘରୋଇ ବଜାରରେ ତିନୋଟି ଵୈଦ୍ୟୁତିକ ଗାଡି ବିକ୍ରି କରୁଛି । ସେଗୁଡିକ ହେଲା ନେକ୍ସନ୍ ଇଭି, ଟାଇଗର୍ ଇଭି ଓ ଏକ୍ସପ୍ରେସ -ଟି । ନିକଟରେ ଏକ କ୍ୟାପ୍ ଷ୍ଟାଇଲ୍ ଏସୟୁଭି ମଧ୍ୟ ଉନ୍ମୋଚନ କରିଛି ଯାହା ଆସନ୍ତା ଦୁଇ ବର୍ଷ ମଧ୍ୟରେ ଲଞ୍ଚ କରିବାକୁ ଯୋଜନା ରହିଛି ।
Published by:Sujit Swain
First published: