ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»UNର ଆତଙ୍କବାଦୀ ଲିଷ୍ଟରେ ସାମିଲ ଥିଲା ମୁଲ୍ଲା ହସନ ସାଜିବେ ଆଫଗାନିସ୍ତାନର ନୂଆ PM

UNର ଆତଙ୍କବାଦୀ ଲିଷ୍ଟରେ ସାମିଲ ଥିଲା ମୁଲ୍ଲା ହସନ ସାଜିବେ ଆଫଗାନିସ୍ତାନର ନୂଆ PM

ରିପୋର୍ଟ ଅନୁଯାଯୀ, ତାଲିବାନର ସବୁଠାରୁ ବଡ଼ ଧାର୍ମିକ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ଆଫଗାନିସ୍ତାନ ଇସଲାମ ଏମିରେଟ୍ ସରକାରଙ୍କ ସର୍ବୋଚ୍ଚ ନେତା ହୋଇପାରନ୍ତି । ତାଲିବାନରେ ଦୁଇ ନମ୍ବର ସ୍ଥାନ ଅଧିକାର କରିଥିବା ମୁଲ୍ଲା ବରାଦର ସରକାର ଦାୟିତ୍ବ ତୁଲାଇ ପାରନ୍ତି ।

UNର ଆତଙ୍କବାଦୀ ଲିଷ୍ଟରେ ସାମିଲ ଥିଲା ମୁଲ୍ଲା ହସନ ସାଜିବେ ଆଫଗାନିସ୍ତାନର ନୂଆ PM
ମୁଲ୍ଲା ହସନ ସାଜିବେ ଆଫଗାନିସ୍ତାନର ନୂଆ PM
  • News18 Odia
  • Last Updated: September 7, 2021, 1:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ବର୍ତ୍ତମାନ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି । ତାଲିବାନ ଦ୍ୱାରା ଦେଶର ସର୍ବୋଚ୍ଚ ନେତା ତଥା ରାଷ୍ଟ୍ରପତିଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ କqଣସି ସରକାରୀ ଘୋଷଣା କରାଯାଇ ନାହିଁ । ଏକ ରିପୋର୍ଟ ଅନୁଯାୟୀ, ଜଣେ ଆତଙ୍କବାଦୀ ପାକିସ୍ତାନ ସହାୟତାରେ ଆଫଗାନିସ୍ତାନର ନୂଆ ପ୍ରଧାନ ମନ୍ତ୍ରୀ ହୋଇପାରନ୍ତି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ମିଳିତ ଜାତିସଂଘର (UN) ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ ତାଲିବାନର ଜଣେ ନେତା ମୁଲ୍ଲା ହସନ ଅଖୁନ୍ଦ ଆଫଗାନିସ୍ତାନର ପରବର୍ତ୍ତୀ ପ୍ରଧାନ ମନ୍ତ୍ରୀ ହୋଇପାରନ୍ତି ।

ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଲିବାନର ସବୁଠାରୁ ବଡ଼ ଧାର୍ମିକ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ଆଫଗାନିସ୍ତାନ ଇସଲାମ ଏମିରେଟ୍ ସରକାରଙ୍କ ସର୍ବୋଚ୍ଚ ନେତା ହୋଇପାରନ୍ତି । ତାଲିବାନରେ ଦୁଇ ନମ୍ବର ସ୍ଥାନ ଅଧିକାର କରିଥିବା ମୁଲ୍ଲା ବରାଦର ସରକାର ଦାୟିତ୍ବ ତୁଲାଇ ପାରନ୍ତି । ବର୍ତ୍ତମାନ ଆଫଗାନିସ୍ତାନର ପ୍ରଧାନ ମନ୍ତ୍ରୀଙ୍କ ବିଷୟରେ ଅନେକ କଳ୍ପନା ଜଳ୍ପନା କରାଯାଉଛି ।

ସରକାର ଗଠନରେ କାହିଁକି ବିଳମ୍ବ ହେଉଛି?

