ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଏହି BJP ନେତାଙ୍କ ଘରେ ୫ ଜଣ ଅଛନ୍ତି, ହେଲେ ସେ ନିର୍ବାଚନ ଲଢ଼ି ମାତ୍ର ଗୋଟିଏ ଭୋଟ୍ ପାଇଲେ!

ଏହି BJP ନେତାଙ୍କ ଘରେ ୫ ଜଣ ଅଛନ୍ତି, ହେଲେ ସେ ନିର୍ବାଚନ ଲଢ଼ି ମାତ୍ର ଗୋଟିଏ ଭୋଟ୍ ପାଇଲେ!

Tamil Nadu BJP leader gets only 1 vote in elections though his family has 5 people | ତାମିଲ ନାଡୁରେ ପଞ୍ଚାୟତ ନିର୍ବାଚନର ଫଳ ଘୋଷଣା ହେଉଥିବା ବେଳେ ଡି. କାର୍ତ୍ତିକଙ୍କ ଫଳ ବିଷୟରେ ଖୁବ୍ ଥଟ୍ଟା ମଜା କରି ସୋସିଆଲ ମିଡି଼ଆରେ ଅନେକ ପୋଷ୍ଟ ଆସିବାରେ ଲାଗିଛି ।

ଏହି BJP ନେତାଙ୍କ ଘରେ ୫ ଜଣ ଅଛନ୍ତି, ହେଲେ ସେ ନିର୍ବାଚନ ଲଢ଼ି ମାତ୍ର ଗୋଟିଏ ଭୋଟ୍ ପାଇଲେ!
ତାମିଲ ନାଡୁ ନେତା ଡି. କାର୍ତ୍ତିକ
  • News18 Odia
  • Last Updated: October 12, 2021, 10:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ରାଜନୀତିରେ ଆଶ୍ଚର୍ଯ୍ୟଜନକ ତଥ୍ୟର ଅଭାବ ନାହିଁ । ତାମିଲ ନାଡୁରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଫଳାଫଳରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି, ଯାହା ଯେତିକି ହାସ୍ୟ ସୃଷ୍ଟି କରୁଛି ସେତିକି ଚିନ୍ତାର କାରଣ ବି ହୋଇଛି । କୋଏମ୍ବାଟୁରରେ ଜଣେ ବିଜେପି ପ୍ରାର୍ଥୀ ଅକ୍ଟୋବର ୯ ତାରିଖରେ ଜିଲ୍ଲାରେ ଅନୁଷ୍ଠିତ ନିର୍ବାଚନରେ ​​ମାତ୍ର ଗୋଟିଏ ଭୋଟ୍ ପାଇ ଚର୍ଚ୍ଚାକୁ ଆସିଛନ୍ତି।

କୋଏମ୍ବାଟୁରର ବିଜେପି ଯୁବ ଶାଖାର ନେତା ଡି. କାର୍ତ୍ତିକ (D. Karthik) କୁରୁଦମ୍ପାଲାୟମ ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନରେ ​​ୱାର୍ଡ଼ କାଉନସିଲର୍‌ ପଦ ପାଇଁ ଲଢ଼ିଥିଲେ। ହେଲେ ସେ ମାତ୍ର ଗୋଟିଏ ଭୋଟ୍ ପାଇବାରେ ସଫଳ ହୋଇଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ତାଙ୍କ ପରିବାରରେ ମୋଟ ପାଞ୍ଚ ଜଣ ସଦସ୍ୟ ଥିବାରୁ କାର୍ତ୍ତିକ ଅତି କମରେ ପାଞ୍ଚଟି ଭୋଟ୍‌ ପାଇବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ଗୋଟିଏ ଭୋଟ୍‌ ହିଁ ପାଇଥିବାରୁ ଏହା ତାଙ୍କ ପାଇଁ ଖୁବ୍‌ ଲଜ୍ଜାଜନକ ବିଷୟ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ତାଙ୍କ ପରିବାରର ଲୋକମାନଙ୍କ ମଧ୍ୟରୁ ଚାରି ଜଣ ତାଙ୍କୁ ଭୋଟ୍ ଦେଇନାହାଁନ୍ତି ।

ଏହା ବି ପଢ଼ନ୍ତୁ | ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

‘ଦ ନ୍ୟୁଜ୍‌ ମିନିଟ୍‌’ ଅନୁସାରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କାର୍ତ୍ତିକ କହିଛନ୍ତି ଯେ ତାଙ୍କ ପରିବାରର ଭୋଟରମାନେ ୱାର୍ଡ଼ ନମ୍ବର ୪ରେ ଥିବାରୁ ଓ ସେ ୱାର୍ଡ଼ ନମ୍ବର ୯ରେ ଲଢୁଥିବାରୁ ସେମାନେ ତାଙ୍କୁ ଭୋଟ୍ ଦେଇ ପାରି ନ ଥିଲେ । ଯଦିଓ ସ୍ଥାନୀୟ ନିର୍ବାଚନରେ ପ୍ରାର୍ଥୀମାନେ କୌଣସି ରାଜନୈତିକ ଦଳର ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, ଦଳଗୁଡିକ ସେମାନଙ୍କୁ ଆଧିକାରିକ ଭାବେ ସମର୍ଥନ କରନ୍ତି ।



