ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Afghanistan Crisis: ୯/୧୧ ଆକ୍ରମଣର ୨୦ତମ ବାର୍ଷିକୀରେ ତାଲିବାନ ଘୋଷଣା କରିପାରେ ନୂଆ ସରକାର

Afghanistan Crisis: ୯/୧୧ ଆକ୍ରମଣର ୨୦ତମ ବାର୍ଷିକୀରେ ତାଲିବାନ ଘୋଷଣା କରିପାରେ ନୂଆ ସରକାର

୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆସନ୍ତା ୧୧ ତାରିଖରେ ୨୦ତମ ବାର୍ଷିକୀ । ଏହି ୯/୧୧ ଆକ୍ରମଣ ପରେ, ୨୦ ବର୍ଷ ପୂର୍ବେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା।

Afghanistan Crisis: ୯/୧୧ ଆକ୍ରମଣର ୨୦ତମ ବାର୍ଷିକୀରେ ତାଲିବାନ ଘୋଷଣା କରିପାରେ ନୂଆ ସରକାର
୯/୧୧ ଆକ୍ରମଣର ୨୦ତମ ବାର୍ଷିକୀରେ ତାଲିବାନ ଘୋଷଣା କରିପାରେ ନୂଆ ସରକାର
  • News18 Odia
  • Last Updated: September 7, 2021, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ଆଫଗାନିସ୍ତାନରେ ଏକ ନୂଆ ସରକାର ଗଠନ ପାଇଁ ତାଲିବାନ ପ୍ରସ୍ତୁତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଲିବାନ ସରକାରଙ୍କ ସମ୍ପର୍କରେ କୌଣସି ଘୋଷଣା କରିନାହିଁ । ହେଲେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ୯/୧୧ ଆକ୍ରମଣର ୨୦ତମ ବାର୍ଷିକୀରେ ତାଲିବାନ ସେମାନଙ୍କ ସରକାର ଗଠନ ଘୋଷଣା କରିପାରିବ ।

୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆସନ୍ତା ୧୧ ତାରିଖରେ ୨୦ତମ ବାର୍ଷିକୀ । ଏହି ୯/୧୧ ଆକ୍ରମଣ ପରେ, ୨୦ ବର୍ଷ ପୂର୍ବେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା।
ସେତେବେଳେ ଆଫଗାନିସ୍ତାନରେ ତାଲିବାନ ସରକାର ଥିଲା । ଏହି ଆକ୍ରମଣ ପରେ ଆମେରିକା ତାଲିବାନକୁ ଶାନସକୁ ବନ୍ଦ କରିଦେଇଥିଲା । ବର୍ତ୍ତମାନ ତାଲିବାନ ସହିତ ଚୁକ୍ତି ପରେ ୨୦ ବର୍ଷ ପରେ ଆମେରିକୀୟ ସୈନ୍ୟମାନେ ଶେଷରେ ଆଫଗାନିସ୍ତାନରୁ ଛାଡ଼ିଛନ୍ତି । ଏଭଳି ପରିସ୍ଥିତିରେ ତାଲିବାନ କେବଳ ୯/୧୧ ଆକ୍ରମଣର ବାର୍ଷିକୀ ଅବସରରେ ନିଜ ସରକାରଙ୍କ ବ୍ଲୁ ପ୍ରିଣ୍ଟକୁ ବିଶ୍ୱରେ ଉପସ୍ଥାପନ କରିବ ବୋଲି ବିଶ୍ୱାସ କରାଯାଉଛି ।

ଆଫଗାନିସ୍ତାନ ଦଖଲ କରିବା ସହିତ ତାଲିବାନ ପ୍ରତିଶୋଧର ସମାପ୍ତି ଓ ଯୁଦ୍ଧର ସମାପ୍ତି ଘୋଷଣା କରିଥିଲା । ତଥାପି, ତାଲିବାନ ୨୦ ବର୍ଷ ପୁରୁଣା କାହାଣୀରେ ଲାଗିଛି । ତାଲିବାନ ପୁଣି ଥରେ ସ୍ପଷ୍ଟ ଭାବେ କହିଛି ଯେ ଆମେରିକାରେ ୯/୧୧ ଆକ୍ରମଣରେ ଓସାମା ବିନ୍ ଲାଦେନ ସମ୍ପୃକ୍ତ ନୁହଁନ୍ତି । ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।

ନିକଟରେ ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ ଏନବିସି ନ୍ୟୁଜ୍ ସହିତ କଥାବାର୍ତ୍ତା ବେଳେ ତାଲିବାନର ୨୦ ବର୍ଷ ପୁରୁଣା କଥାକୁ ପୁଣି ଥରେ ଦୋହରା ଥିଲେ। ଜବିହୁଲ୍ଲାହ ମୁଜାହିଦ୍ କହିଥିଲେ, “ଆଫଗାନିସ୍ତାନରେ ୨୦ ବର୍ଷ ଧରି ଯୁଦ୍ଧ ଚାଲିଛି ଓ ଏହି ୨୦ ବର୍ଷର ଯୁଦ୍ଧ ପରେ ମଧ୍ୟ ଆମେରିକାର ଆକ୍ରମଣ ପାଇଁ ଓସାମା ବିନ୍ ଲାଦେନ ଦାୟୀ ବୋଲି ପ୍ରମାଣ କରିବାକୁ ଏଭଳି କୌଣସି ପ୍ରମାଣ ମିଳିନାହିଁ । ବିନ୍ ଲାଦେନକୁ ଦାୟୀ କରିବା ପାଇଁ ଆମର କୌଣସି ପ୍ରମାଣ ନାହିଁ ।’’
Published by: Lipina Das
First published: September 7, 2021, 1:18 PM IST