ଜର୍ମାନୀର ୩ ସାମ୍ବାଦିକଙ୍କ ଘର ତଲାସ କଲେ ତାଲିବାନ; ଜଣେ ସାମ୍ବାଦିକଙ୍କ ବନ୍ଧୁଙ୍କୁ ଗୁଳି କରି ହତ୍ୟା

ତାଲିବାନମାନେ ଆଫଗାନିସ୍ତାନ ସାମ୍ବାଦିକଙ୍କ ଘର ପଶି ତଲାସୀ କରିଥିଲେ। ଏହି ସମୟରେ ସାମ୍ୱାଦିକଙ୍କର ଜଣେ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ଯା କରିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

ସାମ୍ବାଦିକମାନଙ୍କୁ ଟାର୍ଗେଟ କରୁଛନ୍ତି ତାଲିବାନ (ପ୍ରତୀକାତ୍ମକ ଛବି)

ସାମ୍ବାଦିକମାନଙ୍କୁ ଟାର୍ଗେଟ କରୁଛନ୍ତି ତାଲିବାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ମିଡ଼ିଆ ବ୍ୟକ୍ତି ଓ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛନ୍ତି। ରଏଟର୍ସ ଖବର ଅନୁଯାୟୀ ତାଲିବାନ କାବୁଲରେ କାର୍ଯ୍ୟ କରୁଥିବା ଜର୍ମାନ ନ୍ୟୁଜ ଚ୍ୟାନେଲ ଡଏଚେ ୱେଲର ଜଣେ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ତାଲିବାନମାନେ ଆଫଗାନିସ୍ତାନ ସାମ୍ବାଦିକଙ୍କ ଘର ପଶି ତଲାସୀ କରିଥିଲେ। ଏହି ସମୟରେ ଜଣେ ସମ୍ପର୍କୀୟଙ୍କୁ ଗୁଳି କରିବା ସହ ଅନ୍ୟ ଜଣେ ଆହତ କରିଥିଲେ। ଗତ ମାସରେ ସାମ୍ବାଦିକଙ୍କ ଅବଶିଷ୍ଟ ପରିବାର କୌଣସି ପ୍ରକାରରେ କାବୁଲରୁ ପଳାଇ ଯାଇଥିଲେ।

ଡଏଚ ୱେଲ (ଡିଡବ୍ଲ୍ୟୁ) ମହାନିର୍ଦ୍ଦେଶକ ପିଟର ଲିମବର୍ଗ କହିଛନ୍ତି ଯେ  ଆଫଗାନିସ୍ତାନରେ ଆମ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କୁ ଦେଖିଲେ  ତାଲିବାନର ବର୍ବରତା ବାବଦରେ ଜଣାପଡୁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ତାଲିବାନ କାବୁଲ ଓ ଅନ୍ୟାନ୍ୟ ସହରରେ ସାମ୍ବାଦିକମାନଙ୍କୁ ଶିକାର କରିବାକୁ ଟାର୍ଗେଟ କରିସାରିଛି। ଏହି ହତ୍ୟାକାଣ୍ଡକୁ ପିଟର ଲିମବର୍ଗ ଦୃଢ଼ ନିନ୍ଦା କରିବା ସହ ଜର୍ମାନ ସରକାରଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ପିଟର ଲିମବର୍ଗ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମର ଜଣେ ସମ୍ପାଦକଙ୍କ ପରିବାର ଲୋକଙ୍କୁ ତାଲିବାନ ହତ୍ୟା କରିଛନ୍ତି। ଆମର କର୍ମଚାରୀ ଓ ସେମାନଙ୍କ ପରିବାର ଆଫଗାନିସ୍ତାନରେ ଅଛନ୍ତି।  ଏଥିରୁ ସ୍ପଷ୍ଟ ଯେ ତାଲିବାନ କାବୁଲ ଓ ଅନ୍ୟାନ୍ୟ ପ୍ରଦେଶରେ ସାମ୍ବାଦିକମାନଙ୍କୁ ନିୟମିତ ଭାବେ ଖୋଜୁଛନ୍ତି।

ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ଅତି କମରେ ତିନି ଜଣ ଡଏଚେ ୱେଲ ସାମ୍ବାଦିକଙ୍କ ଘରେ ଖୋଜାଖୋଜି କରିଥିଲେ। ଏଥି ସହ ସ୍ଥାନୀୟ ଘରୋଇ ଚ୍ୟାନେଲ ଗରଗସ୍ତ ଟିଭିର ମୁଖ୍ୟ ନେମାତୁଲ୍ଲା ହେମାତଙ୍କୁ ଅପହରଣ କରାଯାଇଛି। ସରକାରୀ ଅଧିକାରୀଙ୍କ କହିବାନୁସାରେ, ବେସରକାରୀ ରେଡଡ଼ିଓ ଷ୍ଟେସନ ପାକ୍ଟିଆ ଗାଗର ମୁଖ୍ୟ ଟୁଫାନ ଓମାରଙ୍କୁ ତାଲିବାନମାନେ ଗୁଳି କରି ହତ୍ୟା କରିଛନ୍ତି।
Published by:Soumya Das
First published:
)}