ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ; ଅନଲାଇନରେ ହେବାକୁ ଯାଉଛି ବାହାଘର

ତାମିଲନାଡୁ ଝିଅ ଅନଲାଇନରେ ଆମେରିକୀୟ ପୁଅକୁ କରିବେ ବିବାହ, କୋର୍ଟ ଦେଲେ ଅନୁମତି । ତାମିଲନାଡୁର ବାସିନ୍ଦା ଆମେରିକାର ନାଗରିକ ରାହୁଲ ମଧୁଙ୍କ ସହ ଅନଲାଇନ୍ ବିବାହ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଅନୁମୋଦନ ମିଳିଛି ।

ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ; ଅନଲାଇନରେ ହେବାକୁ ଯାଉଛି ବାହାଘର

ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ; ଅନଲାଇନରେ ହେବାକୁ ଯାଉଛି ବାହାଘର

  • Share this:
News 18 Odia Digital

Online marriage;  ଆଜିର ଦୁନିଆରେ ଅନଲାଇନ୍ ବିନା ଚଳିବା କଷ୍ଟକର ହୋଇପଡିଛି । ଆମେ ଦେଖିଥାଉ ଯେ ଅନଲାଇନ ରେ ଏବେ ପାଠ ପଢା ସହ ଅନେକ ଗୁରୁତ୍ୱପୂ୍ଣ୍ଣ ବୈଠକ ମଧ୍ୟ ହେଉଛି । ଏମିତିକି ଆମେ ଅନଲାଇନରେ ନିର୍ବନ୍ଧ କଥା ମଧ୍ୟ ଅନେକ ଥର ଶୁଣିଛେ, କିନ୍ତୁ ଅନଲାଇନରେ ବିବାହ କଥା କେବେ ଶୁଣିଛନ୍ତି କି ? ବର୍ତ୍ତମାନ ଏଭଳି ଘଟଣା ମଧ୍ୟ ଘଟିବାକୁ ଯାଉଛି ।

ଭାରତୀୟ ଝିଅ ଅନଲାଇନରେ ଆମେରିକାର ପୁଅକୁ ବିବାହ କରିବାକୁ ଅନୁମୋଦନ ମିଳିଛି । ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ତାମିଲନାଡୁର କନ୍ୟାୁକୁମାରୀ ନିବାସୀ ୱାସମି ସୁଦର୍ଶନୀଙ୍କ ଅନଲାଇନ୍ ବିବାହକୁ ଅନୁମତି ଦେଇଛନ୍ତି । ଏହି ନିଷ୍ପତ୍ତିରେ ଉଭୟେ ବହୁତ ଖୁସି ଅଛନ୍ତି । ଏହି ବିବାହ ଭର୍ଚୁଆଲି ହେବାର କାରଣ ଏହା ଯେ, ରାହୁଲ ଏଲ୍ ମଧୁ ଭାରତ ଆସିପାରିନଥିଲେ ।

ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ଏହି ବିବାହ କରିବାକୁ ଜଷ୍ଟିସ ଜି.ଆର ସ୍ୱାମୀନାଥନ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ରାହୁଲଙ୍କ ତରଫରୁ ଆବେଦନକାରୀ ୱାସମିଙ୍କ ନିକଟରେ ଏକ ପାୱାର୍ ଅଫ୍ ପାଟର୍ଣ୍ଣି ଅଛି । ଯାହା ଅନୁଯାୟୀ ୱାସମି ନିଜର ଏବଂ ରାହୁଲଙ୍କ ନାମରେ ବିବାହ ପ୍ରମାଣପତ୍ରରେ ଦସ୍ତଖତ କରିବାକୁ ସମର୍ଥ ହେବେ ।

ଅନଲାଇନ୍ ବିବାହ ସମ୍ପର୍କରେ ୱାସମି କିଛି ଦିନ ପୂର୍ବରୁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ୱାସମି କୋର୍ଟଙ୍କୁ କହିଛନ୍ତି ଯେ ସେ ଭାରତୀୟ ବଂଶୋଦ୍ଭବ ରାହୁଲଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏବଂ ସେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ତାଙ୍କ ପାଖରେ ଆମେରିକାର ନାଗରିକତା ଅଛି ।

ୱାସାନି କୋର୍ଟରେ କହିଛନ୍ତି, "ଆମେ ବିବାହ ରେଜିଷ୍ଟ୍ରାରଙ୍କ ନିକଟରେ ହାଜର ହୋଇଥିଲୁ କିନ୍ତୁ ୩୦ ଦିନର ସର୍ତ୍ତ କାରଣରୁ ଆମକୁ ଅପେକ୍ଷା କରିବାକୁ ପଡିଲା । ଗୋଟିଏ ମାସ ପରେ ମଧ୍ୟ ଆମ ବିବାହ ଆବେଦନ ଉପରେ କିଛି କରାଯାଇନଥିଲା । ରାହୁଲଙ୍କ ନିକଟରେ ଛୁଟି ନଥିଲା ତେଣୁ ସେ ଆମେରିକା ଫେରିଗଲେ । ଆମେରିକା ଯିବା ପୂର୍ବରୁ ରାହୁଲ ଏକ ଆଫିଡେଭିଟ୍ ଦେଇଛନ୍ତି ଯେ ସେ ବିବାହ ପଞ୍ଜିକରଣ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ଅଧିକାର ପ୍ରଦାନ କରିବେ, ସେଥିପାଇଁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିବାହ କରିବାକୁ ଅନୁମତି ମାଗିଥିଲେ ।
Published by:Soubhagya Mishra
First published: