News18 Odia Digital
ୱାଶିଂଟନ୍: ଆଫଗାନିସ୍ତାନରେ (Afghanistan) ଉନ୍ନତ ତଥା ଅନ୍ତର୍ଭୂକ୍ତୀୟ ଶାସନ ଯୋଗାଇଦେବ ବୋଲି ପ୍ରତିଶୃତି ଦେବା ସତ୍ତ୍ୱେ ସେଠାରେ ଶାସନକୁ ଆସିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନର (Taliban) କାର୍ଯ୍ୟକଳାପ ତା’ର ପ୍ରକୃତ ଚେହେରାକୁ ସାମନାକୁ ଆଣିଛି । ତାଲିବାନ ଘୋଷଣା କରିଛି ଯେ ଆଫଗାନିସ୍ତାନରେ ଅପରାଧ ପାଇଁ ଅଭିଯୁକ୍ତର ହାତ କାଟିଦେବା, ତା’ ଶରୀରକୁ ଟୁକୁଡ଼ା ଟୁକୁଡ଼ା କରିବା ଓ ମୃତ୍ୟୁ ଦଣ୍ଡ ଦେବା ପରି ବର୍ବର ଦଣ୍ଡ ପୁଣି ଫେରିବାକୁ ଯାଉଛି । ହେଲେ ସୁପର୍ ପାୱାର ଆମେରିକା ତାଲିବାନର ଏହି ବିବୃତ୍ତିକୁ ଦୃଢ଼ ନିନ୍ଦା କରିଛି ଓ କହିଛି ଯେ ଆମେରିକାର ପ୍ରଶାସନ ତାଲିବାନର କଥା ଓ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି।
ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ୍ ପ୍ରାଇସ ତାଲିବାନର ଶାରିଆ ଆଇନ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆସିଥିବା ବିବୃତ୍ତି ଉପରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଲିବାନର ଶାରିଆ ଆଇନ୍ ମାନବିକ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ଓ ସେମାନେ ଆଫଗାନିସ୍ତାନରେ ମାନବିକ ଅଧିକାର ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ସହ ମିଶି କାର୍ଯ୍ୟ କରୁଛନ୍ତି।
ଏହା ବି ପଢ଼ନ୍ତୁ | କରାଳ ରୂପ ନେଲା ବାତ୍ୟା ‘ଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ୨ ଜଣ ମୃତ‘‘ଆମେ କେବଳ ତାଲିବାନର ବିବୃତ୍ତି ନୁହେଁ, ଆଫଗାନିସ୍ତାନରେ ଏହାର କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖିଛୁ। ଆମେରିକା ଆଫଗାନିସ୍ତାନରେ ଥିବା ସାମ୍ବାଦିକ, ନାଗରିକ କାର୍ଯ୍ୟକର୍ତ୍ତା, ମହିଳା, ଶିଶୁ, ମାନବାଧିକାର କର୍ମୀ ଓ ଭିନ୍ନକ୍ଷମ ଲୋକଙ୍କ ସହ ଠିଆ ହୋଇଛି ଓ ତାଲିବାନକୁ ସେମାନଙ୍କ ଅଧିକାର ନିଶ୍ଚିତ କରିବାକୁ କହିଛି,’’ କହିଛନ୍ତି ନେଡ୍ ପ୍ରାଇସ୍ ।
ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଓ ଭାଷା ବିଶେଷଜ୍ଞ ଆଲୋଚନା କଲେଆମେରିକାର ପ୍ରତିକ୍ରିୟା ଏମିତି ଏକ ସମୟରେ ଆସିଛି ଯେତେବେଳେ ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ନୁରୁଦ୍ଦିନ ତୁରାବୀ କହିଛନ୍ତି ଯେ ଆଫଗାନିସ୍ତାନରେ ପୁଣି ଥରେ ମୃତ୍ୟୁ ଦଣ୍ଡ ଓ ଅଙ୍ଗ କାଟିବା ପରି ଦଣ୍ଡ ଲାଗୁ କରାଯିବ । ତେବେ ଏହା କୁହାଯାଇଛି ଯେ ସର୍ବସାଧାରଣ ସ୍ଥାନରେ ଏପରି ଦଣ୍ଡ ଦିଆଯାଇ ନ ପାରେ । ଷ୍ଟାଡିୟମରେ ଦଣ୍ଡ ଦେବାକୁ ନେଇ ବିଶ୍ୱ ଆଫଗାନିସ୍ତାନକୁ ସମାଲୋଚନା କରୁଛି ବୋଲି ତୁରାବୀ ସ୍ପଷ୍ଟ ଭାବେ କହିଛନ୍ତି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋ’ର୍ ବରକେ ମାରିଛନ୍… ମୋ’ର ନ୍ୟାୟ ଦରକାର, ଟଙ୍କା ନୁହେଁ’’‘‘ଆମେ ସେମାନଙ୍କ (ପଶ୍ଚିମ ଦେଶମାନଙ୍କ) ଆଇନ ବିଷୟରେ କେବେ କିଛି କହି ନାହୁଁ ।ଏଭଳି ପରିସ୍ଥିତିରେ ଆମ ଆଇନ କ’ଣ ହେବା ଉଚିତ ତାହା ଆମକୁ କେହି କହିବା ଉଚିତ୍ ନୁହେଁ । ଆମେ ଇସଲାମ୍ ଅନୁସରଣ କରିବୁ ଓ କୁରାନ ଅନୁସାରେ ଆମର ଆଇନ ତିଆରି କରି ଲାଗୁ କରିବୁ,’’ କହିଛନ୍ତି ତୁରାବୀ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଇଞ୍ଜିନିଅରିଂ ପଢୁଥିବା ବିହାରୀ ଛାତ୍ରକୁ ତା’ ବନ୍ଧୁ ଛାତିରେ ଗୁଳି ମାରି ହତ୍ୟା କଲାମୃତ୍ୟୁ ଦଣ୍ଡ ଦେବା, ହାତ କାଟିଦେବା ଓ ମୁଣ୍ଡ କାଟିଦେବା ଭଳି ଦଣ୍ଡ ପୁଣି ଥରେ ଆରମ୍ଭ ହେବ ବୋଲି ଚେତାବନୀ ଦେବାର ଦିନକ ପରେ ତାଲିବାନ ଏହା କରି ଦେଖାଇଛି । ଚାରି ଜଣ ଲୋକଙ୍କ ମୃତ ଦେହ ଗୋଟିଏ କ୍ରେନ୍ ଦ୍ୱାରା ଏକ ଛକ ନିକଟରେ ଅତି ନିର୍ମମ ଭାବରେ ଟଙ୍ଗାଯାଇଥିଲା । ଅଗଷ୍ଟ ୧୫ରେ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରଠାରୁ ତାଲିବାନ ପୂର୍ବ ଅପେକ୍ଷା ଏକ ନରମ ଶାସନ ଦେବ ବୋଲି ପ୍ରତିଶୃତି ଦେଇଆସିଛି, କିନ୍ତୁ ମାନବିକ ଅଧିକାର ଉଲ୍ଲଙ୍ଘନ ହେବାର ଅନେକ ଖବର ଦେଶରୁ ପ୍ରକାଶ ହୋଇଆସୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।