‘ତାଣ୍ଡବ’ ଉପରେ ଚାଲିଥିବା ହଙ୍ଗାମା ମଧ୍ୟରେ କ୍ଷମା ମାଗିଲେ ୱେବ୍ ସିରିଜର ନିର୍ଦ୍ଦେଶକ

ବିଭିନ୍ନ ହିନ୍ଦୁ ଧାର୍ମିକ ସଙ୍ଗଠନ ଅଭିଯୋଗ କରିଛନ୍ତି ଯେ ୱେବ୍ ସିରିଜ୍ ‘ତାଣ୍ଡବ’ରେ ଭଗବାନ ଶିବ ଓ ନାରଦ ମୁନିଙ୍କ ମଧ୍ୟରେ କଥୋପକଥନକୁ ଯେମିତି ଦେଖାଯାଇଛି ତାହା ହିନ୍ଦୁ ଦେବତାମାନଙ୍କ ପ୍ରତି ଏକ ପ୍ରତ୍ୟକ୍ଷ ଅପମାନ ।

‘ତାଣ୍ଡବ’ ଉପରେ ଚାଲିଥିବା ହଙ୍ଗାମା ମଧ୍ୟରେ କ୍ଷମା ମାଗିଲେ ୱେବ୍ ସିରିଜର ନିର୍ଦ୍ଦେଶକ
ୱେବ୍ ସିରିଜ୍ ‘ତାଣ୍ଡବ’ର ଏକ ପୋଷ୍ଟର୍
  • News18 Odia
  • Last Updated: January 18, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନିର୍ଦ୍ଦେଶକ ଅଲି ଅବ୍ବାସ ଜଫରଙ୍କ (Ali Abbas Zafar) ଡେବ୍ୟୁ ୱେବ୍ ସିରିଜ୍ 'ତାଣ୍ଡବ' (Tandav) ରିଲିଜ୍ ହେବା ସମୟରୁ ଅନେକ ହଙ୍ଗାମା ସୃଷ୍ଟି କରିଛି । ସୈଫ ଅଲି ଖାନ (Saif Ali Khan), ଡିମ୍ପଲ କାପାଡିଆ (Dimple Kapadia) ଓ ସୁନୀଲ ଗ୍ରୋଭର (Sunil Grover) ମୁଖ୍ୟ ଭୂମିକାରେ ଥିବା ଏହି ୱେବ୍ ସିରିଜ୍ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଛି । ଲୋକଙ୍କ ଭାବନାକୁ ଆହତ କରିଥିବା ଅଭିଯୋଗରେ ଏହି ସିରିଜର ନିର୍ଦ୍ଦେଶକ କ୍ଷମା ମାଗିଛନ୍ତି ।

ଅଲି ଅବ୍ବାସ ଜଫର ଟ୍ୱିଟରରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ୱେବ୍ ସିରିଜର କାହାଣୀ ସମ୍ପୂର୍ଣ୍ଣ 'କଳ୍ପନା' ଉପରେ ଆଧାରିତ ଓ କୌଣସି ଘଟଣା ସହିତ ଏହାର ସମାନତା କେବଳ ଏକ ସଂଯୋଗ ମାତ୍ର । ଅଲି ଅବ୍ବାସ ଜଫର ସମଗ୍ର କାଷ୍ଟ ଓ କୃଙ୍କ ତରଫରୁ ଏକ ବିବୃତ୍ତି ଜାରି କରି ଲେଖିଛନ୍ତି, ‘‘ୱେବ୍ ସିରିଜ୍ ‘ତାଣ୍ଡବ’ ଉପରେ ଜନସାଧାରଣଙ୍କ ପ୍ରତିକ୍ରିୟାକୁ ଆମେ ଦେଖୁଛୁ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ଏକ ବୈଠକରେ ଯୋଗ ଦେଇ ଆମେ ଏହି ୱେବ୍‌ ସିରିଜ ସହିତ ଜଡ଼ିତ କିଛି ତଥ୍ୟ ସହିତ ଓ ଏହାର ବିଷୟବସ୍ତୁ ଉପରେ ଅନେକ ଆପତ୍ତି ବିଷୟରେ ଜାଣିବାକୁ ପାଇଛୁ । ଆମେ ଜାଣିବାକୁ ପାଇଲୁ ଯେ ୱେବ୍ ସିରିଜର କିଛି ଅଂଶ ଲୋକଙ୍କ ଭାବନାକୁ ଉତ୍ତେଜିତ କରିଛି ।’’

