ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ତାମିଲନାଡୁ: ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଇସ୍ତଫା ଦେଲେ BJP ମହା ସଚିବ; ଅଭିଯୋଗକୁ ଖଣ୍ଡନ କଲେ ସେ

ତାମିଲନାଡୁ: ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଇସ୍ତଫା ଦେଲେ BJP ମହା ସଚିବ; ଅଭିଯୋଗକୁ ଖଣ୍ଡନ କଲେ ସେ

ରିପୋର୍ଟ ଅନୁଯାୟୀ ରବିଚନ୍ଦ୍ରନ ଦାବି କରିଛନ୍ତି ଯେ ବିଜେପି ନେତାଙ୍କ ଦ୍ୱାରା ଯୌନ ଶୋଷଣ ଓ ଜୋର ଜବରଦସ୍ତି ଯୌନ ସମ୍ପର୍କ ରଖିବା ଅଭିଯୋଗ ଆସିବା ପରେ ଷ୍ଟିଙ୍ଗ ଅପରେସନର ଧାରଣା ଆସିଛି। ଦଳର ଭାବମୂର୍ତ୍ତିକୁ ଉନ୍ନତ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ତାମିଲନାଡୁ: ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଇସ୍ତଫା ଦେଲେ BJP ମହା ସଚିବ; ଅଭିଯୋଗକୁ ଖଣ୍ଡନ କଲେ ସେ
ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଇସ୍ତଫା ଦେଲେ BJP ମହା ସଚିବ
  • News18 Odia
  • Last Updated: August 25, 2021, 12:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚେନ୍ନାଇ: ତାମିଲନାଡୁ ବିଜେପି ସାଧାରଣ ସମ୍ପାଦକ କେଟି ରାଘବନ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ଜଣେ ଦଳର ନେତା ୟୁଟ୍ୟୁବରେ ଏକ ଷ୍ଟିଙ୍ଗ୍ ଭିଡିଓ ପ୍ରକାଶ କରିବା ପରେ ରାଘବନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା, ଯେଉଁଥିରେ ରାଘବନଙ୍କ ଭଳି ଜଣେ ବ୍ୟକ୍ତି ଜଣେ ମହିଳା ପାର୍ଟି କର୍ମୀଙ୍କ ସହ ଅଶ୍ଳୀଳ ଭିଡିଓ କଲ୍ କରିଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଦଳର ନେତା ମଦନ ରବିଚନ୍ଦ୍ରନ ୟୁଟ୍ୟୁବରେ ଶେୟାର କରିଛନ୍ତି। ନ୍ୟୁଜ୧୮ ଏହି ଭିଡିଓର ସତ୍ୟତା ଓ ଏଥିରେ ଥିବା ବ୍ୟକ୍ତିଙ୍କ ପରିଚୟ ନିଶ୍ଚିତ କରେ ନାହିଁ ।

ଅନ୍ୟପକ୍ଷରେ କେଟି ରାଘବନ୍ ଏକ ଟ୍ବିଟ ଜରିଆରେ ଏହି ଘଟଣାରେ ତାଙ୍କର ସମ୍ପୃକ୍ତିକୁ ଅସ୍ୱୀକାର କରି କହିଛନ୍ତି ଯେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏହା ସହ ସେ ଟ୍ବିଟରେ ଲେଖିଛନ୍ତି, ‘‘ତାମିଲନାଡୁର ଲୋକେ, ପାର୍ଟି କର୍ମୀ ଓ ଯେଉଁମାନେ ମୋ ସହ ଅଛନ୍ତି ସେମାନେ ଜାଣନ୍ତି ମୁଁ କିଏ । ଗତ ୩୦ ବର୍ଷ ଧରି ମୁଁ କୌସି ଲାଭ ବିନା କାର୍ଯ୍ୟ କରିଆସୁଛି । ଆଜି ସକାଳେ ମୁଁ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓ ବିଷୟରେ ଜାଣିଲି। ମୋର ଓ ପାର୍ଟିର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହି ଭିଡିଓ ରିଲିଜ୍ କରାଯାଇଛି । ମୁଁ ରାଜ୍ୟ ଦଳର ଅଧ୍ୟକ୍ଷ କେ. ଅନ୍ନାମଲାଇଙ୍କ (K.Annamalai) ସହ ଆଲୋଚନା କଲି । ମୁଁ ମୋର ପଦରୁ ଇସ୍ତଫା ଦେଉଛି । ଆହୁରି ମଧ୍ୟ, ମୁଁ ଏହି ଅଭିଯୋଗକୁ ଅସ୍ୱୀକାର କରୁଛି ।’’

