ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

Taliban cracks down on women, media in Afghanistan | ଆଫଗାନିସ୍ତାନରେ ସରକାର ବନାଇବା ପରେ ତାଲିବାନ୍‌ ଖାଲି ମହିଳାଙ୍କୁ ନୁହେଁ, ଗଣମାଧ୍ୟମକୁ ବି ରକ୍ତାକ୍ତ କରି ସାବାଡ୍ କରିବାକୁ ଚେଷ୍ଟା କରୁଛି ଓ ନିଜ ନେତାମାନଙ୍କ ନାଁ ପଛରୁ ‘ଅନ୍ତର୍ଜାତୀୟ ଆତଙ୍କବାଦୀ’ ଟ୍ୟାଗ୍ ହଟାଇବାକୁ ଦାବି କରୁଛି ।

Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି
ଇରାନ ସୀମା ପାର୍ କରୁଥିବା କେତେକ ଆଫଗାନ ମହିଳା । (ଫାଇଲ୍ ଫଟୋ)
  • News18 Odia
  • Last Updated: September 9, 2021, 10:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଫଗାନିସ୍ତାନରେ ସରକାର ବନେଇବା ପୂର୍ବରୁ ତାଲିବାନ୍‌ (Taliban) ଦେଇଥିବା ସବୁ ପ୍ରତିଶୃତି ସତ୍ତ୍ୱେ ବଦଳି ନାହିଁ ଏହି ମୂଳତଃ ଆତଙ୍କବାଦୀ ସଙ୍ଗଠନର ଚେହେରା । କଥା ଓ କାମରେ ଟିକିଏ ବି ନାହିଁ ଫରକ୍ । ପୂର୍ବରୁ ତାଲିବାନ ଯାହା ଥିଲା ଏବେ ଠିକ୍ ସେୟା ଅଛି । ଗୋଟିଏ ଫତୱାରେ ସବୁ ଦିନ ପାଇଁ ବନ୍ଦ କରି ଦେଇଛି ଆଫଗାନ୍ ମହିଳାମାନଙ୍କ ସ୍ବର ।

ଆଫଗାନିସ୍ତାନରେ (Afghanistan) ମହିଳାମାନେ କୌଣସି ପ୍ରକାର ବିରୋଧ ଓ ବିକ୍ଷୋଭ କରିପାରିବେ ନାହିଁ ଓ କୌଣସି ପ୍ରକାର ଖେଳ ଖେଳିପାରିବେ ନାହିଁ ବୋଲି ତାଲିବାନ ଫତୱା (Taliban fatwa on women) ଜାରି କରି କହିଛି । ସେଠାକାର ଗଣମାଧ୍ୟମକୁ ମଧ୍ୟ ରକ୍ତାକ୍ତ କରି ସାବାଡ୍ କରିବାକୁ ଚେଷ୍ଟା କରିଛି ତାଲିବାନ । ଏବେ ବି ଆତଙ୍କୀ ପ୍ରବୃତ୍ତି ଛାଡ଼ି ନ ଥିବା ଆଫଗାନିସ୍ତାନର ଆତଙ୍କୀ ସରକାର ଦୋହା ଚୁକ୍ତିନାମାର ସର୍ତ୍ତ କଥା ଉଠାଇ ନିଜ ନେତାମାନଙ୍କ ନାଁ ପଛରୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଟ୍ୟାଗ୍ ହଟାଇବାକୁ ଦାବି କରୁଛି । ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର (World Trade Centre) ଆକ୍ରମଣକୁ ୨୦ ବର୍ଷ ପୂରିବାକୁ ଯାଉଥିବା ବେଳେ ତାଲିବାନ ଏହାକୁ ମାହେନ୍ଦ୍ର ବେଳା ବୋଲି ଧରିଛି । ସେହି ଦିନ ବିଧିବଦ୍ଧ ଭାବେ ଉଦଘାଟିତ ହେବ ଆଫଗାନିସ୍ତାନର ତାଲିବାନ୍ ୨.୦ ସରକାର ।

