ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସରିଲା ଆମେରିକାର ମିଶନ୍ କାବୁଲ୍; ଆଫଗାନିସ୍ତାନର ଆକାଶରେ ପୁଣି ଉଇଁଲା ତାଲିବାନୀ ସୂର୍ଯ୍ୟ

ସରିଲା ଆମେରିକାର ମିଶନ୍ କାବୁଲ୍; ଆଫଗାନିସ୍ତାନର ଆକାଶରେ ପୁଣି ଉଇଁଲା ତାଲିବାନୀ ସୂର୍ଯ୍ୟ

Taliban takes control of Afghanistan after US troops leave | ଅଗଷ୍ଟ ୧୫ରେ କାବୁଲରେ ପଶିଥିଲେ ତାଲିବାନ୍ ଆତଙ୍କବାଦୀମାନେ । ଏହାର ଠିକ୍ ୧୫ ଦିନ ପରେ ସେମାନଙ୍କ ହାତକୁ ଆସିଗଲା ପୂରା ଦେଶ । ଆଫଗାନିସ୍ତାନର ଏହି ଅବସ୍ଥା ପାଇଁ ଆମେରିକାକୁ ଦାୟୀ କରିଛନ୍ତି ଜଣେ ପୂର୍ବ ଉପରାଷ୍ଟ୍ରପତି ।

ସରିଲା ଆମେରିକାର ମିଶନ୍ କାବୁଲ୍; ଆଫଗାନିସ୍ତାନର ଆକାଶରେ ପୁଣି ଉଇଁଲା ତାଲିବାନୀ ସୂର୍ଯ୍ୟ
ମେଜର୍ ଜେନେରାଲ୍ କ୍ରିସ୍ ଡନହ୍ବେ; (ଡାହାଣ) ଆମେରିକାର ସୈନ୍ୟମାନେ ଯିବା ପରେ କେତେକ ତାଲିବାନୀ ସୈନ୍ୟ
  • News18 Odia
  • Last Updated: September 1, 2021, 2:25 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ଡେଡଲାଇନର ଦିନକ ପୂର୍ବରୁ ଆଫଗାନ୍ ଆକାଶରେ ପୁଣି ଉଇଁଛି ତାଲିବାନୀ ସୂର୍ଯ୍ୟ । ଆଫଗାନିସ୍ତାନରେ (Afghanistan) ଆମେରିକାର ମିଶନ୍ କାବୁଲ୍ ଶେଷ ହେବା ପରେ ୨୦ ବର୍ଷ ପରେ ଏବେ ସେଠାରେ ଆରମ୍ଭ ହୋଇଛି ତାଲିବାନୀ ରାଜ୍ । ଆମେରିକାର ଶେଷ ସୈନିକ ବିମାନରେ ଚଢି଼ବା ପରେ ପରେ ବିମାନ ବନ୍ଦର ରନୱେରେ ବିଜୟ ଉତ୍ସବ ମନାଇଛନ୍ତି ତାଲିବାନ୍ ନେତାମାନେ । ଇତି ମଧ୍ୟରେ ଆଫଗାନିସ୍ତାନରେ ମାନବାଧିକାରର ସୁରକ୍ଷା ପାଇଁ ଜାତିସଙ୍ଘ ସୁରକ୍ଷା ପରିଷଦରେ ପାରିତ ହୋଇଛି ଏକ ପ୍ରସ୍ତାବ ।

