ତାନାଜୀ (ଦ ଅନସଙ୍ଗ ୱାରିଅର୍‌): ଅଜୟ ଦେବଗନ ଓ ସୈଫଙ୍କ ମଧ୍ୟରେ ଦମ୍‌ଦାର ଟକ୍କର, ମସ୍ତ୍‌ ଆକ୍ସନ ଜିତିବ ହୃଦୟ

ଅଜୟ ଦେବଗନ, କାଜୋଲ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ତାନାଜୀ (ଦ ଆନସଙ୍ଗ ୱାରିଅର୍‌) ରିଲିଜ ହୋଇଥିବା ବେଳେ ଏଥିରେ ଅଜୟ ଏବଂ ସୈଫଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ ସିନ ଦେଖିବାକୁ ମିଳିଛି ।

ତାନାଜୀ (ଦ ଅନସଙ୍ଗ ୱାରିଅର୍‌): ଅଜୟ ଦେବଗନ ଓ ସୈଫଙ୍କ ମଧ୍ୟରେ ଦମ୍‌ଦାର ଟକ୍କର, ମସ୍ତ୍‌ ଆକ୍ସନ ଜିତିବ ହୃଦୟ
‘ତାନାଜୀ’ ଫିଲ୍ମର ପୋଷ୍ଟର୍‌
  • News18 Odia
  • Last Updated: January 10, 2020, 1:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜଙ୍କ କାହାଣୀ ସମସ୍ତେ ଛୋଟ ବେଳୁ ଶୁଣିଥିବା ବେଳେ ତାଙ୍କ ସହିତ ସ୍ବରାଜ୍ୟ ପାଇଁ ଆନ୍ଦୋଳନରେ ସାମିଲ ଥିବା ବନ୍ଧୁମାନଙ୍କ ବିଷୟରେ ଅନେକେ ହୁଏତ ଜାଣି ନ ଥିବେ । ଶିବାଜୀ ମହାରାଜଙ୍କ ଜଣେ ବନ୍ଧୁ ଥିଲେ ତାନାଜୀ ମାଲୁସରେ । ତାଙ୍କୁ ଶିବାଜୀଙ୍କ  ଡାହାଣ ହାତ କୁହାଯାଉଥିବା ବେଳେ ସେମାନେ ସାଙ୍ଗରେ ମିଶି ବଡ଼ ବଡ଼ ଯୁଦ୍ଧ ଲଢିଥିଲେ । ଫିଲ୍ମଟି ତାନାଜୀଙ୍କ ଜୀବନ ଉପରେ ପର୍ଯ୍ୟବଶିତ ହୋଇଥିବା ବେଳେ ଏଥିରେ ତାଙ୍କର ବୀରତ୍ବର ଗାଥା ବର୍ଣ୍ଣନା କରାଯାଇଛି ।

୪ ଫେବୃଆରୀ ୧୯୬୦ରେ ସିହ୍ନାଗଡ଼ର ଯାହାକୁ ସେତେବେଳେ କୋଣଢାନା ନାମରେ ଜଣାଯାଉଥିଲା । ଏହା ଯୁଦ୍ଧ ଉପରେ ପର୍ଯ୍ୟବେଶିତ ଏଥିରେ ଅଜୟ ଦେବଗନ(ତାନାଜୀ) ଏବଂ ମରାଠୀ ଯୋଦ୍ଧାମାନେ ଛତ୍ରପତି ଶିବାଜୀ ମହାରାଜ(ଶରଦ କେଲକର)ଙ୍କ ଲାଗି ଆଉରଙ୍ଗଜେବ(ଲ୍ୟୁକ କେନୀ) ଏବଂ ତାଙ୍କର ବିଶ୍ବସ୍ତ ଲୋକ ଉଦୟଭାନ ରାଠୋଡଙ୍କ ବିରୋଧରେ ଯୁଦ୍ଧ ଲଢ଼ିଥିଲେ । ଆଉରଙ୍ଗଜେବ ସମ୍ପୁର୍ଣ୍ଣ ଭାରତ ଉପରେ କବଜା କରିବାକୁ ଚାହୁଁଥିବାବେଳେ ଶିବାଜୀଙ୍କ ନିର୍ଭିକ ଶିପାହୀ ତାନାଜୀ ତାଙ୍କୁ ରୋକିବାକୁ ପ୍ରାଣ ପଣେ ଚେଷ୍ଟା କରିଥିଲେ । ଫିଲ୍ମଟି ଉଦୟଭାନ ଏବଂ ତାନାଜୀଙ୍କ ଯୁଦ୍ଧ ଉପରେ ପର୍ଯ୍ୟବେଶିତ ।

