ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Taliban Rule: ଆଫଗାନିସ୍ତାନରେ କ୍ଲାସ୍‌ ରୁମରେ ଛାତ୍ର ଓ ଛାତ୍ରୀଙ୍କ ମଧ୍ଯରେ ପରଦା ଟଣାଯାଉଛି!

Taliban Rule: ଆଫଗାନିସ୍ତାନରେ କ୍ଲାସ୍‌ ରୁମରେ ଛାତ୍ର ଓ ଛାତ୍ରୀଙ୍କ ମଧ୍ଯରେ ପରଦା ଟଣାଯାଉଛି!

Taliban draws curtain between male female students in classrooms | ସ୍କୁଲ୍ ଓ କଲେଜରେ ପୁରୁଷ ଓ ମହିଳାମାନଙ୍କୁ ଅଲଗା ରଖିବା ପାଇଁ ତାଲିବାନ୍ କେତେକ ଆଶ୍ଚର୍ଯ୍ୟଜନକ ନିୟମ ଲାଗୁ କରିଛି । ଏହି ନିୟମଗୁଡ଼ିକୁ ଆଫଗାନିସ୍ତାନର ମହିଳାମାନେ ବିରୋଧ କରିବା ଆରମ୍ଭ କରିଛନ୍ତି ।

Taliban Rule: ଆଫଗାନିସ୍ତାନରେ କ୍ଲାସ୍‌ ରୁମରେ ଛାତ୍ର ଓ ଛାତ୍ରୀଙ୍କ ମଧ୍ଯରେ ପରଦା ଟଣାଯାଉଛି!
କାବୁଲର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଗୋଟିଏ କ୍ଲାସରୁମର ଦୃଶ୍ୟ
  • News18 Odia
  • Last Updated: September 7, 2021, 10:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମହିଳାମାନଙ୍କୁ ମୌଳିକ ଅଧିକାର ଓ ସୁରକ୍ଷା ଦେବ ବୋଲି ବିଶ୍ବ ସମୂହ ଆଗରେ କହିହେଉଥିବା ତାଲିବାନର (Taliban) ଅସଲ ଚେହେରା ଏବେ ପଦାରେ ପଡ଼ିଛି। ଜଣେ ଗର୍ଭବତୀ ମହିଳା ପୋଲିସ ଅଧିକାରୀଙ୍କୁ ନିର୍ମମ ଭାବେ ହତ୍ଯା (Taliban murders woman police officer) କରିବା ପରେ ଏବେ ଦେଶର ଶିକ୍ଷାନୁଷ୍ଠାନରେ ମହିଳା ବିଦ୍ଯାର୍ଥୀମାନଙ୍କ ଉପରେ ଫତୱା ଲଗାଇଛି ତାଲିବାନ ।

ଏଣିକି ଆଫଗାନିସ୍ତାନରେ (Afghanistan) ଛାତ୍ରମାନଙ୍କ ସହ ମିଶି ପାରିବେନି ଛାତ୍ରୀମାନେ । ଶ୍ରେଣୀଗୃହରେ ଛାତ୍ରୀ ଓ ଛାତ୍ରଙ୍କ ମଧ୍ଯରେ ଏକ ପରଦା ଟଣାଯାଉଛି (Taliban women education) । ଛାତ୍ରୀଙ୍କ କ୍ଲାସ ପ୍ରଥମେ ସରୁଛି । ଛାତ୍ରୀମାନଙ୍କୁ ପଢ଼ାଇବେ ମହିଳା ଅଧ୍ଯାପିକା। ବିଶ୍ବ ବିଦ୍ଯାଳୟଗୁଡ଼ିକ ପାଇଁ ଏଭଳି ଅନେକ କଠୋର ନିୟମ ଲାଗୁ କରିଛି ତାଲିବାନ। ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଅନୁପାଳନ ନ କରିବେ ସେମାନଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ। ତାଲିବାନୀଙ୍କ ନୂଆ ହୁକୁମ ମହିଳା ବିଦ୍ଯାର୍ଥୀଙ୍କ ଅଧିକାରକୁ କ୍ଷୁଣ୍ଣ କରିଛି ବୋଲି ବିଶ୍ୱ ସାରା ଚର୍ଚ୍ଚା ହେଉଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶା Assemblyରେ ଉଦବେଗ: ରାଜ୍ୟରେ ବଢୁଛି ଅପରାଧ, ହେଲେ ଖାଲି ପଡ଼ିଛି ୧୧,୪୫୬ ପୋଲିସ ପଦବୀ

ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଘୋଡ଼ାଇ ହୋଇ ଶ୍ରେଣୀଗୃହରେ ବସିଥିବା ମହିଳାମାନଙ୍କ ଦୃଶ୍ଯ ତାଲିବାନୀ ଶାସନର (Taliban rule) ସବୁଠୁ ତାଜା ସତ୍ୟକୁ ସାମନାକୁ ଆଣିଛି । କୌଣସି ମହିଳା ହିଜାବ ବିନା ଘରୁ ବାହାରିବା ଏକ ବଡ଼ ଅପରାଧ । ଏଠାରେ ଚାରି ଆଡ଼େ ଆତଙ୍କୀମାନଙ୍କ କଡ଼ା ପହରା ରହିଛି ।

ଛାତ୍ର ଓ ଛାତ୍ରୀମାନଙ୍କ ମଝିରେ ଏମିତି ଏକ ପରଦା ଟଣାଯାଉଛି ।


ତାଲିବାନ ନିର୍ଦ୍ଦେଶ ଜାରି କରି ବିଶ୍ବବିଦ୍ୟାଳୟଗୁଡିକୁ ତାଗିଦ୍ କରିଛି ଯେ ଯଦି ସେମାନଙ୍କ ନିୟମ ନ ମାନିବେ ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ତାଲିବାନ ଦ୍ବାରା ତିଆରି ନିୟମ ରାସ୍ତାଠାରୁ ଆରମ୍ଭ କରି ପାଠଶାଳା ପର୍ଯ୍ୟନ୍ତ ସବୁଆଡ଼େ ଆତଙ୍କ ସୃଷ୍ଟି କରିଛି । ତାଲିବାନ ନିର୍ଦ୍ଦେଶ ଜାରି କରିଛି ଯେ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନଙ୍କ ରାସ୍ତା ଅଲଗା ରହିବ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍‌ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ

ପୂରା ଆଫଗାନିସ୍ତାନରେ କ୍ଲାସରେ ଛାତ୍ର ଓ ଛାତ୍ରୀ ମଧ୍ୟରେ ପରଦା ରହିବା ଜରୁରୀ କରାଯାଇଛି । ଛାତ୍ର ଓ ଛାତ୍ରୀ ପରସ୍ପର ସହ ମିଳାମିଶା କରିବେ ନାହିଁ । ବିଶ୍ବବିଦ୍ୟାଳୟରେ ଝିଅମାନଙ୍କ ନକାବ ପିନ୍ଧିବା ଜରୁରୀ କରାଯାଇଛି । ଛାତ୍ରୀମାନଙ୍କୁ କେବଳ ମହିଳା ଶିକ୍ଷକ ହିଁ ପଢାଇପାରିବେ । ଏହାସହ ଜରୁରୀ କ୍ଷେତ୍ରରେ ଛାତ୍ରୀମାନଙ୍କୁ କେବଳ ବୟସ୍କ ଶିକ୍ଷକମାନେ ଶିକ୍ଷାଦାନ କରିବେ। ଛାତ୍ରୀଙ୍କ କ୍ଲାସ୍‌ ପାଞ୍ଚ ମିନିଟ୍ ପୂର୍ବରୁ ଶେଷ ହେବ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