ପୂରା ଆଫଗାନିସ୍ତାନ୍‌ ଏବେ ତାଲିବାନର (Taliban) ହୋଇଛି  । ସେଠାକୁ ପୁଣି ଫେରିଛି ତାଲିବାନୀ ରାଜ୍ । ବିଦେଶୀ ସେନା ଆଫଗାନ୍ ଛାଡ଼ିଛନ୍ତି, ଆଉ ଦେଶ ପୁନର୍ଦଖଲ କରିଛି ତାଲିବାନ୍ । ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲରେ ପଶିଥିଲେ ତାଲିବାନ୍ ଆତଙ୍କବାଦୀମାନେ । ଏହାର ଠିକ୍ ୧୫ ଦିନ ପରେ ଏହି ଆତଙ୍କବାଦୀ ସଙ୍ଗଠନ ହାତକୁ ଆସିଛି ପୂରା ଦେଶ । ଆଫଗାନିସ୍ତାନର ଏହି ଅବସ୍ଥା ପାଇଁ ଆମେରିକାକୁ ଦାୟୀ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ତଥା ନିଜକୁ ବର୍ତ୍ତମାନର କାର୍ଯ୍ୟକାରୀ ରାଷ୍ଟ୍ରପତି କହୁଥିବା ଅମରୁଲ୍ଲା ସାଲେହ । ନିଜକୁ ସୁପର୍ ପାୱାର୍ ବୋଲାଉଥିବା ଆମେରିକା ବାସ୍ତବରେ ଗୋଟେ ମିନି ପାୱାର୍ ବୋଲି କହିଛନ୍ତି ସେ ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜରେ ମାସକର ଶିଶୁ ପୁତ୍ରକୁ ମାକୋଳରୁ ଛଡ଼ାଇ ନେଲା, ₹,୧୦୦ ଦେଲା, ତାପରେ ବିକିଦେଲା

‘‘ଆଫଗାନିସ୍ତାନକୁ ଆମେରିକା ନଷ୍ଟ କରିଦେଲା । ଦେଶବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇ ଲୁଚି ପଳାଇଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ୍ ଘନି । ଆମେରିକାର ଶେଷ ବିମାନରେ ଆଫଗାନିସ୍ତାନ ପ୍ୟାକିଂ ହୋଇ ଚାଲିଯାଇ ନାହିଁ । ଆଫଗାନିସ୍ତାନର ସୌନ୍ଦର୍ଯ୍ୟଭରା ନଦୀ ଓ ପାହାଡ଼ ସବୁ କିଛି ରହିଛି । କିନ୍ତୁ ନିଜକୁ ସୁପର୍ ପାୱାର୍ କହୁଥିବା ଆମେରିକା ମିନି ପାୱାର୍ ପ୍ରମାଣିତ ହୋଇଛି,’’ କହିଛନ୍ତି ନିଜକୁ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ବୋଲି କହି ତାଲିବାନକୁ ଟକ୍କର ଦେଇଚାଲିଥିବା ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

ଜଣେ ତାଲିବାନୀ ସୈନ୍ୟ ଏକ ଆଫଗାନ୍ ବାୟୁ ସେନା ବିମାନର କକପିଟରେ ବସିଛି । (ଓ.ଏଫ୍.ପି.)


ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ସାମନା କରୁଥିବା DFOଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଡେଡଲାଇନ୍ ଥିଲା ଅଗଷ୍ଟ ୩୧ । ହେଲେ ୩୦ ତାରିଖ ରାତି ସୁଦ୍ଧା ଶେଷ ହୋଇଗଲା ଏହି କାର୍ଯ୍ୟ। ମିଶନ୍ କାବୁଲରେ ପୂର୍ଣ୍ଣଚ୍ଛେଦ ଟାଣି ଶେଷ ସୈନିକ ଭାବେ ଆମେରିକା ବାୟୁ ସେନାର ସି-୧୭ ବିମାନରେ ପ୍ରବେଶ କରିଥିଲେ ୮୨ତମ ଏୟାର୍ ବର୍ଣ୍ଣ ଡିଭିଜନର କମାଣ୍ଡିଂ ଜେନେରାଲ୍ ମେଜର୍ ଜେନେରାଲ୍ କ୍ରିସ୍ ଡନହ୍ବେ (Chris Donahue) । କାବୁଲରୁ ଆମେରିକାର ଏହି ଶେଷ ସୈନିକଙ୍କ ଫଟୋ ଏବେ ସବୁ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଛାଇ ଯାଇଛି । ପେଣ୍ଟାଗନ୍ ମଧ୍ୟ ଏନେଇ ଟ୍ବିଟ୍ କରିଛି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ଦିନକ ଆଗରୁ ପୁଣି ରାତି ଅଧରେ କାବୁଲ୍ ଖାଲି କରିଦେଲା ଆମେରିକା । ଆମେରିକାର ମିଶନ୍ କାବୁଲ୍ ଶେଷ ହେଉ ହେଉ ହମିଦ୍ କରଜାଇ ବିମାନ ବନ୍ଦରକୁ ପୂରା କବଜା କରିଥିଲା ତାଲିବାନ୍ । ରନୱେକୁ ଯାଇ ଆକାଶକୁ ବ୍ଲାଙ୍କ ଫାୟାରିଂ କରି ସେମାନେ ଖୁସି ମନାଇଥିଲେ । ଆମେରିକା ସେନା ଛାଡ଼ି ଯାଇଥିବା କିଛି ଭଙ୍ଗା ଦଦରା ହେଲିକପ୍ଟର୍‌ ଓ ବିମାନର ଯାଞ୍ଚ କରିଥିଲେ ସେମାନେ । ତା’ ଭିତରେ ସାରା ବିଶ୍ବକୁ ଦେଇଥିଲେ ଚେତାବନୀର ବାର୍ତ୍ତା । ଆକ୍ରମଣକାରୀମାନେ ଆଫଗାନିସ୍ତାନରୁ ଶିକ୍ଷା ଲାଭ କରିବା ଉଚିତ ବୋଲି ସେମାନେ କହିଥିଲେ ।

