୨୦୨୦ରେ ଆସିବାକୁ ଥିବା ଟପ୍ ୫ କାରର ସୂଚୀ: ଟାଟା ଅଲଟ୍ରୋଜ, ମାରୁତି ସୁଜୁକି ଇଗନାଇସ୍

୨୦୧୯ ଭାରତୀୟ ଅଟୋ ଇଣ୍ଡଷ୍ଟ୍ରି ଲାଗି ଏତେଟା ଭଲ ନଥିବାବେଳେ ୨୦୨୦ରେ ପ୍ରମୁଖ କମ୍ପାନୀ ଗୁଡ଼ିକ ନିଜନିଜର ନୂଆ ଗାଡ଼ି ଲଞ୍ଚ କରିବାକୁ ଅଣ୍ଟା ଭିଡ଼ିଲେଣି ।

୨୦୨୦ରେ ଆସିବାକୁ ଥିବା ଟପ୍ ୫ କାରର ସୂଚୀ: ଟାଟା ଅଲଟ୍ରୋଜ, ମାରୁତି ସୁଜୁକି ଇଗନାଇସ୍
ଟାଟା ଅଲଟ୍ରୋଜ
  • News18 Odia
  • Last Updated: January 12, 2020, 4:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତର ସଙ୍କୁଚିତ ଏବଂ ଭିଡ଼ ରାସ୍ତା ଲାଗି ହ୍ୟାଚବ୍ୟାକ କାର ଗୁଡ଼ିକ ଲମ୍ବା ଯାତ୍ରାପାଇଁ ସର୍ବଦା ଉପଯୁକ୍ତ ବିକଳ୍ପ ଭାବେ ଦେଖାଯାଇଥାଏ । ତେବେ ହ୍ୟାଚବ୍ୟାକ ଗୁଡ଼ିକ ପ୍ରଥମେ କେବଳ ସହରର ଗ୍ରାହକଙ୍କୁ ଲକ୍ଷ୍ୟରେ ରଖି ତିଆରି କରାଯାଇଥିଲା । ତେବେ ସମୟ ଗଡ଼ିବା ସହ ଏଥିରେ ପରିବର୍ତ୍ତନ ହେବା ସହ ଏହାକୁ ବିକଶିତ କରାଯାଇଛି । ୨୦୧୯ରେ ଏହି ସେଗମେଣ୍ଟରେ ନୂଆ ପରିବର୍ତ୍ତନ ଦେଖାଦେଇଥିଲା । ହୁଣ୍ଡାଇ ଗ୍ରାଣ୍ଡ ଆଇ-୧୦ ନିଓସ୍ ଏବଂ ଟୟୋଟା ଗ୍ଲାଞ୍ଜା ଭାରତରେ ଲଞ୍ଚ ହୋଇଥିବାବେଳେ ୨୦୨୦ରେ ଆହୁରି ଅନେକ କାର ଲଞ୍ଚ ହୋଇ ଏହି ଯାତ୍ରାକୁ ଜାରି ରଖିବ ।

ହୁଣ୍ଡାଇ ଆଇ-୨୦

୨୦୨୦ରେ ହୁଣ୍ଡାଇ ଆଇ-୨୦ ସମ୍ପୂର୍ଣ୍ଣ ନୂଆ ଭାବେ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି । ବିଶେଷକରି ଏହାର ଡିଜାଇନରେ କେତେପ ପ୍ରମୁଖ ପରିବର୍ତ୍ତନ କରାଯାଇଛି । ଏଥିରେ ନୂଆ ଏଲଇଡି ହେଡ ଲାଇଟ ଲଗାଯାଇଥିବାବେଳେ ଏହାର ଭିତର ଏବଂ ବାହାର ପରିବର୍ତ୍ତନ କରାଯାଇଥିବାରୁ ଏହା ହୁଣ୍ଡାଇ ଏଲେଣ୍ଟ୍ରା ଭଳି ଦେଖାଯାଉଛି । କମ୍ପାନୀ ଏହାକୁ ବିଏସ୍-୬ ଶ୍ରେଣୀ ତିଆରି କରିଥିବାବେଳେ ଏଥିରେ ୧.୫ ଲିଟର ବିଶିଷ୍ଟ ଡିଜେଲ ଏବଂ ୧.୨ ଲିଟର ବିଶିଷ୍ଟ ପେଟ୍ରୋଲ ଇଞ୍ଜିନ ରହିଛି । ଏହା ଛନା ନୂଆ ୧.୦ ଲିଟର ପେଟ୍ରୋଲ ଜିଡିଆଇ ଇଞ୍ଜିନ ମଧ୍ୟ ଆଣିବାକୁ ଯୋଜନା କରିଛି ।