‘ତାନାଜୀ’ରେ ଅଭିନୟ କରିଥିବା ଅଜୟ ଦେବଗନ ଭଲ କାମ କରିଛନ୍ତି । ଜଣେ ଚତୁର ଏବଂ ନିଷ୍ଠାବାନ ଯୋଦ୍ଧା ଯିଏ ନିଜ ଦେଶ ଏବଂ ଶିବାଜୀ ମହାରାଜଙ୍କ ଲାଗି କିଛି ବି କରିପାରନ୍ତି । ଏହାକୁ ଅଜୟ ସୁନ୍ଦରଭାବେ ନିଭାଇଛନ୍ତି । ଏହାକୁ ଦେଖି ତାଙ୍କ ପୁରୁଣା ଫିଲ୍ମ ବାଜିରାଓ ସିଙ୍ଘମ କଥା ମନେ ପଡ଼ିଯିବ । ଫିଲ୍ମରେ କାଜୋଲ ସାବିତ୍ରି ବାଇ ଚରିତ୍ରରେ ଦେଖାଦେଇଛନ୍ତି । କାଜୋଲ ଏବଂ ଅଜୟ ଦେବଗନଙ୍କ ଯୋଡ଼ି ଯେଉଁ ସବୁ ସିନରେ ଦର୍ଶକଙ୍କ ମନ ଜିଣିନେବେ । ସେହିପରି ସୈଫ ନିଜର ଦମଦାର ଅଭିନୟ ଦ୍ବାରା ଅଜୟଙ୍କୁ ଟକ୍କର ଦେଉଛନ୍ତି । ଉଦୟଭାନ ରାଠୋଡ ନାମକ ଦୁର୍ଦ୍ଦାନ୍ତ ଚରିତ୍ରରେ ସୈଫ ଏମିତି ଅଭିନୟ କରିଛନ୍ତି କି ଯାହାକୁ ଦର୍ଶକ କିଛି ଦିନ ପର୍ଯ୍ୟନ୍ତ ମନେ ରଖିବେ । ଶରଦ କେଲକର ଶିବାଜୀ ଭୂମିକା ଏବଂ ଲ୍ୟୁକ କେନି ଆଉରଙ୍ଗଜେବ ଭୂମିକାକୁ ଖୁବ୍ ସୁନ୍ଦର ଭାବେ ପରଦାରା ଦେଖାଇ ପାରିଛନ୍ତି ।

ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ ଭଲ କାମ କରିଥିବାବେଳେ ଏଥିରେ ଭଲ ଏଡିଟିଂ କରାଯାଇଛି । ଫିଲ୍ମର ପ୍ରଥମ ଭାଗରେ ଏହା ଏକ ସ୍ଲୋ ଫିଲ୍ମ ଭଳି ଲାଗିବ । ଫିଲ୍ମରେ ପଶୁମାନଙ୍କର ଅଧିକ ବ୍ୟବହାର କରାଯାଇ ନଥିବାରୁ ଭିଏଫଏକ୍ସର  ଅଧିକ ପ୍ରୟୋଗ କରାଯାଇଛି । ଚରିତ୍ର ଗୁଡ଼ିକ ଘୋଡ଼ା ଉପରେ ଚଢ଼ି ଯୁଦ୍ଧ କରୁଥିବାର ଦୃଶ୍ୟକୁ ମଧ୍ୟ ଭିଏଫଏକ୍ସରେ ଦେଖାଯାଇଛି ଯାହା ଟିକେ ଅଡ଼ୁଆ ଲାଗୁଛି । ଫିଲ୍ମର ଏଡିଟିଂ ବହୁତ ଭଲ ରହିଛି । ଫିଲ୍ମର ଭିଜୁଆଲ୍ସ ସମସ୍ତଙ୍କୁ ଭଲ ଲାଗିବ । ଏହାର ସଙ୍ଗୀତ ଏବଂ ବ୍ୟାଗଗ୍ରାଉଣ୍ଡ ମ୍ୟୁଜିକ ବହୁତ ଭଲ ରହିଥିବାରୁ ଏହା ଫିଲ୍ମ ପାଇଁ ପ୍ଲସ ପଏଣ୍ଟ ହୋଇଛି ।
First published: January 10, 2020, 1:56 PM IST