ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସରକାର ଗଠନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରି ଭିଡିଓ ଜାରି କଲା ତାଲିବାନ୍‌; ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କଲା

ସରକାର ଗଠନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରି ଭିଡିଓ ଜାରି କଲା ତାଲିବାନ୍‌; ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କଲା

Taliban shows off military strength in video aired on national TV | ଆଫଗାନିସ୍ତାନର ଜାତୀୟ ଟିଭିରେ ପ୍ରସାରଣ କରାଯାଇଥିବା ଏହି ଭିଡିଓରେ ତାଲିବାନୀ ସେନା ପରେଡ଼ କରି ତାଲିବାନୀ ନେତା ଓ ସେନା ଅଧିକାରୀଙ୍କୁ ସମ୍ମାନ ଜଣାଉଥିବା ଦେଖାଯାଇଛି । ହେଲେ ଭିଡିଓରେ ସେହି ତାଲିବାନୀ ନେତାମାନଙ୍କ ଚେହେରା ଦେଖିବାକୁ ମିଳୁନି ।

ସରକାର ଗଠନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରି ଭିଡିଓ ଜାରି କଲା ତାଲିବାନ୍‌; ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କଲା
ତାଲିବାନ୍‌ ଜାରି କରିଥିବା ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: September 7, 2021, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କୀ ସେନା ନିଜ ଶକ୍ତି ପ୍ରଦର୍ଶନ କରିଛି । ଆଫଗାନିସ୍ତାନକୁ ପୁଣି ଥରେ ଆମେରିକା ହାତରୁ ସ୍ବାଧୀନ କରିଥିବା ଦାବି କରି ତାଲିବାନ ଜାରି କରିଛି ଏକ ଭିଡିଓ । ତାଲିବାନ ସରକାର ଗଠନ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଏହି ଭିଡିଓ ଜରିଆରେ ସାରା ବିଶ୍ବ ସାମ୍ନାରେ ତାଲିବାନ ନିଜ ଶକ୍ତି ପ୍ରଦର୍ଶନ କରିଛି । ଏଥିରେ ତାଲିବାନୀ ସେନା ପରେଡ଼ କରି ତାଲିବାନୀ ନେତା ଓ ସେନା ଅଧିକାରୀଙ୍କୁ ସମ୍ମାନ ଜଣାଉଥିବା ଦେଖାଯାଇଛି । ହେଲେ ଏହି ଭିଡିଓରେ ସେହି ତାଲିବାନୀ ନେତାମାନଙ୍କ ଚେହେରା ଦେଖିବାକୁ ମିଳୁନି । ଏହି ଭିଡିଓକୁ ତାଲିବାନୀଙ୍କ ଭିକ୍ଟୋରିଆ ଫୋର୍ସ ସିରିଜର ନୂଆ ସଂସ୍କରଣ ବୋଲି କୁହାଯାଉଛି ।

ଆଫଗାନିସ୍ତାନରୁ ଆସିଥିବା ଏହି ଭିଡିଓ ତାଲିବାନର କୌଣସି ସାଧାରଣ ଉତ୍ସବର ନୁହେଁ । ସରକାର ଗଠନ ପୂର୍ବରୁ ତାଲିବାନର ଶକ୍ତି ପ୍ରଦର୍ଶନର ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଲିବାନ ସମର୍ଥିତ ଅଲ୍‌ ହଜରତ୍‌ ମିଡି଼ଆ ତାଲିବାନୀଙ୍କ ଶକ୍ତି ପ୍ରଦର୍ଶନର ଏହି ଭିଡିଓ ଜାରି କରିଛି । ଏହି ଭିଡିଓ ଜରିଆରେ ତାଲିବାନ ସାରା ବିଶ୍ବ ସାମନାରେ ଦେଖାଉଛି ଯେ ତାଲିବାନ କବଜାକୁ ଆଫଗାନିସ୍ତାନ ଆସିବା ପରେ ସେଠାରେ ସ୍ବତନ୍ତ୍ରତାର ଉତ୍ସବ ପାଳନ କରାଯାଉଛି । ଏହି ଭିଡିଓରେ ଆମେରିକାକୁ ଅହଙ୍କାରୀ ଶକ୍ତି କୁହାଯାଇଥିବା ବେଳେ ତାଲିବାନୀ ଆତଙ୍କୀଙ୍କ ଶକ୍ତିର ବର୍ଣ୍ଣନା କରାଯାଇଛି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁରେ ବଡ଼ ଖୁଲାସା: ଘଟଣା ଦିନ ରାତିରେ ଅଭିଯୁକ୍ତ DFOଙ୍କ ଘରକୁ ଜିଲ୍ଲାପାଳ ଆସିଥିଲେ

‘‘ଏହି ଭିଡିଓ ମାଧ୍ୟମରେ ତାଲିବାନ୍‌ ଆମେରିକା, ନାଟୋ ସଦସ୍ୟ ଦେଶ ଓ ଆଫଗାନିସ୍ତାନ୍‌ ଭିତରେ ଥିବା ତା’ର ପ୍ରତିଦ୍ୱନ୍ଦୀମାନଙ୍କୁ ଚେତାବନୀ ଦେବାକୁ ଚେଷ୍ଟା କରୁଛି ଯେ ତାଲିବାନ୍‌ ଆଜି ବି ଯେକୌଣସି ପରିସ୍ଥିତିର ସଶସ୍ତ୍ର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି,’’ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ସଞ୍ଜୀବ ଶ୍ରୀବାସ୍ତବ ।