ଏହା ବି ପଢ଼ନ୍ତୁ | BJP କର୍ମୀ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ

ମହିଳାମାନଙ୍କ ସବୁ ପ୍ରକାର ବିରୋଧ କିମ୍ବା ବିକ୍ଷୋଭ ବେଆଇନ ବୋଲି ତାଲିବାନ୍ ସରକାର ଏକ ହ୍ୱିପ୍‌ ଜାରି କରିଛି । ସରକାରରେ ମହିଳାମାନଙ୍କୁ ସ୍ଥାନ ମିଳି ନ ଥିବା ପ୍ରତିବାଦରେ ଓ ମୌଳିକ ଅଧିକାର ଦାବିରେ ରାଜଧାନୀ କାବୁଲରେ ଶହ ଶହ ମହିଳା ବିକ୍ଷୋଭ କରିଥିଲେ । କିନ୍ତୁ ତାଲିବାନୀମାନେ ସେମାନଙ୍କରୁ ଧମକ ଚମକ ଦେଇ ଏପରିକି ମାଡ଼ମାରି ଘଉଡ଼ାଇ ଦେଇଛନ୍ତି । ଫଳରେ ଆଫଗାନିସ୍ତାନରେ ସରକାର ବିରୋଧରେ ମହିଳାଙ୍କ ସ୍ବର ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି ।

ତାଲିବାନ୍‌ ବିରୋଧରେ ଆଫଗାନିସ୍ତାନରେ ମହିଳାମାନଙ୍କ ମଧ୍ୟରେ ଭୀଷଣ କ୍ଷୋଭ ରହିଛି ।


ଏହା ବି ପଢ଼ନ୍ତୁ | ଓଡ଼ିଶା Assemblyରେ ଉଦବେଗ: ରାଜ୍ୟରେ ବଢୁଛି ଅପରାଧ, ହେଲେ ଖାଲି ପଡ଼ିଛି ୧୧,୪୫୬ ପୋଲିସ ପଦବୀ

ସରକାର ଗଠନ କରିବା ପୂର୍ବରୁ ବିଶ୍ବ ସମୁଦାୟ ଆଗରେ ଇମେଜ୍ ମେକ୍-ଓଭରର ବାହାସ୍ଫୋଟ ମାରୁଥିଲା ତାଲିବାନ୍ । କିନ୍ତୁ ତା’ର ମହିଳା-ବିରୋଧୀ ଅସଲ ଚେହେରା ଧୀରେ ଧୀରେ ନୁହେଁ ବରଂ ସଙ୍ଗେ ସଙ୍ଗେ ସାମ୍ନାକୁ ଆସିଛି । କେବଳ ବିରୋଧ କିମ୍ବା ବିକ୍ଷୋଭ ନୁହେଁ, ମହିଳାମାନେ କୌଣସି ପ୍ରକାର ଖେଳ ଖେଳିପାରିବେ ନାହିଁ ବୋଲି ତାଲିବାନର ସାଂସ୍କୃତିକ କମିଶନ ଘୋଷଣା କରିଛି । ତାଲିବାନର କହିବା କଥା ଯେ କ୍ରିକେଟ୍‌ ଭଳି ପ୍ରାୟ ସବୁ ଖେଳରେ ଗୋଡ଼, ହାତ ଓ ମୁହଁ ଦେଖାଯିବ । ପୁଣି ଫଟୋ ସେସନ୍ ଚାଲିବ । ଇସଲାମ୍ ଏହାର ଅନୁମତି ଦିଏ ନାହିଁ ବୋଲି କହି ଆଫଗାନ୍ ମହିଳାମାନେ କୌଣସି ପ୍ରକାର ଖେଳ ଖେଳିପାରିବେ ନାହିଁ ବୋଲି ତାଲିବାନର ସାଂସ୍କୃତିକ କମିଶନ ହୁକୁମ୍ ଜାରି କରିଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍‌ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ

ଆଫଗାନିସ୍ତାନରେ ଗଣମାଧ୍ୟମ ବି ତାଲିବାନ୍ ସରକାରର ଟାର୍ଗେଟର ଶିକାର ହୋଇଛି । ଦୁଇ ଜଣ ସାମ୍ବାଦିକଙ୍କୁ ବାଡ଼େଇ ବାଡ଼େଇ କେବଳ ନୋଳା ଫଟାଇ ଦେଇନାହାନ୍ତି ତାଲିବାନୀମାନେ, ବରଂ ରକ୍ତାକ୍ତ କରି ଦେଇଛନ୍ତି ସେମାନଙ୍କୁ । ମୁହଁ, ପିଠି, ଗୋଡ଼, ହାତ... ସବୁ ଆଡ଼େ ବାଡ଼େଇ ଫଟାଇ ଦେଇଛନ୍ତି । ଏହି ସାମ୍ବାଦିକମାନେ ମହିଳାମାନଙ୍କ ବିକ୍ଷୋଭର ଖବର ସଂଗ୍ରହ ଓ ପରିବେଷଣ କରୁଥିବାରୁ ସେମାନଙ୍କୁ ଏମିତି ଦଶା ଭୋଗିବାକୁ ପଡ଼ିଛି । କାହିଁକି ସେମାନଙ୍କୁ ମାଡ଼ ମରାଯାଉଛି ଓ ସେମାନଙ୍କର ଦୋଷ କ’ଣ ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ତାଲିବାନୀଙ୍କ ଉତ୍ତର ଥିଲା, ‘‘ତୁମ ଭାଗ୍ୟ ଭଲ... ତୁମ ମୁଣ୍ଡ କାଟି ଦିଆଯାଇ ନାହିଁ ।’’

ଆମେରିକାରେ ରହୁଥିବା ଆଫଗାନୀ ମହିଳାମାନେ ତାଲିବାନ୍ ବିରୋଧରେ ପ୍ରଦର୍ଶନ କରୁଛନ୍ତି । (ରୟଟର୍ସ ଫଟୋ)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଇସାରାରେ ତାଲିବାନ୍ ଆଫଗାନିସ୍ତାନରେ କାମଚଳା ସରକାର ଗଢ଼ିଛି । ପ୍ରମୁଖ ପଦ ପଦବୀରେ ଥିବା ପ୍ରାୟ ସବୁ ନେତାଙ୍କ ଟ୍ରାକ୍ ରେକର୍ଡ ଆତଙ୍କବାଦ ସହ ଯୋଡ଼ି ହୋଇଛି । ପ୍ରାୟ ସମସ୍ତେ ଇଣ୍ଟରନାସନାଲ ବ୍ରାଣ୍ଡେଡ୍ ଟେରରିଷ୍ଟ । ସେଇଥି ପାଇଁ ପାକିସ୍ତାନ ଓ ଚୀନ୍ ଭଳି କିଛି ହାତଗଣତି ଦେଶକୁ ଛାଡ଼ିଦେଲେ ଅନ୍ୟ ଏହି ସରକାରକୁ କେହି ସ୍ବୀକୃତି ଦେଉନାହାନ୍ତି । ଏଭଳି ସ୍ଥିତିରେ ଦୋହା ଚୁକ୍ତିନାମା ଅନୁଯାୟୀ ସେମାନଙ୍କ ନେତାଙ୍କ ନାଁ ପଛରୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଟ୍ୟାଗ୍ ହଟାଇବାକୁ ଆମେରିକା ନିକଟରେ ଦାବି କରିଛି ଆଫଗାନିସ୍ତାନର ତାଲିବାନ୍ ସରକାର ।



ନୂଆ ସମ୍ବିଧାନ ପ୍ରଣୟନ ଯାଏଁ ଆଫଗାନିସ୍ତାନର ଶାସନ ଦାୟିତ୍ୱ ବୁଝିବ ଏହି କାମଚଳା ସରକାର । ତାଲିବାନ୍ କର୍ତ୍ତୃପକ୍ଷ କାମଚଳା ପ୍ରଧାନ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ସୁପ୍ରିମ ଲିଡରଙ୍କ ନାଁ ଏଯାଏଁ ଘୋଷଣା କରି ନାହାନ୍ତି । ସାମ୍ନାକୁ ନ ଆସି ଅଣ୍ଡରଗ୍ରାଉଣ୍ଡରୁ କଡ଼ା ହୁକୁମ୍ ଜାରି କରିଛନ୍ତି ତାଲିବାନ୍ ସରକାରର ସୁପ୍ରିମ ଲିଡର୍ ହୈବିତୁଲ୍ଲା ଆଖୁନ୍ଦଜାଦା । ଆଫଗାନିସ୍ତାନରେ ଇସଲାମ୍ ଓ ସାରିଆ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଚେତାଇ ଦେଇଛନ୍ତି ସେ । ସେହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କାମଚଳା ସରକାର ମହିଳାଙ୍କ ପ୍ରତି କଠୋର ହୋଇଛି ।
Published by: Anand S.T. Das
First published: September 9, 2021, 10:17 PM IST