ପୂର୍ବ ଆଫଗାନିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଙ୍ଗଠନ ହକ୍କାନି ନେଟୱାର୍କ ଓ ମୁଲ୍ଲା ବରାଦରଙ୍କ ନେତୃତ୍ୱରେ ତାଲିବାନର ଦୋହା ୟୁନିଟ୍ ଓ ଆଫଗାନିସ୍ତାନରେ ସରକାର ଗଠନକୁ ବିଳମ୍ବ କରୁଥିବା କାନ୍ଦାହର ଦଳରେ ତାଲିବାନର ପାର୍ଥକ୍ୟ ରହିଛି ।

ହସନ ଅଖୁନ୍ଦ ହେଉଛନ୍ତି 'ରହବରୀ ଶୁରା'ର ମୁଖ୍ୟ

ରିପୋର୍ଟ ଅନୁଯାୟୀ, ମୁଲ୍ଲା ହସନ ଅଖୁନ୍ଦ ବର୍ତ୍ତମାନ ତାଲିବାନର ନେତୃତ୍ୱ ପରିଷଦ 'ରହବରୀ ଶୁରା'ର ମୁଖ୍ୟ । ୨୦୦୧ରେ ଆମେରିକା ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ସହିତ ମୁଲ୍ଲା ଉମରଙ୍କ ପୁଅକୁ ମୁଲ୍ଲା ଅଖୁନ୍ଦଙ୍କ ଡେପୁଟି ପଦ ଦିଆଯାଇପାରେ । ଏଥି ସହିତ, ହକ୍କାନି ନେଟୱାର୍କର ସିରାଜ ହକ୍କାନିଙ୍କୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖ୍ୟ ଭାବରେ ଚୟନ କରାଯାଇପାରିବ ।

ଏହି ଛଅଟି ଦେଶ ତାଲିବାନର ନୂଆ ସରକାର ଗଠନ ସମାରୋହର ନିମନ୍ତ୍ରଣ ପାଇଛନ୍ତି

ତାଲିବାନ କାବୁଲରେ ସରକାରୀ ଗଠନ ପାଇଁ ଏକ ବଡ଼ ସମାରୋହ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ତାଲିବାନ ଏହି ସମାରୋହରେ ଯୋଗ ଦେବା ପାଇଁ ଚୀନ୍ ଓ ପାକିସ୍ତାନ ସମେତ ଛଅଟି ଦେଶକୁ ନିମନ୍ତ୍ରଣ ପଠାଇଛି । ତାଲିବାନ ନିମନ୍ତ୍ରଣରେ ତୁର୍କୀ, କତାର, ଋଷ ଓ ଇରାନ ମଧ୍ୟ ଅନ୍ତର୍ଭୁକ୍ତ ।

ଏହି ସମସ୍ତ ଦେଶ ତାଲିବାନକୁ ନିରନ୍ତର ସମର୍ଥନ କରିଆସୁଛନ୍ତି । ଏଥି ମଧ୍ୟରୁ କତାର ବ୍ୟତୀତ ଅନ୍ୟ ସମସ୍ତ ଦେଶର ସମ୍ପର୍କ ଆମେରିକା ସହିତ ଭଲ ନୁହେଁ । ବର୍ତ୍ତମାନ ସରକାର ଗଠନ ହେଉଥିବାରୁ ତାଲିବାନ କତାରକୁ ମଧ୍ୟ ନିମନ୍ତ୍ରଣ ପଠାଇଛି ।

ତାଲିବାନ ଏହି ନିମନ୍ତ୍ରଣ ପଠାଇଥିଲା ଯେତେବେଳେ ଆଫଗାନିସ୍ତାନର ଶେଷ ପ୍ରଦେଶ ପଞ୍ଜଶିରଙ୍କୁ କାବୁ କରିଥଲା । ତାଲିବାନ ମୁଖପାତ୍ର ଜବଉଲ୍ଲାହ ମୁଜାହିଦ୍ ସୋମବାର ଏକ ବିବୃତ୍ତିରେ କହିଥିଲେ ଯେ ପଞ୍ଜଶିର ବର୍ତ୍ତମାନ ତାଲିବାନ ସଂଗ୍ରାମୀଙ୍କ ଅଧୀନରେ ଅଛି । ତେବେ ତାଲିବାନର ଦାବିକୁ ଉତ୍ତର ଆଲାଏନ୍ସ ପ୍ରତ୍ୟାଖ୍ୟାନ କରିଛି । ଉତ୍ତର ଆଲାଏନ୍ସ କହିଛି ଯେ ଏହାର ଯୋଦ୍ଧାମାନେ ପଞ୍ଜଶିରର ପ୍ରତ୍ୟେକ କୋଣରେ ଉପସ୍ଥିତ ଅଛନ୍ତି ଓ ଯୁଦ୍ଧ ଜାରି ରହିଛି।
Published by: Lipina Das
First published: September 7, 2021, 1:59 PM IST