କାବୁଲରୁ ଯାଉଛନ୍ତି ଆମେରିକାର ଶେଷ ସୈନିକ ମେଜର୍ ଜେନେରାଲ୍ କ୍ରିସ୍ ଡନହ୍ବେ । (ଏ.ପି.)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏକା ସାଙ୍ଗରେ ୪ଟି ଛୁଆ ଜନ୍ମ ଦେଲେ ମହିଳା; କଟକ SCB ହସପିଟାଲର ଚିକିତ୍ସା ଇତିହାସରେ ପ୍ରଥମ

ବିଦେଶୀ ସୈନ୍ୟ ସମ୍ପୂର୍ଣ୍ଣ ହଟିଥିବା ବେଳେ ଏବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବ । ଜାତିସଙ୍ଘ ସୁରକ୍ଷା ପରିଷଦରେ ଆଫଗାନିସ୍ତାନକୁ ନେଇ ପ୍ରସ୍ତାବ ପାରିତ ହୋଇଛି । ଆଫଗାନ୍ ନାଗରିକମାନଙ୍କ, ବିଶେଷକରି ସଂଖ୍ୟାଲଘୁଙ୍କ, ମାନବିକ ଅଧିକାରର ସୁରକ୍ଷା ପ୍ରତି ତାଲିବାନ୍ ଧ୍ୟାନ ଦେବା ଦରକାର ବୋଲି ଏଥିରେ କୁହାଯାଇଛି । ଯେଉଁମାନେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ସେମାନଙ୍କୁ ତାଲିବାନ୍ ଅନୁମତି ଦେବା ଦରକାର ବୋଲି ବି ଏହି ପ୍ରସ୍ତାବରେ କୁହାଯାଇଛି । ସୁରକ୍ଷା ପରିଷଦର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୩ ଜଣ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଚୀନ୍ ଓ ରୁଷିଆ ଭୋଟିଂରୁ ବିରତ ରହିଥିଲେ ।



୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଶାସନ କରୁଥିଲା ତାଲିବାନ୍ । ମହିଳାମାନଙ୍କ ପ୍ରତି ନିର୍ଯାତନା ଓ କଠୋର ମନୋଭାବକୁ ନେଇ ବିଶ୍ବ ଦରବାରରେ ନିନ୍ଦିତ ତାଲିବାନ୍ ଏବେ ନିଜ ଭାବମୂର୍ତ୍ତିରେ ପରିବର୍ତ୍ତନ କରିଛି ବୋଲି କହିଚାଲିଛି । ତେଣୁ ଏବେ ଅପେକ୍ଷା ରହିଛି ତାଲିବାନ୍ କେମିତି ଦେଶକୁ ଶାସନ କରୁଛି ଓ ଦେଶବାସୀଙ୍କୁ କେମିତି ସୁରକ୍ଷା ଦେଉଛି, ଆଉ ମହିଳାଙ୍କୁ କି ପ୍ରକାରର ସ୍ବାଧୀନତା ମିଳୁଛି ।
Published by: Anand S.T. Das
First published: August 31, 2021, 11:59 PM IST