ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପାଟଣାରେ ଗଡ଼ିବ ତରକାରୀ Express; ଘରେ ବସି ପାଇ ପାରିବେ ଅନଲାଇନରେ ତାଜା ପନିପରିବା

ପାଟଣାରେ ଗଡ଼ିବ ତରକାରୀ Express; ଘରେ ବସି ପାଇ ପାରିବେ ଅନଲାଇନରେ ତାଜା ପନିପରିବା

ପାଟନାବାସୀଙ୍କୁ ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡ଼ିବ ନାହିଁ । ତରକାରୀ ଏକ୍ସପ୍ରେସ ମାଧ୍ଯମରେ ଆପଣ ଘରେ ବସି ଅନଲାଇନରେ ତାଜା ପନିପରିବା ପାଇ ପାରିବେ ।

ପାଟଣାରେ ଗଡ଼ିବ ତରକାରୀ Express; ଘରେ ବସି ପାଇ ପାରିବେ ଅନଲାଇନରେ ତାଜା ପନିପରିବା
ତରକାରୀ ଏକ୍ସପ୍ରେସରେ ପରିବା ଡେଲିଭରି ହେବ। (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 26, 2021, 12:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାଟନା: ବିହାରର ପାଟନାବାସୀଙ୍କ ପାଇଁ ଖୁସି ଖବର । ପରିବା କିଣିବା ପାଇଁ ଆଉ ବଜାର କିମ୍ବା ମଣ୍ଡିକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ରାଜଧାନୀବାସୀ ପାଇପାରିବେ ତାଜା ଓ ସତେଜ ପନିପରିବା । ମାତ୍ର କିଛି ଘଣ୍ଟାରେ ସିଧାସଳଖ କ୍ଷେତରୁ ଘରେ ଆସି ପହଞ୍ଚିବ ପରିବା । ଯାହାର ଦର ମଧ୍ୟ ବଜାର ମୂଲ୍ୟଠାରୁ କମ ରହିବ । ଏନେଇ ଏକ ଯୋଜନାକୁ ଉନ୍ମୋଚନ କରାଯାଇଛି । ଯାହାର ନାଁ ହେଉଛି ‘ତରକାରୀ ଏକ୍ସପ୍ରେସ’ ଯୋଜନା । ବିହାରର ସରକାରରେ ମନ୍ତ୍ରୀ ସୁବାଷ ସିଂ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଯୋଜନା ଅନୁଯାୟୀ, ଇ-ରିକ୍ସା ମାଧ୍ୟମରେ ସହରସାରା କମ ଦରରେ ପନିପରିବାର ଡେଲିଭରୀ କରାଯିବ । ଅନଲାଇନ ଓ୍ୱେବସାଇଟ http://www.tarkarimart.in/ ମାଧ୍ୟମରେ ଲୋକମାନେ ପନିପରିବାର ଅର୍ଡର କରିପାରିବେ । ଅର୍ଡରର ୨୪ ଘଣ୍ଟା ମଧ୍ୟରେ ପରିବା ଆସି ଘରେ ପହଞ୍ଚିଯିବ । କରୋନାର ଲକଡାଉନ ଓ ସଟଡାଉନକୁ ଦୃଷ୍ଟିରେ ରଖି ଏପରି ଯୋଜନାର ଶୁଭାରମ୍ଭର କରାଯାଇଛି।

ରାଜ୍ୟ ସମବାୟ ବିଭାଗର ସଚିବ ବୃନ୍ଦାବନ ପ୍ରେମୀ କହିଛନ୍ତି ଯେ, ପାଟନା ଓ ମୋତିହାରୀ ପାଇଁ ଆମେ ଏକ ଇ- କମର୍ସ ସାଇଟର ଉନ୍ମୋଚନ କରିଛୁ । ଏହା ସହ ସେ କହିଛନ୍ତି ଯେ, ଲୋକମାନେ କିପରି ଘରେ ରହି ସତେଜ ପନିପରିବା ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଆମେ ଏହି ଯୋଜନାରକୁ ଆରମ୍ଭ କରିଛୁ ।

ବିହାରର ପରିବା ପ୍ରସଂସ୍କରଣ ଓ ବିପଣନ ସହକାରୀ ଫେଡେରେସନ ଲିମିଟେଡ, କୃଷକମାନଙ୍କୁ ଅଧିକ ମୂଲ୍ୟ ଓ ବିହାରବାସୀଙ୍କୁ ବଜାର ଦରଠାରୁ ଶସ୍ତା ମୂଲ୍ୟରେ ପନିପରିବା ଯୋଗାଇବାର ଏହି ଅଭିନବ ପ୍ରୟାସ ଆରମ୍ଭ କରିଛି । ଯାହାର ଆରମ୍ଭ ପାଟନା ସହରରୁ କରାଯାଇଛି । ଏନେଇ ପାଟନା ବଜାରରେ ୧୦ଟି ସ୍ଥାୟୀ ଆଉଟଲେଟର ସ୍ଥାପନା କରାଯାଇଛି । ମୋବାଇଲ ଆଉଟଲେଟ ପାଇଁ ୧୦ଟି ରିକ୍ସାକୁ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୁବାଷ ସିଂ । ଏହି ରିକ୍ସାଗୁଡ଼ିକ ସହରର ସବୁ ସ୍ଥାନରେ ବୁଲି ବୁଲି ଲୋକମାନଙ୍କୁ କମ ମୂଲ୍ୟରେ ପରିବା ଯୋଗାଇବ । ଏହି ଯୋଜନାରେ ରାଜ୍ୟର ୧୮ଟି ଜିଲ୍ଲାର କୃଷକଙ୍କଠାରୁ ପରିବା କିଣାଯାଇ ସହରରେ ସମସ୍ତଙ୍କ ଘର ଘର ବୁଲି ବିକ୍ରି କରାଯିବ ବୋଲି ସୂଚନା ମିଳିଛି । ଯାହା ଦ୍ୱାରା ରାଜ୍ୟର ୧୮ ଜିଲ୍ଲାର କୃଷକ ଉପକୃତ ହେବେ ।
Published by: Soumya Das
First published: August 26, 2021, 12:59 PM IST