ଆଫଗାନିସ୍ତାନର ପ୍ରତ୍ୟେକ ସ୍ଥାନରେ ଉଡୁଛି ତାଲିବାନୀ ପତାକା । ପଞ୍ଜଶିରରେ ତାଲିବାନକୁ ସଙ୍ଘର୍ଷର ସାମ୍ନା କରିବାକୁ ପଡ଼ିଥିବା ବେଳେ ଆଫଗାନିସ୍ଥାନର ଅନ୍ୟ ସବୁ ପ୍ରଦେଶକୁ ସହଜରେ ଅକ୍ତିଆର କରିଥିଲା ତାଲିବାନ । ତାଲିବାନ କବ୍‌ଜା ପରେ ଏବେ କାବୁଲ ଏଭଳି ଏକ ସହର ଭାବେ ଦେଖାଯାଉଛି ଯେଉଁଠି ଜୀବନ ଅଟକି ଯାଇଛି ।  ତାଲିବାନର ପୁରୁଣା ନିୟମ ଶାରିୟାର ପ୍ରଭାବ ସବୁ ଆଡ଼େ ପରିଲକ୍ଷିତ ହେଉଛି।

ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

ହେଲେ ଏସବୁ ଭିତରେ ଆଫଗାନିସ୍ତାନର ଅଧା ଜନତା ନିଜର ଅଧିକାର ପାଇଁ  ସ୍ବର ଉଠାଇବା ଆରମ୍ଭ କରି ଦେଇଛନ୍ତି । ମହିଳାମାନେ ଘରୁ ବାହାରି ତାଲିବାନ ବିରୋଧରେ ଖୋଲାଖୋଲି ସ୍ବର ଉତ୍ତୋଳନ କରୁଛନ୍ତି । କିନ୍ତୁ ଯେତେବେଳେ ସାମ୍ବାଦିକମାନେ ମହିଳାଙ୍କ ବିରୋଧକୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବାଧା ଦେଉଛନ୍ତି ତାଲିବାନର ବନ୍ଧୁକଧାରୀ ଆତଙ୍କୀମାନେ ।

ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO .୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେ

ଆଫଗାନୀ ମହିଳାଙ୍କ ଏହି ବିରୋଧ ତାଲିବାନର ସେହି ମିଛ ପ୍ରତିଶ୍ରୁତି ପାଇଁ ହେଉଛି ଯେଉଁ ମିଛ ଆଫଗାନିସ୍ଥାନ କବଜା ପରେ ଦୁନିଆକୁ କହିଥିଲା ତାଲିବାନ। ମହିଳାଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲା ତାଲିବାନ । ହେଲେ ପ୍ରକୃତରେ ସତ ହେଉଛି ଆଉ କିଛି । ଆଉ ଏହାର ବଡ ଉଦାହରଣ ହେଉଛି ଗର୍ଭବତୀ ମହିଳା ପୋଲିସ କର୍ମଚାରୀଙ୍କୁ ତାଲିବାନର ହତ୍ୟା ।



ଆଫଗାନିସ୍ଥାନ ପୋଲିସରେ ଚାକିରି କରିବା ଦୋଷରେ ଛଅ ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ପିଲାଙ୍କ ସାମନାରେ ଘରୁ ଟାଣି ଗୁଳି କରି ହତ୍ୟା କରିଥିଲେ ତାଲିବାନୀ ଆତଙ୍କୀମାନେ । ଏହି ଘଟଣା କେବଳ ତାଲିବାନର ବର୍ବରତାର ପ୍ରମାଣ ନ ଥିଲା, ବରଂ ସେମାନଙ୍କ ପ୍ରତିଶ୍ରୁତି କେତେ ମିଥ୍ୟା ଥିଲା ତାହା ବି ପ୍ରମାଣିତ କରିଥିଲା।
Published by: Anand S.T. Das
First published: September 7, 2021, 10:14 PM IST