News18 Odia Digital
କାବୁଲ: ଆଫଗାନିସ୍ତାନର ପରିସ୍ଥିତିକୁ ଦେଖି କିଛି ଦେଶ ଶହ ଶହ କୋଟି ଡଲାର ଆର୍ଥିକ ସହାୟତା ଯୋଗାଇଛନ୍ତି । ଏହି ଜରୁରୀକାଳୀନ ସହାୟତା ପାଇଁ ତାଲିବାନ ବିଶ୍ୱକୁ ଧନ୍ୟବାଦ ଜଣାଇଛି । ହେଲେ ଏହି ଅବସରରେ ସେ ଆମେରିକାକୁ ମଧ୍ୟ ପରାମର୍ଶ ଦେଇଛି । ତାଲିବାନ ଆମେରିକାକୁ ଗରିବ ଦେଶ ପ୍ରତି ଏକ ବଡ଼ ହୃଦୟ ରଖିବାକୁ କହିଛି ।
ସୋମବାର ଜେନେଭାରେ ଏକ ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଫଗାନିସ୍ତାନ ପାଇଁ ୧.୨ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ଆଠ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଆଫଗାନିସ୍ତାନରେ ତାଲିବାନ ଆସିବା ପରେ ଦେଶ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଛି ।
ଦୀର୍ଘ ଦିନ ଧରି ଆଫଗାନିସ୍ତାନ ଆର୍ଥିକ ସହାୟତା ଉପରେ ବଞ୍ଚିଛିଯଦିଓ ଏହି ଆର୍ଥିକ ସହାୟତା ଆଫଗାନିସ୍ତାନ ପାଇଁ ଏକ ନୂଆ କଥା ନୁହେଁ । ଏହି ଦେଶ ଦୀର୍ଘ ଦିନ ଧରି ବିଦେଶୀ ଆର୍ଥିକ ସହାୟତା ଉପରେ ବଞ୍ଚିଆସୁଛି । ହେଲେ ସାମ୍ପ୍ରତିକ ପରିସ୍ଥିତିରେ ତାଲିବାନକୁ ଅଧିକ ଆର୍ଥିକ ସହାୟତା ଆବଶ୍ୟକ। କାରଣ ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯାଉ ନାହିଁ । ଖାଦ୍ୟ, ପାନୀୟ ଓ ଦୈନନ୍ଦିନ ଜିନିଷ ଦର ବଢ଼ିବାରେ ଲାଗିଛି ।
ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରିବ ତାଲିବାନଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତ୍ତକି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବିବୃତ୍ତି କହିଛନ୍ତି ଯେ ଏହି ଆର୍ଥିକ ସହାୟତା ଚତୁରତାର ସହ ଖର୍ଚ୍ଚ ହେବ। ସେ କହିଛନ୍ତି, ‘‘ଦାରିଦ୍ର୍ୟ ଦୂର କରିବା ପାଇଁ ଆମେ ଏହାକୁ ବ୍ୟବହାର କରିବୁ । ଆମକୁ ଏକ ବିଲିୟନ ଡଲାର ସହାୟତା ଦେଇଥିବାରୁ ଆମେ ବିଶ୍ବକୁ ଧନ୍ୟବାଦ ଜଣାଉଛୁ । ସେମାନଙ୍କ ଠାରୁ ଅଧିକ ସମାନ ସାହାଯ୍ୟ ପାଇଁ ଆଶା କରୁଛି । ଏହି ଅର୍ଥକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଢ଼ଙ୍ଗରେ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ ।’’
ଆମେରିକାକୁ ତାଲିବାନର ପରାମର୍ଶଆମୀର ଖାନ ଆମେରିକାକୁ ଟାର୍ଗେଟ କରି କହିଛନ୍ତି ଯେ ଏହା ତାଲିବାନକୁ ପ୍ରଶଂସା କରିବା ଉଚିତ, ଯିଏ ଗତ ମାସରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ଓ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲା । ଆମେରିକା ଏକ ବଡ଼ ଦେଶ ଓ ଏହାର ମଧ୍ୟ ଏକ ବଡ଼ ହୃଦୟ ରହିବା ଉଚିତ୍ । ଆଫଗାନିସ୍ତାନ ମଧ୍ୟ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛି । ସେମାନେ ପୂର୍ବରୁ ପାକିସ୍ତାନ, କତାର ଓ ଉଜବେକିସ୍ତାନ ଭଳି ଦେଶରୁ ସହାୟତା ପାଇଛନ୍ତି । ଯଦିଓ ତାଙ୍କୁ ଆର୍ଥିକ ସହାୟତା ମିଳିଥିଲା, ତଥାପି ସେ ଏହା ଉଲ୍ଲେଖ କରିନାହାଁନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।