ତାଲିବାନ ସୈନିକମାନେ ଘୋଡ଼ା ଚଢ଼ି ସ୍ୟାଲୁଟ୍‌ ମାରୁଛନ୍ତି ।


ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

କୌଣସି ଡକ୍ୟୁମେଣ୍ଟରି ଫିଲ୍ମ ଭଳି ସୁଟ୍ କରାଯାଇଥିବା ଏହି ଭିଡିଓ କେଉଁ ସ୍ଥାନର ତାହା ସଠିକ୍ ଭାବେ ଜଣାପଡ଼ିନି । କିନ୍ତୁ ଭିଡିଓ ଦେଖିଲେ ଏତିକି ନିଶ୍ଚିତ ଜଣାପଡୁଛି ଯେ ଏହା କୌଣସି ପାହାଡି଼ଆ ଅଞ୍ଚଳରେ ସୁଟ୍ କରାଯାଇଛି । ବିଜୟ ଉତ୍ସବ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ଭିଡିଓ ଜରିଆରେ ୨୦ ବର୍ଷ ପରେ ଶାସନରେ ଥିବା ଆଫଗାନୀ ସରକାର ଓ ଆମେରିକା ଉପରେ କିଭଳି ତାଲିବାନୀ ଆତଙ୍କୀ ବିଜୟ ହାସଲ କଲେ ତାହା ଦେଖାଇବାକୁ ପ୍ରୟାସ କରାଯାଇଛି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ବିଶେଷ କଥା ହେଉଛି ଏହି ଭିଡିଓ ଆଫଗାନିସ୍ତାନର ଜାତୀୟ ଟିଭିରେ ବି ପ୍ରସାରଣ କରାଯାଇଛି ।  ଭିଡିଓର ଆରମ୍ଭ ଏକ ସମାରୋହ ସହିତ ହେଉଛି, ଯେଉଁଥିରେ ତାଲିବାନର ସେନା ଆୟୋଗ ସହ ଜଡି଼ତ ଲୋକେ ମଇଦାନରେ ପହଞ୍ଚୁଛନ୍ତି । ଏହି ସମୟରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର୍‌ ଦିଆଯାଉଛି । ଏହା ପରେ ତାଲିବାନ ସେନା ଆୟୋଗର ମୁଖ୍ୟ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ ସବୁ ତାଲିବାନୀ ଯୋଦ୍ଧାଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ସମୟରେ ମଞ୍ଚ ଉପରେ ବସିଥିବା ତାଲିବାନୀ ନେତା, ସେନା ଅଧିକାରୀ ଓ ପରେଡରେ ସାମିଲ ସମସ୍ତ ଲୋକଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । କୁହାଯାଉଛି ଯେ ଏହି ଲୁଚାଯାଇଥିବା ଚେହେରା ମଧ୍ୟରେ ସେ ସବୁ ଆତଙ୍କୀ ସାମିଲ ହୋଇଥାଇ ପାରନ୍ତି, ଯେଉଁମାନେ ଲଗାତାର ଆମେରିକା ଓ ଅନ୍ୟ ଦେଶଗୁଡିକର ଟାର୍ଗେଟରେ ଅଛନ୍ତି ।



ଅଲ୍‌ ହଜରତ ମିଡି଼ଆ ଦ୍ବାରା ଜାରି କରାଯାଇଥିବା ଏହି ଭିଡିଓରେ ଦେଖାଯାଉଛି କେମିତି ଅଲଗା ଅଲଗା ଗୃପରେ ତାଲିବାନୀ ଯୋଦ୍ଧାମାନେ ମଞ୍ଚ ଉପରେ ବସିଥିବା ନେତାଙ୍କ ସାମନାକୁ ଯାଉଛନ୍ତି ଏବଂ ସେମାନଙ୍କୁ ସଲାମୀ ଦେଉଛନ୍ତି । ଭିଡିଓରେ ଏମାନଙ୍କ ସମ୍ପର୍କରେ କୁହାଯାଉଛି ଯେ ଏମାନେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାରେ ଓସ୍ତାଦ ତାଲିବାନୀ ଯୋଦ୍ଧା । ଏହି ଗୃପରେ ୱେଷ୍ଟ୍‌ କୋଟ୍‌ ସ୍କ୍ବାର୍ଡନ, ତୋପାଗାର, ଭାରୀ କାର୍‌ ବୋମା ପକାଇବା ଭଳି ସେନା, ଅନୁପ୍ରବେଶ ଅପରେସନ କରିପାରୁଥିବା ସେନା, ପଦଚାରୀ ସେନା, ଲେଜର୍‌ ଗାଇଡେଡ୍‌ ସେନା ଓ ସହରୀ କମାଣ୍ଡୋ ଅପରେସନ୍‌ କରିପାରୁଥିବା ସେନା ଦଳକୁ ସାମିଲ କରାଯାଇଛି ।
Published by: Anand S.T. Das
First published: September 7, 2021, 5:40 PM IST