ଏଥି ସହିତ ୟୁଟ୍ୟୁବରେ ତାଙ୍କ ଚ୍ୟାନେଲ ମଦନ ଡାଏରୀରେ ଭିଡିଓ ଜାରି କରିଥିବା ରବିଚନ୍ଦ୍ରନ ଦାବି କରିଛନ୍ତି ଯେ ତାଙ୍କ ଦଳର ଅଡିଓ କ୍ଲିପ୍ସ ଓ ୧୫ ଜଣ ନେତାଙ୍କ ଭିଡିଓ ଫୁଟେଜ ଅଛି ଯାହା ଆସନ୍ତା ସମୟରେ ସେ ଶେୟାର କରିବେ ।

ଏନଡିଟିଭି ରିପୋର୍ଟ ଅନୁଯାୟୀ ରବିଚନ୍ଦ୍ରନ ଦାବି କରିଛନ୍ତି ଯେ ବିଜେପି ନେତାଙ୍କ ଦ୍ୱାରା ଯୌନ ଶୋଷଣ ଓ ଜୋର ଜବରଦସ୍ତି ଯୌନ ସମ୍ପର୍କ ରଖିବା ଅଭିଯୋଗ ଆସିବା ପରେ ଷ୍ଟିଙ୍ଗ ଅପରେସନର ଧାରଣା ଆସିଛି। ଦଳର ଭାବମୂର୍ତ୍ତିକୁ ଉନ୍ନତ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଅନ୍ନାମଲାଇ, ରବିଚନ୍ଦ୍ରନଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିଥିଲେ ତାଙ୍କ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଅନ୍ନାମଲାଇ କହିଛନ୍ତି, “ଆମେ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଉଛୁ ଓ ଦଳର ରାଜ୍ୟ ସଚିବ ମଲାରକୋଡିଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରାଯିବ। ଏହି ଅଭିଯୋଗର ସତ୍ୟତା ଦଳ ଜାଣିପାରିବ ଓ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ଶକ୍ତିଶାଳୀ ପରମ୍ପରା ଓ ସଂସ୍କୃତି ଉପରେ ନିର୍ମିତ । ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଯତ୍ନ, ସମ୍ମାନ ଓ ପ୍ରେମ ସହିତ ବ୍ୟବହାର କରାଯାଏ।

ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଭୟରେ ରବିଚନ୍ଦ୍ରନ ଓ ତାଙ୍କ ସହକର୍ମୀ ଭେନବା କହିଛନ୍ତି ଯେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ବା ସହିତ ସେମାନଙ୍କୁ ଧମକ ଦିଆଯିବା ସହ ମୃତ୍ୟୁ ଧମକ ଦିଆଯାଉଛି। ଭେନବା ଦାବି କରିଛନ୍ତି ଯେ ଭିଡିଓ କଲରେ ଦେଖାଯାଇଥିବା ମହିଳା ହେଉଛନ୍ତି ଦଳର ଜିଲ୍ଲା ସ୍ତରର ନେତ୍ରୀ । ସେ ଆବେଦନ କରି କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମକୁ ଏଭଳି ପ୍ରସଙ୍ଗରେ ସମର୍ଥନ କରନ୍ତୁ।
Published by: Lipina Das
First published: August 25, 2021, 12:17 PM IST