News18 Odia Digital
Vande Bharat Train Route: ଦେଶର ସବୁଠାରୁ ବିଶ୍ୱସ୍ତ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲକୁ ଭାରତୀୟ ରେଳବାଇର ଅତ୍ୟାଧୁନିକ ଟ୍ରେନ୍ 'ବନ୍ଦେ ଭାରତ ଏକ୍ସପ୍ରେସ' ପାଇଁ ସିଟ୍ ପ୍ରସ୍ତୁତ କରିବାର ଦାୟିତ୍ବ ଦିଆଯାଇଛି।
ଏହି ସିଟ୍ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିପାରିବ। ରେଳବାଇକୁ ଏହି ସ୍ୱତନ୍ତ୍ର ସିଟ୍ ଯୋଗାଣ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ତେବେ ଏହା ଦେଶର ପ୍ରଥମ ସିଟିଂ ସିଷ୍ଟମ (First Seating System) ସିଟ୍ ହେବ।
୧୪୫ କୋଟି ଟଙ୍କା ମୂଲ୍ୟର ଅର୍ଡର ଗ୍ରହଣ କରାଯାଇଛିଟାଟା ଷ୍ଟିଲର ଉପାଧ୍ୟକ୍ଷ (ଟେକ୍ନୋଲୋଜି ଓ ନୂଆ ସାମଗ୍ରୀ ବ୍ୟବସାୟ) ଦେବଶିଷ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସର ୨୨ଟି ଟ୍ରେନ୍ ପାଇଁ ସିଟ୍ ଯୋଗାଇବାକୁ କମ୍ପାନୀର କମ୍ପୋଜିଟ୍ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅର୍ଡର ପ୍ରସ୍ତୁତ କରିବାର ମୂଲ୍ୟ ପ୍ରାୟ ୧୪୫ କୋଟି ଟଙ୍କା।
ସିଟଗୁଡିକ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିପାରିବଦେବଶିଷ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘‘ଏଗୁଡ଼ିକ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ସିଟ୍। ଏଗୁଡିକ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଏହା ବୁଲିପାରିବ ଓ ବିମାନ ସିଟ୍ ପରି ସୁବିଧା ଯୋଗାଇ ଦିଆଯିବ। ଭାରତରେ ଟ୍ରେନ୍ ସିଟ୍ ଯୋଗାଣରେ ଏହା ପ୍ରଥମ। ଏହି ସିଟଗୁଡ଼ିକର ଯୋଗାଣ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ୧୨ ମାସ ମଧ୍ୟରେ ଶେଷ ହେବ।
FRPରେ ତିଆରି ହୋଇଛି ସିଟ୍ବନ୍ଦେ ଭାରତ ଟ୍ରେନ୍ ପାଇଁ ଡିଜାଇନ୍ ହୋଇଥିବା ଏହି ସିଟ୍ ଗୁଡିକ ଫାଇବର ରିଫୋର୍ସଡ୍ ପଲିମରରେ ନିର୍ମିତ। ସୁବିଧାଜନକ ବ୍ୟତୀତ ଏହି ସିଟ୍ ଗୁଡିକ ଯାତ୍ରୀମାନଙ୍କ ସୁରକ୍ଷା ବୃଦ୍ଧିରେ ମଧ୍ୟ ସହାୟକ ହେବ। ସମ୍ପୂର୍ଣ୍ଣ ଘରୋଇ ବିକଶିତ ବନ୍ଦେ ଭାରତ ଟ୍ରେନ୍ ୧୩୦ କିଲୋମିଟର ବେଗରେ ଚାଲିପାରିବ। ଏହା ଦେଶର ଦ୍ରୁତତମ ଟ୍ରେନ୍ ମଧ୍ୟରୁ ଅନ୍ୟତମ।
ଗବେଷଣା ପାଇଁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛିଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଟାଟା ଷ୍ଟିଲ ୨୦୨୫-୨୬ ସୁଦ୍ଧା ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକଳାପ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଛି। ୨୦୩୦ ସୁଦ୍ଧା ସର୍ବଭାରତୀୟ ସ୍ତରରେ ଟାଟା ଷ୍ଟିଲକୁ ଶ୍ରେଷ୍ଠ ୫ ଇସ୍ପାତ କମ୍ପାନୀକୁ ନେବା ଲକ୍ଷ୍ୟର ଏହା ଏକ ଅଂଶ। କମ୍ପାନୀ ଗବେଷଣା ଓ ବିକାଶ ଉପରେ ଅଧିକ ଧ୍ୟାନ ଦିଆଯାଉଛି।
ମହାରାଷ୍ଟ୍ରରେ ନିର୍ମିତ ହେଲା ପ୍ଲାଣ୍ଟସେ ଆହୁରି କହିଛନ୍ତି ଯେ ଟାଟା ଷ୍ଟିଲ ସ୍ୟାଣ୍ଡୱିଚ୍ ପ୍ୟାନେଲ ଉତ୍ପାଦନ ପାଇଁ ମହାରାଷ୍ଟ୍ରର ଖୋପୋଲିରେ ଏକ ନୂଆ କାରଖାନା ସ୍ଥାପନ କରୁଛି। କୁହାଯାଉଛି ଯେ ନେଦରଲ୍ୟାଣ୍ଡର ଏକ କମ୍ପାନୀ ଏଥିରେ ଟେକ୍ନୋଲୋଜି ପାର୍ଟନର ଭାବରେ କାର୍ଯ୍ୟ କରୁଛି। ଏହି ପ୍ଲାଣ୍ଟରେ ନିର୍ମିତ ସ୍ୟାଣ୍ଡୱିଚ୍ ପ୍ୟାନେଲଗୁଡିକ ରେଳବାଇ ଓ ମେଟ୍ରୋ କୋଚଗୁଡିକର ଆଭ୍ୟନ୍ତରୀଣ ସ୍ଥାନ ପାଇଁ ବ୍ୟବହୃତ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।