News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ରାଜନୀତିରେ ଆଶ୍ଚର୍ଯ୍ୟଜନକ ତଥ୍ୟର ଅଭାବ ନାହିଁ । ତାମିଲ ନାଡୁରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଫଳାଫଳରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି, ଯାହା ଯେତିକି ହାସ୍ୟ ସୃଷ୍ଟି କରୁଛି ସେତିକି ଚିନ୍ତାର କାରଣ ବି ହୋଇଛି । କୋଏମ୍ବାଟୁରରେ ଜଣେ ବିଜେପି ପ୍ରାର୍ଥୀ ଅକ୍ଟୋବର ୯ ତାରିଖରେ ଜିଲ୍ଲାରେ ଅନୁଷ୍ଠିତ ନିର୍ବାଚନରେ ମାତ୍ର ଗୋଟିଏ ଭୋଟ୍ ପାଇ ଚର୍ଚ୍ଚାକୁ ଆସିଛନ୍ତି।
କୋଏମ୍ବାଟୁରର ବିଜେପି ଯୁବ ଶାଖାର ନେତା ଡି. କାର୍ତ୍ତିକ (D. Karthik) କୁରୁଦମ୍ପାଲାୟମ ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନରେ ୱାର୍ଡ଼ କାଉନସିଲର୍ ପଦ ପାଇଁ ଲଢ଼ିଥିଲେ। ହେଲେ ସେ ମାତ୍ର ଗୋଟିଏ ଭୋଟ୍ ପାଇବାରେ ସଫଳ ହୋଇଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ତାଙ୍କ ପରିବାରରେ ମୋଟ ପାଞ୍ଚ ଜଣ ସଦସ୍ୟ ଥିବାରୁ କାର୍ତ୍ତିକ ଅତି କମରେ ପାଞ୍ଚଟି ଭୋଟ୍ ପାଇବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ଗୋଟିଏ ଭୋଟ୍ ହିଁ ପାଇଥିବାରୁ ଏହା ତାଙ୍କ ପାଇଁ ଖୁବ୍ ଲଜ୍ଜାଜନକ ବିଷୟ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ତାଙ୍କ ପରିବାରର ଲୋକମାନଙ୍କ ମଧ୍ୟରୁ ଚାରି ଜଣ ତାଙ୍କୁ ଭୋଟ୍ ଦେଇନାହାଁନ୍ତି ।
ଏହା ବି ପଢ଼ନ୍ତୁ | ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ‘ଦ ନ୍ୟୁଜ୍ ମିନିଟ୍’ ଅନୁସାରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କାର୍ତ୍ତିକ କହିଛନ୍ତି ଯେ ତାଙ୍କ ପରିବାରର ଭୋଟରମାନେ ୱାର୍ଡ଼ ନମ୍ବର ୪ରେ ଥିବାରୁ ଓ ସେ ୱାର୍ଡ଼ ନମ୍ବର ୯ରେ ଲଢୁଥିବାରୁ ସେମାନେ ତାଙ୍କୁ ଭୋଟ୍ ଦେଇ ପାରି ନ ଥିଲେ । ଯଦିଓ ସ୍ଥାନୀୟ ନିର୍ବାଚନରେ ପ୍ରାର୍ଥୀମାନେ କୌଣସି ରାଜନୈତିକ ଦଳର ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, ଦଳଗୁଡିକ ସେମାନଙ୍କୁ ଆଧିକାରିକ ଭାବେ ସମର୍ଥନ କରନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲାନିର୍ବାଚନର ଫଳ ଘୋଷଣା ହେଉଥିବା ବେଳେ କାର୍ତ୍ତିକଙ୍କ ବିଷୟରେ ଖୁବ୍ ଥଟ୍ଟା କରି ସୋସିଆଲ ମିଡି଼ଆରେ ଅନେକ ପୋଷ୍ଟ ଆସିବାରେ ଲାଗିଛି । ଟ୍ୱିଟରରେ #SingleVoteBJP ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ନିର୍ବାଚନ ଫଳାଫଳର ସ୍କ୍ରିନସଟ୍ ଓ କ୍ୟାପସନରେ କବି ତଥା ସାମାଜିକ କାର୍ଯ୍ୟକର୍ତ୍ତା ମୀନା କାନ୍ଦାସାମୀ ଟ୍ୱିଟରରେ କହିଛନ୍ତି, “ସ୍ଥାନୀୟ ନିର୍ବାଚନରେ ବିଜେପିର ପ୍ରାର୍ଥୀ ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି । ତାଙ୍କ ଘରର ଅନ୍ୟ ଚାରି ଜଣ ଭୋଟରଙ୍କ ପାଇଁ ମୁଁ ଗର୍ବିତ କାରଣ ସେମାନେ ଅନ୍ୟମାନଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।”
ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; ୧ କୋଟି ଟଙ୍କା ଜବତ, ୩ ଗିରଫଡି.ଏମ.କେ.ର ଆଇ.ଟି. ଶାଖାର ରାଜ୍ୟ ଉପ-ସଚିବ ଏକ ଟ୍ୱିଟ୍ କରି କହିଛନ୍ତି, ‘‘କୋଏମ୍ବାଟୁରର ବିଜେପି ପ୍ରାର୍ଥୀ ସ୍ଥାନୀୟ ନିର୍ବାଚନରେ ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି । ତାଙ୍କ ପରିବାରରେ ପାଞ୍ଚଟି ଭୋଟ୍ ରହିଛି ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସମାନ୍ଥା ପିଲା ଚାହୁଁ ନ ଥିଲେ, ଗର୍ଭପାତ କରିଥିଲେ? ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ରର କାରଣ କ’ଣ ଥିଲା?“#ତାମିଲନାଡୁ ଲୋକମାନେ ଅତି ନିଷ୍ଠୁର । ସେମାନେ ୧୦ଟି ଭୋଟ୍ ଦେବା ଉଚିତ, ଅନ୍ତତଃ ପକ୍ଷେ ପୋଷ୍ଟରରେ ଥିବା ୧୦ ଜଣ ନେତାଙ୍କ ପାଇଁ । କୋଏମ୍ବାଟୁର ଜିଲ୍ଲାର ବିଜେପି ଯୁବ ଶାଖାର ଡେପୁଟି ସେକ୍ରେଟେରୀ ଡି. କାର୍ତ୍ତିକ ସ୍ଥାନୀୟ ନିର୍ବାଚନରେ ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି,’’ ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଶିବ ପ୍ରସାଦ ଟିଆର ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତା-MP ଅନୁଭବ ମହାନ୍ତି ନିଜ ନୂଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଶେୟାର୍ କଲେଅକ୍ଟୋବର ୯ ତାରିଖରେ କୋଏମ୍ବାଟୁରରେ ସ୍ଥାନୀୟ ସଂସ୍ଥା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପଞ୍ଚାୟତ ୱାର୍ଡ ସଦସ୍ୟ, ଗ୍ରାମ ପଞ୍ଚାୟତ ୱାର୍ଡ ସଦସ୍ୟ ଓ ଗ୍ରାମ ପୌରପାଳିକା ଅଧ୍ୟକ୍ଷଙ୍କ ସମେତ ୧୩ଟି ପଦବୀ ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋ’ଟ ୫୫,୨୮୦ ଜଣ ଲୋକ ଭୋଟ୍ ଦେଇଥିଲେ ।
ଏହା ବି ପଢ଼ନ୍ତୁ | ବିରୋଧୀ ଦଳମାନେ PM CARESକୁ ଟାର୍ଗେଟ୍ କରୁଛନ୍ତି, କହୁନାହାନ୍ତି ସେଥିରେ ଅମ୍ଳଜାନ କାରଖାନା ତିଆରି ହୋଇଛିକୁରୁଦମ୍ପାଲାୟମ ପଞ୍ଚାୟତରେ ଡି.ଏମ.କେ. ପ୍ରାର୍ଥୀ ଅରୁଲ ରାଜ ୩୮୭ଟି ଭୋଟ୍ ପାଇ ଜିତିଛନ୍ତି । AIADMKର ବୈତୀୟଲିଙ୍ଗମ୍ ୧୯୬ଟି ଭୋଟ୍ ପାଇଥିଲେ । ସେଠାରେ ମୋ’ଟ ୯୧୦ଟି ଭୋଟ୍ ଦିଆଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।