ଏହା ବି ପଢ଼ନ୍ତୁ | ଆସିଲା ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ: ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ ଘଟିଛି; ଶେଷ ଫଟୋ ବି ମିଳିଲା

ନିର୍ବାଚନର ଫଳ ଘୋଷଣା ହେଉଥିବା ବେଳେ କାର୍ତ୍ତିକଙ୍କ ବିଷୟରେ ଖୁବ୍‌ ଥଟ୍ଟା କରି ସୋସିଆଲ ମିଡି଼ଆରେ ଅନେକ ପୋଷ୍ଟ ଆସିବାରେ ଲାଗିଛି । ଟ୍ୱିଟରରେ #SingleVoteBJP ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ନିର୍ବାଚନ ଫଳାଫଳର ସ୍କ୍ରିନସଟ୍‌ ଓ କ୍ୟାପସନରେ କବି ତଥା ସାମାଜିକ କାର୍ଯ୍ୟକର୍ତ୍ତା ମୀନା କାନ୍ଦାସାମୀ ଟ୍ୱିଟରରେ କହିଛନ୍ତି, “ସ୍ଥାନୀୟ ନିର୍ବାଚନରେ ​​ବିଜେପିର ପ୍ରାର୍ଥୀ ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି । ତାଙ୍କ ଘରର ଅନ୍ୟ ଚାରି ଜଣ ଭୋଟରଙ୍କ ପାଇଁ ମୁଁ ଗର୍ବିତ କାରଣ ସେମାନେ ଅନ୍ୟମାନଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।”

ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍‌ ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; ୧ କୋଟି ଟଙ୍କା ଜବତ, ୩ ଗିରଫ

ଡି.ଏମ.କେ.ର ଆଇ.ଟି. ଶାଖାର ରାଜ୍ୟ ଉପ-ସଚିବ ଏକ ଟ୍ୱିଟ୍ କରି କହିଛନ୍ତି, ‘‘କୋଏମ୍ବାଟୁରର ବିଜେପି ପ୍ରାର୍ଥୀ ସ୍ଥାନୀୟ ନିର୍ବାଚନରେ ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି । ତାଙ୍କ ପରିବାରରେ ପାଞ୍ଚଟି ଭୋଟ୍ ରହିଛି ।’’



ଏହା ବି ପଢ଼ନ୍ତୁ | ‘‘ମୋପୁଅକୁ ତାସାଙ୍ଗମାନେ ହତ୍ୟା କରିଛନ୍ତି,’’ କହିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ; ମୃତ ଦେହରେ କ୍ଷତ ଚିହ୍ନ ନାହିଁ

“#ତାମିଲନାଡୁ ଲୋକମାନେ ଅତି ନିଷ୍ଠୁର । ସେମାନେ ୧୦ଟି ଭୋଟ୍ ଦେବା ଉଚିତ, ଅନ୍ତତଃ ପକ୍ଷେ ପୋଷ୍ଟରରେ ଥିବା ୧୦ ଜଣ ନେତାଙ୍କ ପାଇଁ । କୋଏମ୍ବାଟୁର ଜିଲ୍ଲାର ବିଜେପି ଯୁବ ଶାଖାର ଡେପୁଟି ସେକ୍ରେଟେରୀ ଡି. କାର୍ତ୍ତିକ ସ୍ଥାନୀୟ ନିର୍ବାଚନରେ ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି,’’ ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଶିବ ପ୍ରସାଦ ଟିଆର ଲେଖିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତା-MP ଅନୁଭବ ମହାନ୍ତି ନିଜ ନୂଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଶେୟାର୍ କଲେ

ଅକ୍ଟୋବର ୯ ତାରିଖରେ କୋଏମ୍ବାଟୁରରେ ସ୍ଥାନୀୟ ସଂସ୍ଥା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପଞ୍ଚାୟତ ୱାର୍ଡ ସଦସ୍ୟ, ଗ୍ରାମ ପଞ୍ଚାୟତ ୱାର୍ଡ ସଦସ୍ୟ ଓ ଗ୍ରାମ ପୌରପାଳିକା ଅଧ୍ୟକ୍ଷଙ୍କ ସମେତ ୧୩ଟି ପଦବୀ ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋ’ଟ ୫୫,୨୮୦ ଜଣ ଲୋକ ଭୋଟ୍ ଦେଇଥିଲେ ।

ଏହା ବି ପଢ଼ନ୍ତୁ | OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟ

କୁରୁଦମ୍ପାଲାୟମ ପଞ୍ଚାୟତରେ ଡି.ଏମ.କେ. ପ୍ରାର୍ଥୀ ଅରୁଲ ରାଜ ୩୮୭ଟି ଭୋଟ୍ ପାଇ ଜିତିଛନ୍ତି । AIADMKର ବୈତୀୟଲିଙ୍ଗମ୍‌ ୧୯୬ଟି ଭୋଟ୍ ପାଇଥିଲେ । ସେଠାରେ ମୋ’ଟ ୯୧୦ଟି ଭୋଟ୍ ଦିଆଯାଇଥିଲା ।
Published by: Anand S.T. Das
First published: October 12, 2021, 10:07 PM IST