News18 Odia Digital
ନୂଆ ଦିଲ୍ଲୀ: ଆଫଗାନିସ୍ତାନରେ (Afghanistan) ଜୋର୍-ଜବରଦସ୍ତି ଶାସନକୁ ଆସିଥିବା ତାଲିବାନ୍ (Taliban) କହିଛି ସେ ଦେଶରେ ଏବେ ଯୁଦ୍ଧ ଶେଷ ହୋଇଛି ଓ ସବୁ ବିରୋଧୀମାନଙ୍କୁ କ୍ଷମା କରାଯିବ। ପାଶ୍ଚାତ୍ୟ ଦେଶମାନଙ୍କ ସମର୍ଥନରେ ଅଫଗାନିସ୍ତାନରେ ଚାଲିଥିବା ସରକାରଙ୍କଠାରୁ କ୍ଷମତା ହାସଲ କରିବା ପରେ କାବୁଲରେ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ମଙ୍ଗଳବାର ଦିନ ତାଲିବାନ୍ ଏହା କହିଛି ।
‘‘ଯୁଦ୍ଧ ସମାପ୍ତ ହୋଇଛି ... (ନେତା) ସମସ୍ତଙ୍କୁ କ୍ଷମା କରି ଦେଇଛନ୍ତି,’’ କହିଛନ୍ତି ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ । ସେ କହିଛନ୍ତି ଯେ ମହିଳାମାନଙ୍କୁ ଇସଲାମର ନୀତି ଅନୁଯାୟୀ କାର୍ଯ୍ୟ କରିବାକୁ ଦେବ ବୋଲି ତାଲିବାନ୍ ପ୍ରତିଶ୍ରୁତିବଦ୍ଧ ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଙ୍କୁ ଘଟଣା ସ୍ଥଳକୁ ଆଣି ସିନ୍ ରିକ୍ରିଏଟ୍ କାହିଁକି କରୁନାହିଁ ପୋଲିସ? ଉଠିଲା ପ୍ରଶ୍ନ
ମୁଜାହିଦ୍ ଏହା କହିବାର କିଛି ସମୟ ପୂର୍ବରୁ ତାଲିବାନର ଉପ-ନେତା ମୁଲ୍ଲା ଅବଦୁଲ୍ ଘନି ବରାଦର୍ (Mullah Abdul Ghani Baradar) ଏହି ବିଦ୍ରୋହୀ ସଙ୍ଗଠନର ପୂର୍ବ ରାଜଧାନୀ କାନ୍ଦାହାରରେ (Kandahar) ପହଞ୍ଚିଥିଲେ । ବରାଦର୍ ତାଲିବାନ୍ ଆନ୍ଦୋଳନର ଜଣେ ସହ-ପ୍ରତିଷ୍ଠାତା । ତାଲିବାନ ଅଳ୍ପ କିଛି ଦିନ ତଳେ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣ ନେଇଛି । ତାଲିବାନର କବଜା ଦେଖି ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ପଳାଇଯାଇଛନ୍ତି ।
ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର
ମୁଜାହିଦ୍ କହିଛନ୍ତି ଯେ ତାଲିବାନ୍ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ଏକ ସରକାର ଗଠନ କରିବ, କିନ୍ତୁ ସେହି ସରକାରର ରୂପରେଖ ବିଷୟରେ ସେ କିଛି ବିବରଣୀ ଦେଇନାହାଁନ୍ତି । ଯେ କହିଛନ୍ତି ଯେ ନୂଆ ସରକାର “ସବୁ ପକ୍ଷ ସହ ଯୋଡି଼ହୋଇ ରହିବ”।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏକା ସାଙ୍ଗରେ ୪ଟି ଛୁଆ ଜନ୍ମ ଦେଲେ ମହିଳା; କଟକ SCB ହସପିଟାଲର ଚିକିତ୍ସା ଇତିହାସରେ ପ୍ରଥମ
“ବିପରୀତ ପାର୍ଶ୍ୱରେ ଥିବା ସମସ୍ତଙ୍କୁ, A ରୁ Z ପର୍ଯ୍ୟନ୍ତ, କ୍ଷମା କରାଯାଇଛି । ଆମେ ପ୍ରତିଶୋଧ ନେବୁ ନାହିଁ,’’ କହିଛନ୍ତି ମୁଜାହିଦ୍ ।
ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେ
ଆଫଗାନିସ୍ତାନରୁ ୨୦ ବର୍ଷ ପୂର୍ବେ ବହିଷ୍କୃତ ହୋଇଥିବା ତାଲିବାନ୍ ଆନ୍ଦୋଳନ ଓ ଆଜିର ତାଲିବାନ୍ ମଧ୍ୟରେ କ’ଣ ପାର୍ଥକ୍ୟ ଅଛି ବୋଲି ପଚରାଯିବାରୁ ସେ କହିଛନ୍ତି, “ଯଦି ଏହି ପ୍ରଶ୍ନ ଆଦର୍ଶ ଓ ବିଶ୍ୱାସ ଉପରେ ଆଧାରିତ, ତେବେ କୌଣସି ପାର୍ଥକ୍ୟ ନାହିଁ… କିନ୍ତୁ ଯଦି ଆମେ ଏହାକୁ ଅଭିଜ୍ଞତା, ପରିପକ୍ୱତା ଓ ଅନ୍ତର୍ଦୃଷ୍ଟି ଉପରେ ଆଧାର କରି କହୁ, ତେବେ ଏଥିରେ ଅନେକ ପାର୍ଥକ୍ୟ ଅଛି ।’’
ଏହା ବି ପଢ଼ନ୍ତୁ | ସାବଧାନ! ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ଅଛି; ସେଥିରୁ ୨ଟି ଓଡ଼ିଶାରେ; ଦେଖନ୍ତୁ ପୂରା ତାଲିକା
ମୁଜାହିଦ୍ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ପଦକ୍ଷେପଗୁଡ଼ିକ ଅତୀତର ପଦକ୍ଷେପଠାରୁ ‘‘ସକରାତ୍ମକ ଭାବରେ ଭିନ୍ନ ହେବ’’।
କିଛି ଦିନ ତଳେ ତାଲିବାନ୍ କହିଥିଲା ଯେ ଆଫଗାନିସ୍ତାନର ସେନା ଓ ସାଧାରଣ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଓ କାହାରି ଉପରେ ପ୍ରତିଶୋଧ ନିଆଯିବ ନାହିଁ। କିନ୍ତୁ କାବୁଲରୁ ଅନ୍ୟତ୍ର ପଳାଇଯିବାକୁ ଭୟଭୀତ ଲୋକମାନଙ୍କର ଲମ୍ବା ଧାଡ଼ି଼ ଏବେ ବି ଦେଖିବାକୁ ମିଳୁଛି । ସହରରୁ ବାହାରକୁ ଯାଉଥିବା ରାସ୍ତାରେ ଭାରି ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳୁଛି । ଲୋକେ ତାଲିବାନ୍ ଶାସନ ଅଧୀନରେ ରହିବା ପରିବର୍ତ୍ତେ ସହର ଛାଡି଼ ପଳାଇବା ଶ୍ରେୟଶ୍କର ମଣୁଛନ୍ତି ।