ମାରୁତି ସୁଜୁକି ସେଲେରିଓ

୫ ବର୍ଷ ପରେ ମାରୁତି ସୁଜୁକି ସେଲେରିଓକୁ ୨୦୨୦ରେ ନୂଆ ରୁପ ଦିଆଯାଇଛି । ମାରୁତି ନିଜର ଅନ୍ୟ ଛୋଟ କାର ଭଳି ଏହାକୁ ମଧ୍ୟ ଲାଇଟର ହାର୍ଟ ପ୍ଲାଟପର୍ମରେ ଓହ୍ଲାଇବ । କାରରେ ୧.୦ ଲିଟର ବିଶିଷ୍ଟ ବିଏସ୍-୬ ପେଟ୍ରୋଲ ଇଞ୍ଜିନ ଏବଂ ସିଏନଜି ବିକଳ୍ପ ମଧ୍ୟ ଉପଲବ୍ଧ ହୋଇପାରେ ।

ମାରୁତି ସୁଜୁକି ଇଗନାଇସ୍

ମାରୁତି ସୁଜୁକି ଇଗନାଇସ୍


ଦୁଇବର୍ଷ ପରେ ଭାରତୀୟ ବଜାରରେ ମାରୁତି ସୁଜୁକି ଇଗନାଇସ୍ ନୂଆ ଅବତାର ସହ ଆସିବାକୁ ଯାଉଛି । ନିଜର ଆଗାମୀ ଅବତାରରେ କାରର ଛବି ଏବଂ ଡିଜାଇନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏହାକୁ ଏକ ଅନର୍ଜାତୀୟ ମାନର କାରେ ଭାବେ ପ୍ରସ୍ତୁତ କରାଯାଇଛି । ଆଗରେ ନୂଆ ଇଗନାଇସର ନୂଆ ଗ୍ରୀଲ ଯାହା ପ୍ରଥମେ ଏସ୍ ପ୍ରେସୋ ମାଇକ୍ରୋ ଏସୟୁଭିରେ ଦେଖାଯାଇଥିଲା । ଏଥିରେ ଫଗ ଲ୍ୟାମ୍ପ, ହେଡଲାଇଟ ଏବଂ ଟେଲ ଲାଇଟକୁ ବନାଇ ରଖିବା ଭଳି ପ୍ରସ୍ତୁତ ହୋଇଛି । ଇଗନାଇସରେ ୧.୨ ଲିଟର ବିଶିଷ୍ଟ ପେଟ୍ରୋଲ ଇଞ୍ଜିନ ସହ ଗାଡ଼ିଟି ବିଏସ୍-୬ ଶ୍ରେଣୀର ରହିଛି । ଏହାର ଇଞ୍ଜିନକୁ ୫ ସ୍ପିଡ ମାନୁଆଲ ସହ ଏଏମଟି ୟୁନିଟ ଲାଗି ରଖାଯାଇଛି ।

ଟାଟା ଅଲଟ୍ରୋଜ

ଏଥିରେ ପେଟ୍ରୋଲ ଭର୍ସନକୁ ପାଓ୍ବାର ଦେବା ଲାଗି ରିଭରଟନ ସହ ୧.୨ ଲିଟର ବିଶିଷ୍ଟ ବିଏସ୍-୬ ଇଞ୍ଜିନ ଯାହା ୮୬ପିଏସ୍ ,ବଂ ୧୧୩ଏନଏମ ଟର୍କ୍ୟୁ ରହିଛି । ଏହା ୫ ସ୍ପିଡ ମାନୁଆଲ ଟ୍ରାନ୍ସମିଶନରେ ଉପଲବ୍ଧ ହେବ । ଏହାର ଡିଜେଲ ମଡେଲ ଟି ୪ ସିଲିଣ୍ଡର ବିଶିଷ୍ଟ ହୋଇଥିବାବେଳେ ଏଥିରେ ୧.୫ ଲିଟର କ୍ଷମତା ବିଶିଷ୍ଟ ବିଏସ୍-୬ ଶ୍ରେଣୀର ରିଭୋଟର୍କ ଇଞ୍ଜିନ ରହିଛି । ଏଥିରେ ୭ଇଞ୍ଚର ଟଚ୍ ସ୍କ୍ରିନ ଆଣ୍ଡ୍ରୋଏଡ ଏବଂ ଆପଲ କାର ପ୍ଲେ ରହିଛି ।

ଟାଟା ଟିଆଗୋ

ଟାଟା ଠାରୁ  ଆଶା ରହିଛି କି ଏହା ଟିଆଗୋକୁ ନୂଆ ମଡେଲ ସହିତ ନୂଆ ଫିଚରରେ ଲଞ୍ଚ କରିପାରେ । ଅପଡେଟ କାରରେ ଅଲଟ୍ରୋଜ ଭଳି ଇଞ୍ଜିନ ଥିବା ନେଇ ସଙ୍କେତ ଦିଆଯାଇଛି । ଏଥିରେ ୧.୦ ଲିଟରର ଡିଜେଲ ଇଞ୍ଜିନ ଏବଂ ୧.୨ ଲିଟରର ପେଟ୍ରୋଲ ଇଞ୍ଜିନ ରହିଛି ।
Published by: Durgamadhab Rath
First published: January 12, 2020, 4:27 PM IST
corona virus btn
corona virus btn
Loading