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘‘ୱେବ୍ ସିରିଜ୍ ‘ତାଣ୍ଡବ’ ସଂପୂର୍ଣ୍ଣ କଳ୍ପିତ କାହାଣୀ ଓ କୌଣସି ବ୍ୟକ୍ତି ବା ଘଟଣା ସହିତ ଏହାର ସମାନତା ଏକ ସଂଯୋଗ ମାତ୍ର । ଏହି ୱେବ୍ ସିରିଜର କାଷ୍ଟ ବା କୃର ଉଦ୍ଦେଶ୍ୟ ନୁହେଁ କୌଣସି ଜୀବନ୍ତ ବା ମୃତ ବ୍ୟକ୍ତି, ଜାତି, ସମାଜ, ଧର୍ମ ବା ଧାର୍ମିକ ଦୃଷ୍ଟିକୋଣ, କୌଣସି ଅନୁଷ୍ଠାନ, କୌଣସି ରାଜନୈତିକ ଦଳ ବା ରାଜନନୈତିକ ବ୍ୟକ୍ତିଙ୍କ ଭାବନାକୁ ଅପମାନିତ କରିବା ।’’

ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

‘‘ୱେବ ସିରିଜ୍‌ ‘ତାଣ୍ଡବ’ର ପୂରା କାଷ୍ଟ ଓ କୃ ଜନତାଙ୍କ ଭାବନାକୁ ଧ୍ୟାନରେ ରଖି ନିଜ ଅଜ୍ଞାତରେ ସେମାନଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମାଗୁଛନ୍ତି,’’ ଲେଖିଛନ୍ତି ନିର୍ଦ୍ଦେଶକ ଅଲି ଅବ୍ବାସ ଜଫର ।



ଏହି ୱେବ୍ ସିରିଜ୍ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଛି । ୱେବ୍ ସିରିଜ୍ ‘ତାଣ୍ଡବ’ର ମୁକ୍ତିଲାଭ କରିବା ସମୟରୁ ବିବାଦ ଘେରକୁ ଆସିଛି କାରଣ ଏଥିରେ ଦର୍ଶାଯାଇଥିବା କିଛି ଅଂଶ ହିନ୍ଦୁ ଦେବତାଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି । ବିଭିନ୍ନ ହିନ୍ଦୁ ଧାର୍ମିକ ସଙ୍ଗଠନ ଅଭିଯୋଗ କରିଛନ୍ତି ଯେ ୱେବ୍ ସିରିଜ୍‌ ‘ତାଣ୍ଡବ’ରେ ଭଗବାନ ଶିବ ଓ ନାରଦ ମୁନିଙ୍କ ମଧ୍ୟରେ କଥୋପକଥନକୁ ଯେମିତି ଦେଖାଯାଇଛି ତାହା ହିନ୍ଦୁ ଦେବତାମାନଙ୍କ ପ୍ରତି ଏକ ପ୍ରତ୍ୟକ୍ଷ ଅପମାନ ।



ଏହି ୱେବ ସିରିଜରେ କାର୍ଯ୍ୟ କରିଥିବା ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାମାନେ ‘‘ହିନ୍ଦୁ ଦେବାଦେବୀଙ୍କୁ ଅପମାନ’’ ପାଇଁ ଦାୟୀ ବୋଲି ବିଭିନ୍ନ ହିନ୍ଦୁ ଧାର୍ମିକ ସଙ୍ଗଠନ କହିଥିଲେ । ‘ତାଣ୍ଡବ’ର ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେମାନେ ଦାବି କରିଥିଲେ ।
Published by: Anand Shankar Thankur Das
First published: January 18, 2021, 11:52 PM IST